Advertisment

ଅଭିନେତା ମନୀଷ ପଲଙ୍କୁ କରୋନା

ମୁମ୍ବାଇ: କରୋନା କବଳରେ ବଲିଉଡର ଆଉ ଜେଣ ଅଭିନେତା । ବରୁଣ ଧୱନ, ନୀତୁ କପୁର ଏବଂ ନିର୍ଦ୍ଦେଶକ ରାଜ ମେହଟାଙ୍କ ପରେ ଫିଲ୍ମ‘ଯୁଗ ଯୁଗ ଜିୟୋ’ର ଆଉ ଜଣେ ଷ୍ଟାରକାଷ୍ଟ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଚର୍ଚ୍ଚିତ ହୋଷ୍ଟ ତଥା ଅଭିନେତା ମନୀଷ ପଲଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି । ଏହାପରେ ସେ ଶୁଟିଂ ଲୋକେସନରୁ ଏଆର ଆମ୍ବୁଲାନ୍ସରେ ମୁମ୍ବାଇ ଫେରିଛନ୍ତି । ରିପୋର୍ଟ ମୁତାବକ, ଫିଲ୍ମ ‘ଯୁଗ ଯୁଗ ଜିୟୋ’ର ଶୁଟିଂ ଚଣ୍ଡିଗଡରେ […]

ଅଭିନେତା ମନୀଷ ପଲଙ୍କୁ କରୋନା

maniesh-paul-covid-positive

Advertisment

ମୁମ୍ବାଇ: କରୋନା କବଳରେ ବଲିଉଡର ଆଉ ଜେଣ ଅଭିନେତା । ବରୁଣ ଧୱନ, ନୀତୁ କପୁର ଏବଂ ନିର୍ଦ୍ଦେଶକ ରାଜ ମେହଟାଙ୍କ ପରେ ଫିଲ୍ମ‘ଯୁଗ ଯୁଗ ଜିୟୋ’ର ଆଉ ଜଣେ ଷ୍ଟାରକାଷ୍ଟ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଚର୍ଚ୍ଚିତ ହୋଷ୍ଟ ତଥା ଅଭିନେତା ମନୀଷ ପଲଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି । ଏହାପରେ ସେ ଶୁଟିଂ ଲୋକେସନରୁ ଏଆର ଆମ୍ବୁଲାନ୍ସରେ ମୁମ୍ବାଇ ଫେରିଛନ୍ତି ।

Advertisment

ରିପୋର୍ଟ ମୁତାବକ, ଫିଲ୍ମ ‘ଯୁଗ ଯୁଗ ଜିୟୋ’ର ଶୁଟିଂ ଚଣ୍ଡିଗଡରେ ଚାଲିଥିଲା । ଏହି ସମୟରେ ଫିଲ୍ମର କେତେକ କ୍ରୁ ମେମ୍ବର କରୋନାରେ ଆକ୍ରାନ୍ତ ହୋଇଥିଲା । ଏହାପରେ ଅଭିନେତା ଅନୀଲ କପୁର, ନୀତୁ କପୁର, ବରୁଣ ଧୱନ, ନିର୍ଦ୍ଦେଶକ ରାଜ ମେହଟାଙ୍କୁ କରୋନା ହୋଇଥିବା ନେଇ ଶୁଣିବାକୁ ମିଳିଥିଲା।  କିନ୍ତୁ ପରେ ଅନୀଲ କପୁର ଏବଂ କିଆରାଙ୍କ ରିପୋର୍ଟ ନେଗେଟିଭି ଥିବା ଜଣାପଡିଥିଲା । ଏବେ ଏହି ଫିଲ୍ମର ଆଉ ଜଣେ ଅଭିନେତା ମନୀଷ ପଲ କରୋନାରେ ଆକ୍ରାନ୍ତ ହୋଇଛନ୍ତି । କିନ୍ତୁ ବ୍ୟକ୍ତିଗତ ରୂପେ ସେ ଏନେଇ କୌଣସି ସ୍ପଷ୍ଟ କରି ନାହାନ୍ତି ।

ଶୁଟିଂ ଆରମ୍ଭରୁ ଫିଲ୍ମର ପୁରା ଷ୍ଟାର କାଷ୍ଟ କରୋନା ପଜିଟିଭ ହେବା ପରେ ଫିଲ୍ମ ମେକର୍ସ ଚକିତ ହୋଇପଡିଛନ୍ତି । ଏଥିପାଇଁ ଫିଲ୍ମର ଶୁଟିଂ ଅଧାରୁ ହିଁ ବନ୍ଦ କରାଯାଇଛି । ସୂଚନା ଯୋଗ୍ୟ ଯେ, ରାଜ ମେହଟାଙ୍କ ନିର୍ଦ୍ଦେଶନାରେ ତିଆରି ହେବାକୁ ଥିବା ଫିଲ୍ମ ‘ଯୁଗ ଯୁଗ ଜିୟୋ’ର ଲିଡ ରୋଲରେ ବରୁଣ ଧୱନ, କିଆରା ଆଡଭାନୀ, ଅନୀଲ କପୁର, ନୀତି କପୁର ଏବଂ ମନୀଷ ପଲ ପ୍ରମୁଖ ନଜର ଆସିବେ।

Advertisment
Bollywood COVID-19
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe