Advertisment

ଦିନ ଥିଲା ଦୁଇ ମିନିଟ୍‌ ପାଇଁ ଆସୁଥିଲେ, ଏବେ ବିତାଉଛନ୍ତି ଘଣ୍ଟା ଘଣ୍ଟା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦିନେ ଦର୍ଶକଙ୍କ ପାଇଁ ଥିଲେ ଅଜଣା। ଦୁଇ ମିନିଟ୍‌ ପାଇଁ ମଞ୍ଚକୁ ଆସି ଚାଲି ଯାଉଥିଲେ। ହେଲେ ଆଜି ବଦଳି ଯାଇଛି ତାଙ୍କ ପରିଚୟ। ସେ ପାଲିଟି ଯାଇଛନ୍ତି ଦର୍ଶକଙ୍କର ଜଣେ ପ୍ରିୟ କଳାକାର। ଅଭିନୟରେ ମୋହି ନେଉଛନ୍ତି ଦର୍ଶକଙ୍କ ମନ। ରଙ୍ଗୀନ ରଙ୍ଗ ମଞ୍ଚରେ ନିଜକୁ ପରଷୁଛନ୍ତି ଭିନ୍ନ ଭିନ୍ନ ଚରିତ୍ରରେ। କେବେ ଖଳନାୟକ ତ ଆଉ କେବେ ଚରିତ୍ର ଅଭିନେତା। ପୁଣି କେତେବେଳେ ପାର୍ଶ୍ୱ ନାୟକ ଭାବେ ସେ ଆସୁଛନ୍ତି […]

ଦିନ ଥିଲା ଦୁଇ ମିନିଟ୍‌ ପାଇଁ ଆସୁଥିଲେ, ଏବେ ବିତାଉଛନ୍ତି ଘଣ୍ଟା ଘଣ୍ଟା

akashnanda

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦିନେ ଦର୍ଶକଙ୍କ ପାଇଁ ଥିଲେ ଅଜଣା। ଦୁଇ ମିନିଟ୍‌ ପାଇଁ ମଞ୍ଚକୁ ଆସି ଚାଲି ଯାଉଥିଲେ। ହେଲେ ଆଜି ବଦଳି ଯାଇଛି ତାଙ୍କ ପରିଚୟ। ସେ ପାଲିଟି ଯାଇଛନ୍ତି ଦର୍ଶକଙ୍କର ଜଣେ ପ୍ରିୟ କଳାକାର। ଅଭିନୟରେ ମୋହି ନେଉଛନ୍ତି ଦର୍ଶକଙ୍କ ମନ। ରଙ୍ଗୀନ ରଙ୍ଗ ମଞ୍ଚରେ ନିଜକୁ ପରଷୁଛନ୍ତି ଭିନ୍ନ ଭିନ୍ନ ଚରିତ୍ରରେ। କେବେ ଖଳନାୟକ ତ ଆଉ କେବେ ଚରିତ୍ର ଅଭିନେତା। ପୁଣି କେତେବେଳେ ପାର୍ଶ୍ୱ ନାୟକ ଭାବେ ସେ ଆସୁଛନ୍ତି ମଞ୍ଚ ଉପରକୁ। ସେ ହେଉଛନ୍ତି ସମସ୍ତଙ୍କ ପ୍ରିୟ ଆକାଶ ନନ୍ଦ।

Advertisment

ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଅଞ୍ଚଳରେ ଆକାଶଙ୍କ ଜନ୍ମ। ସେ ହେଉଛନ୍ତି ନାଟ୍ୟ ଜଗତର ପ୍ରତିଷ୍ଠିତ ହାସ୍ୟ ଅଭିନେତା ବ୍ରଜ ପାଣିଙ୍କ ଭଣଜା। ପିଲାବେଳୁ ଅଭିନୟ ପ୍ରତି ତାଙ୍କର ଥିଲା ବହୁ ଦୁର୍ବଳତା। କିନ୍ତୁ ସେ ଯାତ୍ରାରେ ମିଶନ୍ତୁ ବୋଲି ମାମୁ ବ୍ରଜ ପାଣି ଚାହୁଁ ନଥିଲେ। ସେଥିପାଇଁ ସେ ତାଙ୍କୁ ସଦାବେଳେ ପାଠ ପଢ଼ିବାକୁ ପରାମର୍ଶ ଦେଉଥିଲେ। ଏହାପରେ ମାମୁଙ୍କ କଥାକୁ ଅକ୍ଷରେ ଅକ୍ଷରେ ମାନିଥିଲେ ଆକାଶ। ତେବେ ପାଠ ପଢ଼ିବା ସହିତ ଥିଏଟରରେ ଅଭିନୟ କଲେ। ଥିଏଟରରେ ଅଭିନୟ କରୁ କରୁ କେତେବେଳେ ସେ ଯାତ୍ରା ଆଡ଼କୁ ଢଳି ଗଲେ, ତାହା ସେ ଜାଣି ପାରିଲେ ନାହିଁ।

୨୦୦୫ ମସିହାରେ ଆକାଶ ଯାତ୍ରା ଜଗତରେ ପାଦ ଥାପିଥିଲେ। ସେ ପ୍ରଥମେ ବାଣେଶ୍ୱରୀ ଯାତ୍ରା ପାର୍ଟିରେ ଯୋଗ ଦେଇଥିଲେ। ପ୍ରଥମ ନାଟକରେ ତାଙ୍କର ଦୁଇ ମିନିଟ୍‌ର ସିନ୍‌ ଥିଲା। ତେବେ ଆଗକୁ ବଢ଼ିବା ପାଇଁ ଏହା ତାଙ୍କୁ ବେଶ୍ ଉତ୍ସାହିତ କରିଥିଲା। ତା’ପରଠୁ ସେ ଆଉ ପଛକୁ ଫେରି ଚାହିଁ ନାହାନ୍ତି। ଗୋଟିଏ ପରେ ଗୋଟିଏ ହିଟ୍‌ ନାଟକ ଦେଇ ଯାତ୍ରା ପ୍ରେମୀଙ୍କୁ ଭରପୂର ମନୋରଞ୍ଜନ କରି ଚାଲିଛନ୍ତି।

Advertisment

ଆକାଶ ବାଣେଶ୍ୱେରୀ ପରେ ସୋମନାଥ ଅପେରା ପାର୍ଟିକୁ ଯାଇଥିଲେ। ସୋମନାଥ ଅପେରାର ଚର୍ଚ୍ଚିତ ନାଟକ ‘ବଦନାମ ଗଳିର ଝିଅ’ ତାଙ୍କୁ ଯାତ୍ରା ଜଗତରେ ସ୍ୱତନ୍ତ୍ର ପରିଚୟ ଦେଇଥିଲା। ହର ବାରିକଙ୍କ ଏହି ନାଟକ ତାଙ୍କୁ ଯଲିଉଡ୍‌ ଇଣ୍ଡଷ୍ଟ୍ରିରେ ସଫଳତାର ପାହାଚ ଚଢ଼ିବାର ରାସ୍ତା ଦେଖାଇଥିଲା।

ସେ ଇଷ୍ଟର୍ଣ୍ଣ, କଳିଙ୍ଗ ଗଣନାଟ୍ୟ, ପାର୍ବତୀ ଗଣନାଟ୍ୟ ଓ ଯାତ୍ରା ରଙ୍ଗମହଲ ଭଳି ରାଜ୍ୟର ପ୍ରତିଷ୍ଠିତ ଯାତ୍ରା ଅନୁଷ୍ଠାନରେ ଅଭିନୟ କରିଛନ୍ତି। ଚଳିତବର୍ଷ ସେ ରାଜଧାନୀ ଅପେରାରେ ଅଛନ୍ତି। ସେ “କଳିଯୁଗର କୁନ୍ତି”, “ଲକ୍ଷେ ଶିବ ପୂଜି ପାଇଛି ତୋତେ”, “ସଧବା ଓଢ଼ଣି ବିଧବା ବୋହୂ”, “ଦି ଘଣ୍ଟାର ବୋହୂ ଦିପଟ ଶଙ୍ଖା” ଓ “ଭୁଲ ହୋଇଗଲା ତୋତେ ଭଲ ପାଇ” ନାଟକରେ ଅଭିନୟ କରୁଛନ୍ତି।

ଆକାଶଙ୍କ କିଛି ଚର୍ଚ୍ଚିତ ନାଟକ ଭିତରେ ରହିଛି- ‘ସଜେଇ ଦିଅଲୋ ବେଦିକି ଯିବି’, “ଭୁଲ ବୁଝିବନି ରହିଲା ରାଣ”, “ଝିଅମାନଙ୍କୁ ସଲାମ କର”, “ସବୁଦିନ ସେଇ ଗୋଟିଏ କଥା”, “ସତ ସବାରିରେ ମିଛ କନିଆ”, “ସିନ୍ଦୂର ବିକୁଛି ସୁନ୍ଦରୀ ଝିଅ”, “ଅଧେ ତୋର ଅଧେ ମୋର”, “ବାହା ହୋଇଛ ନା ବାଡ଼ୁଅ ଅଛ” ଓ “କେମିତି ରାତି ସେ କେମିତି ସାଥୀ”।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe