ଆଲିଗଡରେ ଶିଶୁକୁ ଦୁଷ୍କର୍ମ ପରେ ହତ୍ୟା ଘଟଣା: ତାତିଲେ ବଲିଉଡ୍‌ ସେଲିବ୍ରିଟି

ମୁମ୍ବାଇ: ଉତ୍ତର ପ୍ରଦେଶର ଆଲିଗଡ଼ରେ ଏକ ଅମାନବାୟ କାଣ୍ଡ ଘଟିଛି, ଯାହା ସାରା ଦେଶକୁ ଏବେ ଚକିତ କରି ରଖିଦେଇଛି। ଆଲିଗଡ଼ର ଜଣେ ୩ ବର୍ଷୀୟା ନାବାଳିକାକୁ ଦୁଷ୍କର୍ମ କରାଯାଇ ହତ୍ୟା କରାଯାଇଛି। ତେବେ ପିଲାଟି ସହିତ ଦୁଷ୍କର୍ମ ହୋଇନାହିଁ ବୋଲି ପୁଲିସ ପକ୍ଷରୁ କୁହାଯାଇଛି। ଏହି ଘଟଣା ପରେ ଦେଶର କୋଣ ଅନୁକୋଣରୁ ଅଭିଯୁକ୍ତଙ୍କୁ କଠିନରୁ କଠିନ ଦଣ୍ଡ ଦେବାକୁ ଦାବି କରାଯାଉଛି। ଟ୍ୱିଟରରେ ଏବେ ‘ହାସ୍‌ଟ୍ୟାଗ୍‌ ଜଷ୍ଟିସ୍‌ ଫର୍‌ ଟ୍ୱିଙ୍କଲ ଶର୍ମା’ ଟ୍ରେଣ୍ଡ କରିବାରେ […]

2019-06-06-1-784x441

2019-06-06-1-784x441

Biswobandita Swain
  • Published: Saturday, 08 June 2019
  • Updated: 08 June 2019, 01:40 PM IST

Sports

Latest News

ମୁମ୍ବାଇ: ଉତ୍ତର ପ୍ରଦେଶର ଆଲିଗଡ଼ରେ ଏକ ଅମାନବାୟ କାଣ୍ଡ ଘଟିଛି, ଯାହା ସାରା ଦେଶକୁ ଏବେ ଚକିତ କରି ରଖିଦେଇଛି। ଆଲିଗଡ଼ର ଜଣେ ୩ ବର୍ଷୀୟା ନାବାଳିକାକୁ ଦୁଷ୍କର୍ମ କରାଯାଇ ହତ୍ୟା କରାଯାଇଛି। ତେବେ ପିଲାଟି ସହିତ ଦୁଷ୍କର୍ମ ହୋଇନାହିଁ ବୋଲି ପୁଲିସ ପକ୍ଷରୁ କୁହାଯାଇଛି। ଏହି ଘଟଣା ପରେ ଦେଶର କୋଣ ଅନୁକୋଣରୁ ଅଭିଯୁକ୍ତଙ୍କୁ କଠିନରୁ କଠିନ ଦଣ୍ଡ ଦେବାକୁ ଦାବି କରାଯାଉଛି।

ଟ୍ୱିଟରରେ ଏବେ ‘ହାସ୍‌ଟ୍ୟାଗ୍‌ ଜଷ୍ଟିସ୍‌ ଫର୍‌ ଟ୍ୱିଙ୍କଲ ଶର୍ମା’ ଟ୍ରେଣ୍ଡ କରିବାରେ ଲାଗିଛି। ବଲିଉଡ୍‌ ସେଲିବ୍ରିଟିମାନେ ମଧ୍ୟ ଏହି ମାମଲାରେ ଚୁପ୍‌ ରହି ନାହାନ୍ତି। ସେମାନେ ଟ୍ୱିଟରରେ ଟ୍ୱିଟ୍‌ କରି ନିଜ ଅସନ୍ତୋଷ ଏବଂ କ୍ଷୋଭ ପ୍ରକାଶ କରିଛନ୍ତି।
ଅଭିନେତା ଅଭିଷେକ ବଚ୍ଚନ ଲେଖିଛନ୍ତି ଯେ, ବାସ୍ତବରେ ଏହା ଏକ ଘୃଣାତ୍ମକ ଓ ରାଗ ସୃଷ୍ଟି କରିବା ଭଳି ଘଟଣା। ଯାହା ଶବ୍ଦରେ କହିବା କଷ୍ଠ। କେହି ଏପରି କ୍ରୁରତାପୂର୍ଣ୍ଣ କାମ କରିବା ଲାଗି କିପରି ଭାବି ପାରୁଛନ୍ତି?

https://twitter.com/SunnyLeone/status/1136518469493579777

ସନ୍ନି ଲିଓନି ଲେଖିଛନ୍ତି ଯେ କ୍ଷମା କରିଦେବ ଟ୍ୱିଙ୍କଲ୍‌, ତମକୁ ଏପରି ଏକ ଦୁନିଆରେ ରହିବାକୁ ପଡ଼ିଲା, ଯେଉଁଠି ମଣିଷର ମାନବିକତା ମରି ଯାଇଛି। ତମ ଭଳି ଜଣେ ପରୀଙ୍କ ଆତ୍ମାର ଭଗବାନ ଯତ୍ନ ନିଅନ୍ତୁ।
ରବୀନା ଟଣ୍ଡନ ଟ୍ୱିଟ୍‌ କରିଛନ୍ତି ଯେ, ଆଲିଗଡ଼ର ଜଣେ ୩ ବର୍ଷୀୟ ପିଲାର ଦୁଷ୍କର୍ମ ଓ ହତ୍ୟା ବହୁତ ଭୟଙ୍କର ଓ କ୍ରୁରତାପୂର୍ଣ୍ଣ। ପିଲାର ଶରୀରକୁ ବିକୃତ କରି ଦିଆଯାଇଛି। ଖରାପ, ଅମାନବୀୟ ଓ ବର୍ବରତାର ଚିତ୍ର ଦେଖିବାକୁ ମିଳିଛି। ଦୋଷୀକୁ ଫାଶୀ ମିଳିବା ଦରକାର। ଆଇନ ତ୍ୱରିତ ବେଗରେ କାମ କରିବା ଉଚିତ।

https://twitter.com/AnupamPKher/status/1136691088981409792

ରିତେଶ ଦେଶମୁଖ ଟ୍ୱିଟ୍‌ କରି ଲେଖିଛନ୍ତି ଯେ, ଘଟଣା ସମ୍ପର୍କରେ ଶୁଣି ବହୁତ ଦୁଃଖ ଓ ଆଶ୍ଚର୍ଯ୍ୟ ଲାଗିଲା। ସମାଜ ତିଆରି କରିବାରେ ଆମେ ଅସଫଳ ରହିଛୁ। ଆମେ ଆମ ପିଲାଙ୍କ ପାଇଁ ଏଭଳି ଏକ ଅସୁରକ୍ଷିତ ଦୁନିଆ ତିଆରି କରୁଛୁ? ଏହି ଅପରାଧକୁ କମ୍‌ କରିବା ଲାଗି ଦୋଷୀକୁ କଠୋର ଦଣ୍ଡ ଓ ପୀଡ଼ିତାଙ୍କୁ ତତ୍କାଳ ନ୍ୟାୟ ଦେବା ନିହାତି ଦରକାର।

ଜେନେଲିଆ ଦେଶମୁଖ ଟ୍ୱିଟ୍‌ କରିଛନ୍ତି ଯେ ଏହି ଘଟଣା ଭୟଙ୍କର। ଆମ ଦେଶରେ ମହିଳା ଓ ଛୋଟ ପିଲାଙ୍କ ସହିତ ଯାହା ସବୁ ହେଉଛି, ସେଥିଲାଗି ସେ ଅସନ୍ତୁଷ୍ଟ। ସବୁଥର ଭଳି ଏଥର ମଧ୍ୟ ପିଲାକୁ ସୁରକ୍ଷା ଦେବାରେ ଆମେ ଅସଫଳ ରହିଲୁ। ଏଭଳି ଅପରାଧ ପାଇଁ ଦାୟୀ ଲୋକଙ୍କୁ ସାର୍ବଜନିକ ଭାବେ ଫାଶୀ ଦେବା ଉଚିତ।

ବରିଷ୍ଠ ଅଭିନେତା ଅନୁପମ ଖେର ଟ୍ୱିଟ୍‌ କରି ଲେଖିଛନ୍ତି ଯେ ତିନି ବର୍ଷର ପିଲା ସହିତ ଦୁଷ୍କର୍ମ ହେବାକୁ ନେଇ ସେ ବହୁତ କ୍ରୋଧିତ। ଏହା ଏକ ଭୟଙ୍କର ଓ ଲଜ୍ଜିତ ଘଟଣା। ଅଭିଯୁକ୍ତଙ୍କୁ ସାର୍ବଜନିକ ସ୍ଥାନରେ ଫାଶୀ ଦେବା ଉଚିତ। ଏହି ଜଘନ୍ୟ ଅପରାଧ ପାଇଁ ଅନ୍ୟ କୌଣସି ଦଣ୍ଡ ନାହିଁ। ସେ ପୀଡ଼ିତାଙ୍କ ପାଇଁ ନ୍ୟାୟ ଦାବି କରୁଛନ୍ତି।

https://twitter.com/akshaykumar/status/1136851296562999298

ଖିଲାଡି ମାଷ୍ଟର ଅକ୍ଷୟ କୁମାର ଟ୍ୱିଟ କରିଛନ୍ତି ଯେ, ଆମ ପିଲାଙ୍କ ଲାଗି ଆମେ କେବେବି ଏପରି ପୃଥିବୀର ପରିକଳ୍ପନା କରି ପାରିବୁନି। ଏହା ଶୁଣି ଦୁଃଖ ଲାଗିବା ସହ କ୍ରୋଧ ବି ଜାତ ହେଉଛି। ଏପରି ଘଟଣାର ଦୋଷୀଙ୍କୁ କଠୋର ଶାସ୍ତିର ଆବଶ୍ୟକତା ରହିଛି।

ଅର୍ଜୁନ କପୁର ଲେଖିଛନ୍ତି ଯେ, ଏହି ଦୁଷ୍କର୍ମ ଓ ହତ୍ୟା ମାନବିକତା ପାଇଁ ଏକ ଲଜ୍ଜିତ ଘଟଣା। ପୀଡ଼ିତାଙ୍କୁ ନ୍ୟାୟ ମିଳିବା ନିହାତି ଦରକାର। ଏମାନଙ୍କ ବ୍ୟତୀତ ହୁମା କ୍ୟୁରେଶୀ, ସିଦ୍ଧାର୍ଥ ମାଲହୋତ୍ରା, ଆୟୁଷ୍କାନ ଖୁରାନା, ରାଜପାଲ ଯାଦବଙ୍କ ସମେତ ଅନେକ ସେଲିବ୍ରିଟି ଟ୍ୱିଟ୍‌ କରି ଦୋଷୀଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story