Advertisment

ବିବାହ ବନ୍ଧନରେ ବାନ୍ଧି ହେଲେ ଜଷ୍ଟିନ୍‌ ଓ ହ୍ୟାଲି

କଲମ୍ବିଆ: ହଲିଉଡ୍‌ର ସବୁଠୁ ଚର୍ଚ୍ଚିତ କପଲ୍‌ ଜଷ୍ଟିନ୍‌ ବିବର୍ ଓ ହ୍ୟାଲି ବାଲ୍ଡୱିନ୍ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଗତ କିଛିଦିନ ତଳେ ଜଷ୍ଟିନ୍‌ ହ୍ୟାଲିଙ୍କୁ ପ୍ରପୋଜ କରିଥିଲେ, ଯାହାପରେ ସେମାନଙ୍କର ନିର୍ବନ୍ଧ ହୋଇଥିଲା। ଜଷ୍ଟିନ୍‌ ବାହାମସ୍‌ରେ ହ୍ୟାଲିଙ୍କୁ ପ୍ରପୋଜ୍ କରିଥିଲେ। ସୂଚନା ଅନୁଯାୟୀ, ଏହା ଏମାନଙ୍କର ପ୍ରଥମ ବାହାଘର ନୁହେଁ, ପୂର୍ବରୁ ଏମାନେ ଥରେ ବାହା ହୋଇସାରିଛନ୍ତି। ଏବେ କିନ୍ତୁ ସମ୍ପୂର୍ଣ୍ଣ ରୀତିନୀତିରେ ବାହାଘର ହୋଇଛି। ଦୁହିଁଙ୍କର ଏହି ପ୍ରାଇଭେଟ ୱେଡିଂର ଫଟୋ ଏବେ […]

author-image
Chinmayee Roy
ଅଦ୍ୟତନ ହୋଇଛି
ବିବାହ ବନ୍ଧନରେ ବାନ୍ଧି ହେଲେ ଜଷ୍ଟିନ୍‌ ଓ ହ୍ୟାଲି

justin-biber

କଲମ୍ବିଆ: ହଲିଉଡ୍‌ର ସବୁଠୁ ଚର୍ଚ୍ଚିତ କପଲ୍‌ ଜଷ୍ଟିନ୍‌ ବିବର୍ ଓ ହ୍ୟାଲି ବାଲ୍ଡୱିନ୍ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଗତ କିଛିଦିନ ତଳେ ଜଷ୍ଟିନ୍‌ ହ୍ୟାଲିଙ୍କୁ ପ୍ରପୋଜ କରିଥିଲେ, ଯାହାପରେ ସେମାନଙ୍କର ନିର୍ବନ୍ଧ ହୋଇଥିଲା। ଜଷ୍ଟିନ୍‌ ବାହାମସ୍‌ରେ ହ୍ୟାଲିଙ୍କୁ ପ୍ରପୋଜ୍ କରିଥିଲେ। ସୂଚନା ଅନୁଯାୟୀ, ଏହା ଏମାନଙ୍କର ପ୍ରଥମ ବାହାଘର ନୁହେଁ, ପୂର୍ବରୁ ଏମାନେ ଥରେ ବାହା ହୋଇସାରିଛନ୍ତି। ଏବେ କିନ୍ତୁ ସମ୍ପୂର୍ଣ୍ଣ ରୀତିନୀତିରେ ବାହାଘର ହୋଇଛି।

Advertisment

ଦୁହିଁଙ୍କର ଏହି ପ୍ରାଇଭେଟ ୱେଡିଂର ଫଟୋ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେଉଛି। ଏହି ବାହାଘରେ ଉଭୟଙ୍କ ପରିବାର ଓ କିଛି ନିକଟତର ବନ୍ଧୁ ସାମିଲ ଥିଲେ। ଏହି ବାହାଘର USର South Carolinaରେ ହୋଇଛି।

publive-imagepublive-imageଭାଇରାଲ୍‌ ହେଉଥିବା ଫଟୋରେ ଦୁହେଁ ବାହାଘର ଗେଟପ୍‌ରେ ନଜର ଆସୁଛନ୍ତି। ହ୍ୟାଲି ଏକ ସୁନ୍ଦର ଧଳା ରଙ୍ଗର ଗାଉନ୍‌ ପିନ୍ଧିଥିବାବେଳେ ଜଷ୍ଟିନ୍‌ ବ୍ଲାକ୍‌ ଟକ୍ସିଡୋ ପିନ୍ଧିଛନ୍ତି। ଏମାନଙ୍କର ଏହି ଫଟୋକୁ ସମସ୍ତେ ବେଶ୍‌ ପସନ୍ଦ କରୁଛନ୍ତି। ବାହାଘର ପରେ ଏମାନେ ଏକ ଗ୍ରାଣ୍ଡ ପାର୍ଟି ମଧ୍ୟ ଦେଇଛନ୍ତି। ଯାହାର ଭିଡିଓ ମଧ୍ୟ ଭାଇରାଲ୍‌ ହେଉଛି।

Advertisment

https://www.instagram.com/p/B3EZJRlA3w9/?utm_source=ig_web_copy_link

ସବୁଠୁ ରୋଚକ କଥା ହେଲା ବାହାଘର ପରେ ହ୍ୟାଲି ଅନ୍‌ଷ୍ଟାଗ୍ରମ୍‌ରେ ନିଜ ନାଁରେ ଜଷ୍ଟିନ୍‌ଙ୍କ ସରନେମ୍‌ ବିବର୍‌ ଲଗାଇଛନ୍ତି। ଯାହାପରେ ଏମାନଙ୍କ ବାହାଘରର ଖବର ସତ ପ୍ରମାଣିତ ହୋଇଯାଇଛି।

https://www.instagram.com/p/B3EbKSWidJF/?utm_source=ig_web_copy_link

ସୂଚନାଯୋଗ୍ୟ, ଦୁହେଁ ପରସ୍ପରକୁ ୨୦୧୬ରୁ ଡେଟ୍‌ କରୁଥିଲେ। ଏମାନଙ୍କର ଥରେ ବ୍ରେକଅପ୍‌ ହୋଇଥିଲା। ଗତବର୍ଷ ଏପ୍ରିଲ୍‌ରେ ଏମାନଙ୍କର ପୁଣିଥରେ ପ୍ୟାଚ୍‌ଅପ୍‌ ହୋଇଥିଲା। ଯାହାପରେ ଏମାନେ ଥରେ ରେଜିଷ୍ଟ୍ରି ମ୍ୟାରେଜ୍‌ କରିଥିଲେ।