ରିଲିଜ୍‌ ହେଲା ‘କବୀର ସିଂହ’ର ଧମାକେଦାର ଟ୍ରେଲର

ମୁମ୍ବାଇ: ଶାହିଦ୍‌ କପୁର ଓ କିୟାରା ଆଡ୍‌ଭାନୀଙ୍କ ଫିଲ୍ମ ‘କବୀର ସିଂହ’ର ଟ୍ରେଲର ରିଲିଜ୍‌ ହୋଇଛି। ଫିଲ୍ମଟି ଜଣେ ଜିଦିଆ ପ୍ରେମିକର କାହାଣୀ ଉପରେ ପର୍ଯ୍ୟବସିତ। ଫିଲ୍ମର ଟ୍ରେଲର ଖୁବ୍‌ ଧମାକେଦାର ହୋଇଛି। ଟ୍ରେଲର ଦେଖିବା ପରେ ଜଣା ପଡ଼ୁଛି ଯେ, ‘କବୀର ସିଂହ’ରେ ସେମିତି କିଛି ପରିବର୍ତ୍ତନ ହୋଇନାହିଁ। ‘ଅର୍ଜୁନ୍‌ ରେଡ଼ୀ’ ଫିଲ୍ମର ପାଖାପାଖି ସବୁ ସିନ୍‌କୁ ଏହି ଫିଲ୍ମରେ ପୂରା କପି କରାଯାଇଛି। କିନ୍ତୁ ଶାହିଦ୍‌ ଅନେକ ସାକ୍ଷାତକାରରେ କହିଛନ୍ତି ଯେ, ‘କବୀର ସିଂହ’ରେ […]

ddd

ddd

Sangita Sahoo
  • Published: Tuesday, 14 May 2019
  • Updated: 14 May 2019, 09:12 AM IST

Sports

Latest News

ମୁମ୍ବାଇ: ଶାହିଦ୍‌ କପୁର ଓ କିୟାରା ଆଡ୍‌ଭାନୀଙ୍କ ଫିଲ୍ମ ‘କବୀର ସିଂହ’ର ଟ୍ରେଲର ରିଲିଜ୍‌ ହୋଇଛି। ଫିଲ୍ମଟି ଜଣେ ଜିଦିଆ ପ୍ରେମିକର କାହାଣୀ ଉପରେ ପର୍ଯ୍ୟବସିତ। ଫିଲ୍ମର ଟ୍ରେଲର ଖୁବ୍‌ ଧମାକେଦାର ହୋଇଛି।

ଟ୍ରେଲର ଦେଖିବା ପରେ ଜଣା ପଡ଼ୁଛି ଯେ, ‘କବୀର ସିଂହ’ରେ ସେମିତି କିଛି ପରିବର୍ତ୍ତନ ହୋଇନାହିଁ। ‘ଅର୍ଜୁନ୍‌ ରେଡ଼ୀ’ ଫିଲ୍ମର ପାଖାପାଖି ସବୁ ସିନ୍‌କୁ ଏହି ଫିଲ୍ମରେ ପୂରା କପି କରାଯାଇଛି। କିନ୍ତୁ ଶାହିଦ୍‌ ଅନେକ ସାକ୍ଷାତକାରରେ କହିଛନ୍ତି ଯେ, ‘କବୀର ସିଂହ’ରେ ଯଥା ସମ୍ଭବ ପରିବର୍ତ୍ତନ କରାଯାଇଛି।

ବୋଧହୁଏ ଆପଣମାନେ ଜାଣିଥିବେ, ସନ୍ଦୀପ୍‌ ୱାଙ୍ଗାଙ୍କ ନିର୍ଦ୍ଦେଶନାରେ ନିର୍ମିତ ହୋଇଥିବା ‘କବୀର ସିଂହ’ ୨୦୧୭ର ତେଲୁଗୁ ବ୍ଲକ୍‌ବଷ୍ଟର ଫିଲ୍ମ ‘ଅର୍ଜୁନ୍‌ ରେଡ଼ୀ’ର ହିନ୍ଦୀ ରିମେକ୍‌। ସନ୍ଦୀପ୍‌ ମଧ୍ୟ ‘ଅର୍ଜୁନ୍‌ ରେଡ଼ୀ’ ର ନିର୍ଦ୍ଦେଶନା ଦାୟିତ୍ୱ ତୁଲାଇଥିଲେ ।

ଟ୍ରେଲରରୁ ଜଣା ପଡ଼ୁଛି ଯେ, ନିର୍ଦ୍ଦେଶକ ସନ୍ଦୀପ୍‌ ୱାଙ୍ଗା ଅରଜିନାଲ୍‌ ଫିଲ୍ମ ‘ଅର୍ଜୁନ୍‌ ରେଡ଼ୀ’ର ଷ୍ଟୋରି ଲାଇନ୍‌, ସ୍କ୍ରିନ୍‌ ପ୍ଲେ, ଡାଏଲଗ୍‌, ଲୁକ୍‌ ଓ ବ୍ୟାକ୍‌ଗ୍ରାଉଣ୍ଡ୍‌ ସବୁକିଛି କବୀର ସିଂହରେ କପି କରିଛନ୍ତି। ତଥାପି ଦର୍ଶକ ଏହି ଭିଡିଓକୁ ଖୁବ୍‌ ପସନ୍ଦ କରିଛନ୍ତି। ଆଉ ଏହାକୁ ବ୍ଲକ୍‌ ବଷ୍ଟରର ଆଖ୍ୟା ମଧ୍ୟ ଦିଆଯାଇଛି।

ଏହି ଫିଲ୍ମଟି ଜୁନ୍‌୨୧ରେ ରିଲିଜ୍‌ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos