Advertisment

ହଠାତ୍‌ 'ଯାତ୍ରା ଜୁଏଲ ସ୍ଵର୍ଣ୍ଣ ମନ୍ଦିର' ଛାଡ଼ିଲେ ଅଭିନେତା ସୋମେଶ, ବଡ଼ ଅଭିଯୋଗ ଆଣିଲେ

ଏକଦା ଓଡ଼ିଆ ଫିଲ୍ମ ଓ ସିରିଏଲରେ ଅଭିନୟ କରି ଦର୍ଶକଙ୍କ ମନ ଜିତିଥିବା ସୋମେଶଙ୍କ କହିବା କଥା ଯେ ଯାତ୍ରାରେ ଯୋଗ ଦେବା ପୂର୍ବରୁ ପାର୍ଟି ଯେଉଁ ସବୁ ପ୍ରତିଶ୍ରୁତି ଦେଇଥିଲା, ତାହା ପୂରଣ କରିନାହିଁ।

Somesh

Somesh

Advertisment

ଲୋକପ୍ରିୟ ଅଭିନେତା ସୋମେଶ ମହାନ୍ତି ନିକଟରେ 'ଯାତ୍ରା ଜୁଏଲ ସ୍ଵର୍ଣ୍ଣ ମନ୍ଦିର'ରେ ଯୋଗଦେଇଥିଲେ। କିନ୍ତୁ ହଠାତ୍ ସେ ଯାତ୍ରା ପାର୍ଟି ସହ ସବୁ ସମ୍ପର୍କଚ୍ଛିନ୍ନ କରିଛନ୍ତି। ଯାତ୍ରା ଜୁଏଲ ସ୍ଵର୍ଣ୍ଣ ମନ୍ଦିର ଛାଡ଼ିବା ପରେ ସହ ସଂସ୍ଥା ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି। 

Advertisment

ଏକଦା ଓଡ଼ିଆ ଫିଲ୍ମ ଓ ସିରିଏଲରେ ଅଭିନୟ କରି ଦର୍ଶକଙ୍କ ମନ ଜିତିଥିବା ସୋମେଶଙ୍କ କହିବା କଥା ଯେ ଯାତ୍ରାରେ ଯୋଗ ଦେବା ପୂର୍ବରୁ ପାର୍ଟି ଯେଉଁ ସବୁ ପ୍ରତିଶ୍ରୁତି ଦେଇଥିଲା, ତାହା ପୂରଣ କରିନାହିଁ। ୧୫୦ ରାତିରେ ଅଭିନୟ ପାଇଁ ପ୍ରତିଶ୍ରୁତି ଦିଆଯାଇଥିଲା। ଅର୍ଥାତ ମାସକୁ ୧୫ଟା ଶୋ' କରିବା କଥା। କିନ୍ତୁ ମାସକୁ ମାତ୍ର ୬ଟି ଶୋ' ରେ ଅଭିନୟ କରିବା ପାଇଁ ସୁଯୋଗ ଦିଆଗଲା। ଅର୍ଥାତ୍ ବର୍ଷକୁ ମାତ୍ର ୬୦ ଟି ଶୋ' ହେବାର ସମ୍ଭାବନା ରହିଛି। 

ତାଙ୍କ ବହି ବା ଯାତ୍ରାକୁ ଠିକ ଉପଯୁକ୍ତ ଢଙ୍ଗରେ ସଂସ୍ଥା ପକ୍ଷରୁ ଉପସ୍ଥାପନ କରାଯାଉ ନଥିଲା। ୧୨ ଘଣ୍ଟା ଓ ୫୦୦କିମିରୁ ଅଧିକ ବାଟ ପାର୍ କରି ଗଲେ ମଧ୍ୟ ବାରମ୍ବାର କେବଳ ଗୋଟେ ନାଟକ କରିବା ପାଇଁ ଯାତ୍ରା କମିଟି ପକ୍ଷରୁ କୁହାଯାଉଥିଲା।  ନାଟକର ପାଉଣା ସମେତ ଯିବା ଆସିବା ଓ ହୋଟେଲରେ ରହିବା ନେଇ ଅନେକ ଟଙ୍କା 'ଯାତ୍ରା ଜୁଏଲ ସ୍ଵର୍ଣ୍ଣ ମନ୍ଦିର' ଉପରେ ବାକି ଅଛି ବୋଲି ସୋମେଶ କହିଛନ୍ତି।

Advertisment

ତାଙ୍କୁ ନ ଜଣାଇ ତାଙ୍କ ସ୍ଥାନରେ ଅନ୍ୟ ଜଣେ କଳାକାରଙ୍କୁ ଅଭିନୟ ପାଇଁ ପ୍ରସ୍ତୁତ କରାଯାଉଛି। ଯାତ୍ରା ପାର୍ଟି ପକ୍ଷରୁ ଆର୍ଥିକ, ମାନସିକ ଓ ଶାରୀରିକ ନିର୍ଯାତନା ମିଳିଥିଲା ବୋଲି ସୋମେଶ ଦୁଃଖର ସହ କହିଛନ୍ତି।

ତାଙ୍କ ସମସ୍ୟା ସମ୍ପକରେ ସେ ମ୍ୟାନେଜର ବାବୁଲିଙ୍କୁ କହିଥିଲେ ହେଁ ତାଙ୍କୁ କେବଳ ସେ ଦୁର୍ବ୍ୟବହାର କରନ୍ତି। ମାଲିକଙ୍କୁ ଜଣାଇବାକୁ କଲ୍ ଓ ମେସେଜ କଲେ ସେ ଉତ୍ତର ଦିଅନ୍ତି ନାହିଁ। ବାରମ୍ୱାର ଏଗ୍ରିମେଣ୍ଟ ସମ୍ପର୍କରେ କହୁଥିଲେ ମଧ୍ୟ କୌଣସି ଏଗ୍ରିମେଣ୍ଟ ଯାତ୍ରା ପାର୍ଟି ପକ୍ଷରୁ କରାଯାଇ ନଥିଲା। 

ସୋମେଶ ଏକଥା ମଧ୍ୟ କହିଛନ୍ତି ଯେ ଯାତ୍ରା ଜଗତ ବହୁତ ଭଲ। ତେଣୁ ଅନେକ ସିନେମା କଳାକାର ବର୍ତ୍ତମାନ ଯାତ୍ରା ମୁହାଁ ହେଉଛନ୍ତି। କିନ୍ତୁ କିଛି ପ୍ରୋଯୋଜକ ଓ ମ୍ୟାନେଜର ଅଛନ୍ତି ଯେଉଁମାନେ ନାମୀଦାମୀ କଳାକାରଙ୍କୁ ବୁକିଂ କରିବା ପରେ ଅଣଦେଖା କରନ୍ତି। କେବଳ ସେମାନଙ୍କ ବ୍ରାଣ୍ଡକୁ ବ୍ୟବହାର କରି ନିଜର ବ୍ୟବସାୟ ବଢାଇବାକୁ ଯୋଜନା କରନ୍ତି।

ଅଫର ପାଇବା ପରେ ନିଜର ଅନ୍ୟ କାର୍ଯ୍ୟକ୍ରମକୁ ବନ୍ଦ କରି ଯାତ୍ରାରେ ସାମିଲ ହୋଇଥିଲେ ସୋମେଶ । କିନ୍ତୁ ହଠାତ ଆର୍ଥିକ ବର୍ଷ ନପୁରୁଣୁ ଯାତ୍ରା ପାର୍ଟି ତାଙ୍କ ପ୍ରତି ଏପରି ମନୋଭାବ ପ୍ରଦର୍ଶନ କରିବାରୁ ସେ ଏବେ କ’ଣ କରିବେ ସେନେଇ ଚିନ୍ତାରେ ଅଛନ୍ତି।

ଅନ୍ୟପକ୍ଷରେ ଯାତ୍ରା ଜୁଏଲ ସ୍ୱର୍ଣ୍ଣ ମନ୍ଦିର ପକ୍ଷରୁ ଏନେଇ କୌଣସି ପ୍ରତିକ୍ରିୟା ସାମ୍ନାକୁ ଆସିନାହିଁ।

ଯାତ୍ରା ଜଗତ ସୋମେଶଙ୍କ ପାଇଁ ନୂଆ ନୂହେଁ। ପୂର୍ବରୁ ୨୦୧୪-୧୫ ରେ ସେ ସିନେମା ଜଗତର ପ୍ରଥମ ହିରୋ ଭାବେ ଯାତ୍ରାରେ ଯୋଗ ଦେଇଥିଲେ । ପ୍ରଥମେ ସେ ଏକ ପରମ୍ପରା  ସୃଷ୍ଟି କରିବା ପରେ ଅନେକ ଫିଲ୍ମ ଓ ସିରିଏଲ ଅଭିନେତା ନାୟକ ଯାତ୍ରାକୁ ଆସୁଛନ୍ତି। 

Entertainment Somesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe