Advertisment

ମା' କାଳୀଙ୍କ ହାତରେ ସିଗାରେଟ୍‌, ବିବାଦରେ ଫିଲ୍ମ

ନୂଆଦିଲ୍ଲୀ: ହାତରେ ଖଣ୍ଡା ଆଉ ତ୍ରିଶୂଳ। ଆଉ ଏକ ହାତରେ ଧରିଛନ୍ତି ସିଗାରେଟ୍‌। ଆଉ ଗୋଟିଏ ହାତରେ ରହିଛି ଏଲ୍‌ଜିବିଟି ପତାକା। ଏକ ସ୍ଥାନରେ ବସି ମା’ କାଳୀ ରୂପରେ ଜଣେ ମହିଳା ବେଶଭୂଷା ପରିଧାନ କରି ଟାଣୁଛନ୍ତି ସିଗାରେଟ୍‌। ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ନିକଟରେ ରିଲିଜ ହୋଇଥିବା ଡକ୍ୟୁମେଣ୍ଟାରୀ ଫିଲ୍ମ ‘କାଳୀ’ରେ। ଏହି ମୋସନ ପୋଷ୍ଟରକୁ ନେଇ ଏବେ ବିବାଦ ତେଜିଛି। ଫିଲ୍ମ ମେକର୍ସଙ୍କୁ ଗିରଫ କରିବା ପାଇଁ ଦାବି ମଧ୍ୟ ଉଠିଛି। […]

ମା' କାଳୀଙ୍କ ହାତରେ ସିଗାରେଟ୍‌, ବିବାଦରେ ଫିଲ୍ମ  

Kaali Film poster

Advertisment

ନୂଆଦିଲ୍ଲୀ: ହାତରେ ଖଣ୍ଡା ଆଉ ତ୍ରିଶୂଳ। ଆଉ ଏକ ହାତରେ ଧରିଛନ୍ତି ସିଗାରେଟ୍‌। ଆଉ ଗୋଟିଏ ହାତରେ ରହିଛି ଏଲ୍‌ଜିବିଟି ପତାକା। ଏକ ସ୍ଥାନରେ ବସି ମା' କାଳୀ ରୂପରେ ଜଣେ ମହିଳା ବେଶଭୂଷା ପରିଧାନ କରି ଟାଣୁଛନ୍ତି ସିଗାରେଟ୍‌। ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ନିକଟରେ ରିଲିଜ ହୋଇଥିବା ଡକ୍ୟୁମେଣ୍ଟାରୀ ଫିଲ୍ମ 'କାଳୀ'ରେ। ଏହି ମୋସନ ପୋଷ୍ଟରକୁ ନେଇ ଏବେ ବିବାଦ ତେଜିଛି। ଫିଲ୍ମ ମେକର୍ସଙ୍କୁ ଗିରଫ କରିବା ପାଇଁ ଦାବି ମଧ୍ୟ ଉଠିଛି।

Advertisment

ଫିଲ୍ମ କାଳୀ, ଏହା ଏକ ଡକ୍ୟୁମେଣ୍ଟାରୀ ଫିଲ୍ମ। ଜୁଲାଇ ୨ ତାରିଖରେ ଏହି ଫିଲ୍ମର ପୋଷ୍ଟର ରିଲିଜ ହୋଇଥିଲା। ଭାରତୀୟ ଫିଲ୍ମ ମେକର ଲୀନା ମଣିମେକଲଇ ଏହାକୁ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ଶେଆର କରିଥିଲେ। ଏହି ପୋଷ୍ଟରରେ ମା' କାଳୀଙ୍କୁ ସିଗାରେଟ୍‌ ପିଉଥିବା ଦର୍ଶାଯାଇଛି। କେବଳ ସେତିକି ନୁହେଁ କାଳୀଙ୍କ ହାତରେ ଏଲଜିବିଟି ସମ୍ପ୍ରଦାୟର ପତକା ମଧ୍ୟ ରହିଛି। ପୋଷ୍ଟରରେ ମା' କାଳୀକୁ ଏଭଳି କଦର୍ଥ କରି ଦର୍ଶାଯାଇଥିବା ଦେଖି ଏବେ ଲୋକେ ଏହାକୁ ଜୋରଦାର ବିରୋଧ କରିଛନ୍ତି।

ହିନ୍ଦୁମାନଙ୍କୁ ଭାବାବେଗକୁ ଆଘାତ ପଞ୍ଚାଇଥିବା ନେଇ ଅନେକ ୟୁଜର୍ସ ଅଭିଯୋଗ କରିଛନ୍ତି। ଏଥିସହ ଫିଲ୍ମ ମେକର ଲୀନା ମଣିମେକଲଇଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି। ସୋଶାଲ ମିଡିଆରେ #arrestleenamanimekalai ଟ୍ରେଣ୍ଡ ମଧ୍ୟ କରୁଛି। ଲୋକଙ୍କ କହିବା ମୁତାବକ, ଉକ୍ତ ଡକ୍ୟୁମେଣ୍ଟାରୀ ଫିଲ୍ମ ମେକର୍‌ ମା' କାଳୀଙ୍କୁ ଅପମାନିତ କରିଛନ୍ତି। ଯଦି ସେ ହିନ୍ଦୁ ଧର୍ମର ସମ୍ମାନ କରିପାରନ୍ତି ନାହିଁ ତେବେ ଅପମାନିତ କରିବାର ଅଧିକାର ମଧ୍ୟ ତାଙ୍କ ପାଖରେ ନାହିଁ ବୋଲି ଲୋକେ କହିଛନ୍ତି। ଏଥିସହ କାନାଡାରେ ଥିବା ଲୀନାଙ୍କୁ ଭାରତ ଆଣି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଭାରତ ସରକାରଙ୍କୁ ୟୁଜର୍ସମାନେ ନିବେଦନ କରିଛନ୍ତି।

Advertisment

ଏପରିକି ଜଣେ ୟୁଜର୍ସ ଏହି ଫିଲ୍ମର ପୋଷ୍ଟରକୁ ଗହମନ୍ତ୍ରୀ ଅମିତ ଶାହାଙ୍କ ଠାରୁ ଆରମ୍ଭ କରି ପିଏମ୍‌ଓ ଯାଏଁ ଟାଗ୍‌ କରି ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ମଧ୍ୟ କରିଛନ୍ତି।

ଫିଲ୍ମ ମେକର ଲୀନା ନିଜ ଡକ୍ୟୁମେଣ୍ଟାରୀ ଫିଲ୍ମର ପୋଷ୍ଟର ଶେଆର କରି କହିଥିଲେ, ତାଙ୍କର ଏହି ପିଲ୍ମକୁ କାନାଡା ଫିଲ୍ମ ଫେଷ୍ଟିଭାଲରେ ଲଞ୍ଚ କରାଯାଇଛି। ସେ ନିଜର ଏହି ଫିଲ୍ମକୁ ନେଇ ବେଶ୍‌ ଉତ୍ସାହିତ ମଧ୍ୟ ଥିଲେ। କିନ୍ତୁ ଏହି ପୋଷ୍ଟର ସାମ୍ନାକୁ ଆସିବା ପରେ ଲୋକଙ୍କ ଅସନ୍ତୋଷ ଦେଖିବାକୁ ମିଳିଛି।

https://twitter.com/DalipPancholi/status/1543478330212507648?s=20&t=DOSQ9veArj8vPny6UfX5Pw

https://twitter.com/shubhankrmishra/status/1543587048413544448?s=20&t=fssF5avtzi9wFlaGztuoaw

https://twitter.com/ashokepandit/status/1543811486703058945?s=20&t=IGAsF7jDJ1-4cemejDthng

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe