Advertisment

ଜୁଲାଇରେ ‘ରାଇସ୍‌’ ଓ ‘ସୁଲତାନ୍‌’ ଲଢେଇ

ମୁମ୍ବାଇ: ପୁଣି ଦେଖିବାକୁ ମିଳିବ ସଲ୍ଲୁ ଓ ଏସ୍‌ଆରକେଙ୍କ ଲଢେଇ। ‌ରିଅଲ ଲାଇଫରେ ନୁହେଁ ରିଲ୍‌ ଲାଇଫ୍‌ରେ ଦେଖିବାକୁ ମିଳିବ ଏହି ଲଢେଇ। ଚଳିତବର୍ଷ ଜୁଲାଇରେ ଇଦ୍‌ ଅବସରରେ ଦୁଇ ଷ୍ଟାରଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ ‘ରାଇସ୍‌’ ଓ ‘ସୁଲତାନ’ ପରଦାକୁ ଆସୁଛି। ଦବଙ୍ଗଷ୍ଟାର ସଲମାନ ଖାନ୍‌ଙ୍କ ଫିଲ୍ମ ‘ସୁଲତାନ୍’ ଜୁଲାଇ ୬ରେ ରିଲିଜ୍‌ ହେଉଥିବା ବେଳେ କିଙ୍ଗଖାନ୍‌ଙ୍କ ‘ରାଇସ୍‌’ ଇଦ୍‌ର ତିନିଦିନ ପୂର୍ବରୁ ଅର୍ଥାତ୍‌ ଜୁଲାଇ ୩ରେ ବି-ଟାଉନ୍‌କୁ ଆସିବ। ଦୁଇ ସୁପରଷ୍ଟାରଙ୍କ ଫିଲ୍ମ ଗୋଟିଏ […]

ଅଦ୍ୟତନ ହୋଇଛି
ଜୁଲାଇରେ ‘ରାଇସ୍‌’ ଓ ‘ସୁଲତାନ୍‌’ ଲଢେଇ

raees-vs-sultan

Advertisment

ମୁମ୍ବାଇ: ପୁଣି ଦେଖିବାକୁ ମିଳିବ ସଲ୍ଲୁ ଓ ଏସ୍‌ଆରକେଙ୍କ ଲଢେଇ। ‌ରିଅଲ ଲାଇଫରେ ନୁହେଁ ରିଲ୍‌ ଲାଇଫ୍‌ରେ ଦେଖିବାକୁ ମିଳିବ ଏହି ଲଢେଇ। ଚଳିତବର୍ଷ ଜୁଲାଇରେ ଇଦ୍‌ ଅବସରରେ ଦୁଇ ଷ୍ଟାରଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ ‘ରାଇସ୍‌’ ଓ ‘ସୁଲତାନ’ ପରଦାକୁ ଆସୁଛି। ଦବଙ୍ଗଷ୍ଟାର ସଲମାନ ଖାନ୍‌ଙ୍କ ଫିଲ୍ମ ‘ସୁଲତାନ୍’ ଜୁଲାଇ ୬ରେ ରିଲିଜ୍‌ ହେଉଥିବା ବେଳେ କିଙ୍ଗଖାନ୍‌ଙ୍କ ‘ରାଇସ୍‌’ ଇଦ୍‌ର ତିନିଦିନ ପୂର୍ବରୁ ଅର୍ଥାତ୍‌ ଜୁଲାଇ ୩ରେ ବି-ଟାଉନ୍‌କୁ ଆସିବ।

Advertisment

ଦୁଇ ସୁପରଷ୍ଟାରଙ୍କ ଫିଲ୍ମ ଗୋଟିଏ ସପ୍ତାହରେ ଆସୁଥିବାରୁ ବକ୍ସ ଅଫିସ୍‌ରେ ହଙ୍ଗାମା ହେବା ନିଶ୍ଚିତ। ଅନ୍ୟପକ୍ଷେ ଏକା ସଙ୍ଗରେ ରିଲିଜ ହେଉଥିବାରୁ ଏହା ଦୁଇଟି ଯାକ ଫିଲ୍ମ ଉପରେ ପ୍ରଭାବ ପକାଇବା ଆଶଙ୍କା ଦେଖାଦେଇଛି। ଏହାକୁ ନେଇ ବି-ଟାଉନ୍‌ରେ ଏବେ ଠାରୁ ଚର୍ଚ୍ଚା ଜୋର ଧରିଛି।

ରାଇଜ୍‌କୁ ରାହୁଲ ଧୋଲକିଆ ନିର୍ଦ୍ଦେଶନା ଦେଇଛନ୍ତି। ସେହିପରି ପ୍ରଯୋଜନା ଦାୟିତ୍ୱରେ ଏସଆରକେଙ୍କ ପତ୍ନୀ ଗୌରୀ ଖାନ୍‌, ରିତେଶ ଶିଦ୍ଧୱାନୀ ଓ ଫରାନ୍ ଅଖ୍‌ତାର ରହିଛନ୍ତି। ଏହି ଫିଲ୍ମରେ ବିଭିନ୍ନ ଭୁମିକାରେ ନୱାଜଉଦ୍ଧିନ ସିଦ୍ଧିକି, ମହିରା ଖାନ୍‌, ଏମ୍‌ଜେ ଆୟୁବ୍‌, ରୂପିନ୍ଦର ନଗ୍ରା, ଅନୀଲ ମାଙ୍ଗେ, ଆରୟା ବାବ୍‌ର ଓ ଗିବିନ୍ଦ ନାମଦେବ ନଜରକୁ ଆସିବେ।

Advertisment

ସେହିପରି ସାଲମାନଙ୍କ ଅଭିନୀତ ସୁଲତାନ୍‌ ଫିଲ୍ମକୁ ଅଲ୍ଲି ଆବସ୍‌ ଜାଫର ନିର୍ଦ୍ଦେଶନା ଦେଉଥିବା ବେଳେ ପ୍ରଯୋଜନା ଦାୟିତ୍ୱରେ ରହିଛନ୍ତି ଆଦିତ୍ୟ ଚୋପ୍ରା। ବିଭିନ୍ନ ଭୂମିକାରେ ଅନୁଷ୍କା ଶର୍ମା, ରନଦୀପ ହୁଡା, ଅମିତ ସାନ୍ଦ ଓ ଟାଇରନ୍ ଉଡଲେ ରହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe