Advertisment

ବନ୍ଦ ହେବାକୁ ଯାଉଛି ପପୁଲାର୍‌ ଟିଭି ଶୋ’ “ତନ୍ତ୍ର”

ମୁମ୍ବାଇ: ହିନ୍ଦି ଟେଲିଭିଜନ୍‌ ଚ୍ୟାନେଲ୍‌ କଲର୍ସରେ ପ୍ରସାରିତ ହେଉଥିବା ସୁପର ପପୁଲାର୍‌ ଟିଭି ଶୋ’ “ତନ୍ତ୍ର”ର ଦର୍ଶକଙ୍କ ପାଇଁ ଖରାପ ଖବର। ଯୁହି ପରମାର୍ ଏବଂ ମନିଷ୍ ଗୋଏଲ୍ଙଙ୍କ ଅଭିନୀତ ଏହି ଶୋ’’ ଶୀଘ୍ର ବନ୍ଦ ହେବାକୁ ଯାଉଛି। ଗତ ୩ ଡିସେମ୍ବରରୁ ଆରମ୍ଭ ହୋଇଥିବା ଏହି ଶୋ’ର ଶେଷ ଏପିସୋଡ୍ ୫ ଏପ୍ରିଲ୍‌ରେ ପ୍ରସାରିତ ହେବ। ସୂଚନା ଅନୁସାରେ, ଏହି ଶୋ’ ଆରମ୍ଭ ହେବାର ଗୋଟେ ମାସ ପରେ ସମୟ ରାତି ୧୧ଟାରୁ ବଦଳାଇ ୯.୩୦ କରାଯାଇଥିଲା। […]

author-image
Rosalin Rath
ଅଦ୍ୟତନ ହୋଇଛି
ବନ୍ଦ ହେବାକୁ ଯାଉଛି ପପୁଲାର୍‌ ଟିଭି ଶୋ’ “ତନ୍ତ୍ର”

t22

ମୁମ୍ବାଇ: ହିନ୍ଦି ଟେଲିଭିଜନ୍‌ ଚ୍ୟାନେଲ୍‌ କଲର୍ସରେ ପ୍ରସାରିତ ହେଉଥିବା ସୁପର ପପୁଲାର୍‌ ଟିଭି ଶୋ’ “ତନ୍ତ୍ର”ର ଦର୍ଶକଙ୍କ ପାଇଁ ଖରାପ ଖବର। ଯୁହି ପରମାର୍ ଏବଂ ମନିଷ୍ ଗୋଏଲ୍ଙଙ୍କ ଅଭିନୀତ ଏହି ଶୋ’’ ଶୀଘ୍ର ବନ୍ଦ ହେବାକୁ ଯାଉଛି। ଗତ ୩ ଡିସେମ୍ବରରୁ ଆରମ୍ଭ ହୋଇଥିବା ଏହି ଶୋ’ର ଶେଷ ଏପିସୋଡ୍ ୫ ଏପ୍ରିଲ୍‌ରେ ପ୍ରସାରିତ ହେବ।

Advertisment

ସୂଚନା ଅନୁସାରେ, ଏହି ଶୋ’ ଆରମ୍ଭ ହେବାର ଗୋଟେ ମାସ ପରେ ସମୟ ରାତି ୧୧ଟାରୁ ବଦଳାଇ ୯.୩୦ କରାଯାଇଥିଲା। ଏଥିରୁ ଲାଗୁଛି ଯେ, ଏହି ଶୋ’ରୁ କଲର୍ସକୁ କୌଣସି ଲାଭ ହେଲା ନାହିଁ। ତେଣୁ ଏହା ବନ୍ଦ ହେବାକୁ ଯାଉଛି।

publive-image

ଏଠାରେ ଆମେ କହି ରଖିବାକୁ ଚାହୁଁଛୁ ଯେ, ଶୋ’ର ରେଟିଂ ଦିନକୁ ଦିନ କମିବାରେ ଲାଗିଛି। ଯେଉଁ ଲକ୍ଷ୍ୟରେ ଏହା ପ୍ରସାରଣ କରାଯାଇଥିଲା, ସେଥିରେ ଏହା ସଫଳ ହୋଇ ନ ପାରିବାରୁ ଶେଷରେ ଶୋ’ଟି ବନ୍ଦ ହେବାକୁ ଯାଉଛି। ଆଉ ଏହାର ଶେଷ ଏପିସୋଡ୍ ୫ ଏପ୍ରିଲ୍‌ରେ ପ୍ରସାରଣ କରାଯିବ।

Advertisment

ଯୁହି ପରମାର୍ ଏବଂ ମନିଷ୍ ଗୋଏଲଙ୍କ ଭଳି ପପୁଲାର୍ ଅଭିନେତାଙ୍କ ସହ ହିତେନ୍ ତେଜ୍ୱାନି, ରୋହିତ ଖୁରାନା  ପ୍ରମୁଖ  ଅଭିନୟ କରୁଛନ୍ତି। ସ୍ୱସ୍ତିକ୍ ପ୍ରଡକ୍ସନ୍ ଏହି ଶୋ’କୁ ସମ୍ପାଦନା କରିଛି।

ଏହି ଶୋ’ର କାହାଣୀ ଏକ ପାରିବାରର କାହାଣୀ ଉପରେ ଆଧାରିତ। ଖାନ୍ନ ପରିବାର ଏକ ଘରେ ରହିବାକୁ ଆସିଛନ୍ତି। କିନ୍ତୁ ସେହି ଘରେ ପୂର୍ବରୁ କଳା ଯାଦୁର ପ୍ରଭାବ ରହିଥାଏ। ପ୍ରଥମେ ପ୍ରଥମେ ହସଖୁସିରେ ଏହି ପରିବାରର ସମୟ ଅତିବାହିତ ହୁଏ। କିନ୍ତୁ ସମୟ ସମୟରେ ଭୟାନକ ଘଟଣାମାନ ଘଟେ। ଶୋ’ଟି କଳା ଯାଦୁ ଏବଂ ରହସ୍ୟ କାହାଣୀକୁ ନେଇ ଗତିଶୀଳ ହୁଏ।