Advertisment

ହୃଦ୍‌ଘାତରେ ଅଭିନେତ୍ରୀଙ୍କ ମୃତ୍ୟୁ, ୨୪ ବର୍ଷ ହୋଇଥିଲା

ମଲୟାଲମ କ୍ଷୁଦ୍ର ଚଳଚ୍ଚିତ୍ର ‘କାକ୍କା’ରେ ଅଭିନୟ କରି ସେ ଲୋକପ୍ରିୟ ହୋଇପାରିଥିଲେ।

ଅଦ୍ୟତନ ହୋଇଛି
Lakshmika

Lakshmika

Advertisment

ମଲୟାଲମ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରୀର ଲୋକପ୍ରିୟ ଅଭିନେତ୍ରୀ ଲକ୍ଷ୍ମୀକା ସଜୀବନଙ୍କର ହୃଦଘାତରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୨୪ ବର୍ଷ ହୋଇଥିଲା।

Advertisment

ଲକ୍ଷ୍ମୀକାଙ୍କର ହୃଦ୍‌ଘାତରେ ମୃତ୍ୟୁ ହୋଇଛି। ସେ ସାରଜାରେ ଥିବା ବେଳେ ଗତକାଲି ତାଙ୍କର ମୃତ୍ୟୁ ଘଟିଥିଲା। ସାରଜାରେ ଏକ ବ୍ୟାଙ୍କରେ ସେ କାମ କରୁଥିଲେ।

ମଲୟାଲମ କ୍ଷୁଦ୍ର ଚଳଚ୍ଚିତ୍ର ‘କାକ୍କା’ରେ ଅଭିନୟ କରି ସେ ଲୋକପ୍ରିୟ ହୋଇପାରିଥିଲେ। ଏଥିରେ ସେ ପଛୁଆ ବର୍ଗର ଏକ ଝିଅ ଭୂମିକାରେ ଅଭିନୟ କରିଥିଲେ। ଫିଲ୍ମରେ ତାଙ୍କ ନାଁ ଥିଲା ପଞ୍ଚମୀ। ଏହି ଫିଲ୍ମରେ ତାଙ୍କ ରଙ୍ଗ କଳା ଥିଲା। ତାଙ୍କର ସମ୍ମୁଖ ଭାଗ ଦାନ୍ତ ବହୁତ ବଡ଼ ବଡ଼ ଥିଲା। ପରିବାର ଲୋକଙ୍କ ଦ୍ୱାରା ସେ ଅବହେଳିତ ହୋଇ ଥିଲେ। ‘କାକ୍କା’ରେ ତାଙ୍କ ଅଭିନୟ ସମସ୍ତଙ୍କ ମନକୁ ଛୁଇଁଥିଲା।

Advertisment

ସେ ‘ପୁଝାୟାମ୍ମା’, ‘ପଞ୍ଚବରଣାଥଥା’, ‘ସାଉଦି ଭେଲ୍ଲକ୍କା’, ‘ୟୁୟାରେ’, ‘ଓରୁ କୁଟ୍ଟାନାଦନ’, ‘ଓରୁ ଯମନନ୍ଦ ପ୍ରେମକଥା’ ଓ ‘ନିତ୍ୟହରିଥା ନାୟାଗାନ’ ଆଦି ଫିଲ୍ମରେ ଅଭିନୟ କରିଛନ୍ତି। ସେ ଶେଷ ଥର ପାଇଁ ‘କୁନ୍‌’ ଫିଲ୍ମରେ ଅଭିନୟ କରିଥିଲେ, ଯାହା ୨୦୨୧ରେ ରିଲିଜ୍ ହୋଇଥିଲା।

Heart Attack Actress Dead
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe