/odisha-reporter/media/post_attachments/uploads/2020/04/juhi.jpg)
juhi
ମୁମ୍ବାଇ: ଲକ୍ଡାଉନ୍ ଯୋଗୁ ବଲିଉଡ୍ ଅଭିନେତ୍ରୀ ଜୁହି ଚାୱଲା ତାଙ୍କ ଫାର୍ମ ହାଉସରେ ସମୟ ଅତିବାହିତ କରୁଛନ୍ତି। ତେବେ ଘରେ ନ ବସି ବଗିଚା କାମରେ ସେ ନିଜକୁ ବ୍ୟସ୍ତ ରଖୁଛନ୍ତି। ସେ ବିଭିନ୍ନ ପ୍ରକାର ପନିପରିବା ଗଛ ଲଗାଉଛନ୍ତି। ଏନେଇ ସେ କିଛି ଫଟୋ ମଧ୍ୟ ତାଙ୍କ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟରେ ଶେଆର କରିଛନ୍ତି। ଏହି ଫଟୋରେ ସେ ଏକ ଗିନା ଧରିଛନ୍ତି ଓ ଆଉ ଏକ ହାତରେ ଲୁହାର ଏକ ଉପକରଣ ଧରି ମାଟି ଖୋଳୁଛନ୍ତି।
Advertisment
ଫଟୋ ଗୁଡ଼ିକୁ ଶେଆର କରି ଜୁହି ଲେଖିଛନ୍ତି, ଏଇ ଦେଖନ୍ତୁ !! ମୋର ନୂଆ କାମ...ମେଥି, ଟମାଟୋ ଓ ଧନିଆ ଲଗାଇବା ପାଇଁ ପଟି ତିଆରି କରୁଛି। ଦେଖିବା କ’ଣ ହେଉଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
