Advertisment

ଜୁଲାଇରେ ବାହା ହେବେ ଅନନ୍ତ ଅମ୍ବାନୀ ଓ ରାଧିକା, ସ୍ଥାନ-ଲଣ୍ଡନ

ନିକଟରେ ଅମ୍ବାନୀ ପରିବାର ପକ୍ଷରୁ ଅନନ୍ତ ଓ ରାଧିକାଙ୍କ ପ୍ରି-ୱେଡିଂ କାର୍ଯ୍ୟକ୍ରମ ଗୁଜରାଟର ଜାମନଗରରେ ଆୟୋଜନ କରାଯାଇଥିଲା।

author-image
Hemant Lenka
ଅଦ୍ୟତନ ହୋଇଛି
Radhika

Radhika

ଦେଶ ତଥା ବିଶ୍ୱର ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତଙ୍କ ବାହାଘର ଜୁଲାଇ ମାସରେ ହେବ। ସେ ରାଧିକା ମର୍ଚାଣ୍ଟଙ୍କ ହାତ ସାତ ଜନ୍ମ ପାଇଁ ଧରିବେ।

Advertisment

ନିକଟରେ ଅମ୍ବାନୀ ପରିବାର ପକ୍ଷରୁ ଅନନ୍ତ ଓ ରାଧିକାଙ୍କ ପ୍ରି-ୱେଡିଂ କାର୍ଯ୍ୟକ୍ରମ ଗୁଜରାଟର ଜାମନଗରରେ ଆୟୋଜନ କରାଯାଇଥିଲା। ଏଥିରେ ବିଶ୍ୱ ତଥା ଦେଶର ବଡ଼ବଡ଼ ହସ୍ତୀମାନେ ଯୋଗ ଦେଇଥିଲେ।

ବଲିଡର ୩ ଖାନଙ୍କ ଠାରୁ ଆରମ୍ଭ କରି ହଲିଉର ରିହାନା ଓ ଅକୋନଙ୍କ ଭଳି ସେଲିବ୍ରେଟୀ ଜାମନଗରର ଗାଲା ଇଭେଣ୍ଟରେ ନିଜର ଯାଦୁ ଦେଖାଇଥିଲେ। ଏହା କେବଳ ପ୍ରି-ୱେଡିଂ କାର୍ଯ୍ୟକ୍ରମ ଥିଲା। ତେଣୁ ଅନନ୍ତ ଓ ରାଧିକାଙ୍କ ବାହାଘର କାର୍ଯ୍ୟକ୍ରମ କେତେ ଭବ୍ୟ ହେବ ଏଥିରୁ ସ୍ପଷ୍ଟ ଭାବେ ଜଣାପଡ଼ୁଛି।

Advertisment

ଗୋଟିଏ ସୂତ୍ରରୁ ଜଣାପଡ଼ିଛି ଯେ ଲଣ୍ଡନରେ ଥିବା ଅମ୍ବାନୀ ପରିବାରର ଷ୍ଟୋକ ପାର୍କ ଇ-ଷ୍ଟେଟରେ ବାହାଘର ଜୁଲାଇ ମାସରେ ହେବ। ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ଓ ନୀତା ଅମ୍ବାନୀ ନିଜେ କାର୍ଯ୍ୟକ୍ରମର ତଦାରଖ କରୁଛନ୍ତି।

ଏହାପୂର୍ବରୁ ୩ ଧରି ଚାଲିଥିବା ପ୍ରି-ୱେଡିଂ କାର୍ଯ୍ୟକ୍ରମର ସବୁ ଶ୍ରେୟ ମଧ୍ୟ ଅନନ୍ତ ନିଜ ମା’ ନୀତାଙ୍କୁ ଦେଇଥିଲେ। ପ୍ରି-ୱେଡିଂ ଭଳି ବାହାଘର ମଧ୍ୟ ବନ୍ଧୁ ଓ ପରିବାର ବର୍ଗଙ୍କ ମନରେ ଯେମିତି ସବୁଦିନ ପାଇଁ ସ୍ମୃତି ହୋଇ ରହିବ, ତା’ଉପରେ ନୀତା ଅଧିକ ଫୋକସ କରୁଛନ୍ତି।

ଏବେ ଠାରୁ ବଲିଉଡର ବଡ଼ବଡ଼ କଳାକାରମାନଙ୍କୁ ଅମ୍ବାନୀ ପରିବାର ପକ୍ଷରୁ ନିମନ୍ତ୍ରଣ ପତ୍ର ପଠାଇ ଦିଆଯାଇଛି। ଲଣ୍ଡନରେ ବାହାଘର ହେବାକୁ ଥିବାରୁ କଳାକାରମାନେ ସେହି ଅନୁସାରେ ସେମାନଙ୍କୁ କାର୍ଯ୍ୟସୂଚୀ ପ୍ରସ୍ତୁତ କରିବେ। ତେଣୁ ଏବେଠାରୁ ସେମାନଙ୍କୁ ନିମନ୍ତ୍ରଣ ପତ୍ର ପଠାଯାଇଛି।

ଜାମନଗର ପ୍ରି-ୱେଡିଂ ବେଳେ ଅତିଥିମାନଙ୍କୁ ନିମନ୍ତ୍ରଣପତ୍ର ସହ ଡ୍ରେସ୍‌ କୋଡ୍‌ ସମ୍ପର୍କରେ ୯ ପୃଷ୍ଠାର ସୂଚନା ଦିଆଯାଇଥିଲା। ବାହାଘରରେ ମଧ୍ୟ ସେମିତି କିଛି କରାଯାଇଛି। ତେବେ ବାହାଘରର ଥିମ ସମ୍ପର୍କରେ ସୂଚନା ମିଳିନି। କିନ୍ତୁ କୁହାଯାଉଛି ଯେ ଲଣ୍ଡନରେ ବାହାଘର କାର୍ଯ୍ୟକ୍ରମ ୩ ଦିନ ଧରି ଚାଲିବ। କକଟେଲ/ସଙ୍ଗୀତ ନାଇଟର ମଧ୍ୟ ବ୍ୟବସ୍ଥା ହେବ।

ଅତିଥି ତାଲିକାରେ ଶାହରୁଖ ଖାନ, ସଲମାନ ଖାନ, ବଚ୍ଚନ ପରିବାର, ରଣବୀର ସିଂହ, ଦୀପିକା ପାଦୁକୋନ, ବିରାଟ-ଅନୁଷ୍କା, ରଣବୀର-ଆଲିଆ, ଭିକ୍କି-କ୍ୟାଟ୍ରିନା ପ୍ରମୁଖ ରହିଛନ୍ତି। ଏହାବାଦ ଅନେକ ହଲିଉଡ କଳାକାର ମଧ୍ୟ ଜୁଲାଇରେ ହେବାକୁ ଥିବା ରାଧିକା-ଅନନ୍ତଙ୍କ ବାହାଘରରେ ଯୋଗଦେବେ।

Mukesh Ambani Anant Ambani And Radhika Merchant Pre-wedding Anant Ambani