Advertisment

ନୂଆ ବର୍ଷରେ ଅଲବିଦା କହି କନ୍ଦେଇ ଦେଲେ କାଦର୍‌

ମୁମ୍ବାଇ(ଓଡ଼ିଶା ରିପୋର୍ଟର): ଭେଟେରାନ୍‌ ଅଭିନେତା କାଦର ଖାନ୍‌ ଆଉ ନାହାନ୍ତି। ୮୧ ବର୍ଷ ବୟସରେ ଦୁନିଆକୁ ଅଲବିଦା କହିଛନ୍ତି ସେ। ଦୀର୍ଘ ଦିନର ଅସୁସ୍ଥତା ପରେ ଗତକାଲି ରାତିରେ ତାଙ୍କର ମୃତ୍ୟୁ ହୋଇଛି। କାନାଡ଼ାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କ ପରଲୋକ ହୋଇଥିବା ନେଇ ସୂଚନା ଦେଇଛନ୍ତି ପୁଅ ସର୍ଫରାଜ। “ବାପା ଆଉ ନାହାନ୍ତି। ଡିସେମ୍ବର ୩୧ ସନ୍ଧ୍ୟା ୬ଟା(କାନାଡି୍ରାନ୍‌ ସମୟାନୁଯାୟୀ) ସେ ଆମକୁ ଛାଡି ସବୁ ଦିନ ପାଇଁ ଚାଲିଯାଇଛନ୍ତି। ଦୀର୍ଘ ୧୭ ସପ୍ତାହ ଧରି ଏହି […]

author-image
Mihir Pattnayak
ଅଦ୍ୟତନ ହୋଇଛି
ନୂଆ ବର୍ଷରେ ଅଲବିଦା କହି କନ୍ଦେଇ ଦେଲେ କାଦର୍‌

kadar

ମୁମ୍ବାଇ(ଓଡ଼ିଶା ରିପୋର୍ଟର): ଭେଟେରାନ୍‌ ଅଭିନେତା କାଦର ଖାନ୍‌ ଆଉ ନାହାନ୍ତି। ୮୧ ବର୍ଷ ବୟସରେ ଦୁନିଆକୁ ଅଲବିଦା କହିଛନ୍ତି ସେ। ଦୀର୍ଘ ଦିନର ଅସୁସ୍ଥତା ପରେ ଗତକାଲି ରାତିରେ ତାଙ୍କର ମୃତ୍ୟୁ ହୋଇଛି। କାନାଡ଼ାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କ ପରଲୋକ ହୋଇଥିବା ନେଇ ସୂଚନା ଦେଇଛନ୍ତି ପୁଅ ସର୍ଫରାଜ।

Advertisment

“ବାପା ଆଉ ନାହାନ୍ତି। ଡିସେମ୍ବର ୩୧ ସନ୍ଧ୍ୟା ୬ଟା(କାନାଡି୍ରାନ୍‌ ସମୟାନୁଯାୟୀ) ସେ ଆମକୁ ଛାଡି ସବୁ ଦିନ ପାଇଁ ଚାଲିଯାଇଛନ୍ତି। ଦୀର୍ଘ ୧୭ ସପ୍ତାହ ଧରି ଏହି ଡାକ୍ତରଖାନାରେ ରୋଗସହ  ଲଢେଇ କରିବା ପରେ ସେ ହାରି ଯାଇଛନ୍ତି।”- କହିଛନ୍ତି ସର୍ଫରାଜ

ତାଙ୍କ ସୂଚନା ମୁତାବକ କାନାଡ଼ାରେ ହିଁ କାଦରଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ। ବର୍ତ୍ତମାନ ଏଠାରେ କାଦରଙ୍କ ସପରିବାର ଉପସ୍ଥିତ ଅଛନ୍ତି।

Advertisment

ଅଳ୍ପରେ କାଦର ଖାନ୍‌

କାଦର ୧୯୩୭  ଅକ୍ଟୋବର ୨୨ରେ କାବୁଲ୍‌ରେ ଜନ୍ମ ହୋଇଥିଲେ। ସେ ଜଣେ ଅଭିନେତା, କମେଡିଆନ୍‌ ଓ ସ୍କ୍ରିନ୍‌ ରାଇଟର୍‌ ଭାବେ ଅନେକ ଲୋକପ୍ରିୟତା ହାସଲ କରିଛନ୍ତି। ୧୯୭୩ରେ ସେ  ରାଜେସ୍‌ ଖନ୍ନାଙ୍କ ଫିଲ୍ମ ‘ଦାଗ୍‌’ରୁ ନିଜ ବଲିଉଡ୍‌ କ୍ୟାରିଅର୍‌ ଆରମ୍ଭ କରିଥିଲେ। ୩୦୦ ଫିଲ୍ମରୁ ଅଧିକ ଫିଲ୍ମରେ କାମ କରିଥିବା କାଦରଛନ୍ତି। ସେ ଜଣେ ସ୍କ୍ରିନ୍‌ ରାଇଟର୍‌ ଭାବେ ମଧ୍ୟ ଅନେକ ଫିଲ୍ମରେ କାମ କରିଛନ୍ତି। ତାଙ୍କୁ ତାଙ୍କ କମେଡି ପାଇଁ ଅନେକ ଥର ଫିଲ୍ମ ଫେଆର ଶ୍ରେଷ୍ଠ କମେଡିଆନ୍‌ ପୁରସ୍କାର ବି ମିଳିଛି।

ତାଙ୍କର ଅଭିନୀତ କିଛି ଫିଲ୍ମ ହେଉଛି ଧରମ ବୀର, ଗଙ୍ଗା ଜମୁନା ସରସ୍ୱତୀ, କୁଲୀ, ଦେଶ୍‌ ପ୍ରେମୀ, ସୁହାଗ, ପରୱରିସ୍‌, ଅମର ଆକବର ଆନ୍‌ଥୋନୀ, ସରାବୀ, ଲାୱାରିସ୍‌, ମୁକଦର କା ସିକନ୍ଦର, ଖୁଦାର, ଜମାଇଁ ରାଜା ଇତ୍ୟାଦି।

କାରଦଖାନ୍‌ଙ୍କୁ ଅନେକ ଫିଲ୍ମରେ ଗୋବିନ୍ଦାଙ୍କ ସହ ଦେଖିବାକୁ ମିଳେ। ଯେଉଁ ଫିଲ୍ମଗୁଡ଼ିକ କି ସବୁବେଳେ ହିଟ୍‌ ସାବ୍ୟସ୍ତ ହୋଇଛି।