Advertisment

ବନ୍ଦ ହୋଇଯିବ ‘କହାଁ ହମ୍‌ କହାଁ ତୁମ୍‌’

ମୁମ୍ବାଇ: ଟେଲିଭିଜନର ଲୋକପ୍ରିୟ ମେଗା ଧାରାବାହିକ ‘କହାଁ ହମ୍‌ କହାଁ ତୁମ୍‌’ ଦର୍ଶକଙ୍କ ମନ ଜିତିବାରେ ବେଶ୍‌ ସଫଳ ହୋଇଛି। ଶୋ’ର ଆରମ୍ଭ ହେବାର କିଛି ଦିନ ପର୍ଯ୍ୟନ୍ତ ଏହାକୁ ନେଇ ଭିନ୍ନ ଭିନ୍ନ ହ୍ୟାଶ୍‌ଟ୍ୟାଗ ସବୁ ଟ୍ୱିଟର୍‌ରେ ଟ୍ରେଣ୍ଡ କରିଥିଲା। ଦର୍ଶକଙ୍କୁ ରୋହିତ ଓ ସୋନାକ୍ଷୀଙ୍କ ଯୋଡ଼ି ବେଶ୍ ଭଲ ଲାଗୁଛି। ଏମାନଙ୍କ ଅନ୍‌ସ୍କ୍ରିନ୍‌ କେମେଷ୍ଟ୍ରୀ ଏକଦମ୍‌ ଜବରଦସ୍ତ ରହିଛି । ଏପରିକି ଫ୍ୟାନ୍‌ମାନେ ଏମାନଙ୍କ ନାଁରେ ‌ଅନେକ ସୋଶାଲ୍‌ ମିଡିଆ ପେଜ୍‌ ମଧ୍ୟ ଚଲାଉଛନ୍ତି। […]

ଅଦ୍ୟତନ ହୋଇଛି
ବନ୍ଦ ହୋଇଯିବ ‘କହାଁ ହମ୍‌ କହାଁ ତୁମ୍‌’

khkt

Advertisment

ମୁମ୍ବାଇ: ଟେଲିଭିଜନର ଲୋକପ୍ରିୟ ମେଗା ଧାରାବାହିକ ‘କହାଁ ହମ୍‌ କହାଁ ତୁମ୍‌’ ଦର୍ଶକଙ୍କ ମନ ଜିତିବାରେ ବେଶ୍‌ ସଫଳ ହୋଇଛି। ଶୋ’ର ଆରମ୍ଭ ହେବାର କିଛି ଦିନ ପର୍ଯ୍ୟନ୍ତ ଏହାକୁ ନେଇ ଭିନ୍ନ ଭିନ୍ନ ହ୍ୟାଶ୍‌ଟ୍ୟାଗ ସବୁ ଟ୍ୱିଟର୍‌ରେ ଟ୍ରେଣ୍ଡ କରିଥିଲା। ଦର୍ଶକଙ୍କୁ ରୋହିତ ଓ ସୋନାକ୍ଷୀଙ୍କ ଯୋଡ଼ି ବେଶ୍ ଭଲ ଲାଗୁଛି। ଏମାନଙ୍କ ଅନ୍‌ସ୍କ୍ରିନ୍‌ କେମେଷ୍ଟ୍ରୀ ଏକଦମ୍‌ ଜବରଦସ୍ତ ରହିଛି । ଏପରିକି ଫ୍ୟାନ୍‌ମାନେ ଏମାନଙ୍କ ନାଁରେ ‌ଅନେକ ସୋଶାଲ୍‌ ମିଡିଆ ପେଜ୍‌ ମଧ୍ୟ ଚଲାଉଛନ୍ତି। ହେଲେ ଏବେ ଏହି ଶୋ’ ବନ୍ଦ ହୋଇଯିବ ବୋଲି ଖବର ମିଳିଛି।

Advertisment

https://www.instagram.com/p/B8kxXEBh2_R/?utm_source=ig_web_copy_link

ସୂଚନା ଅନୁଯାୟୀ, ଏହି ଶୋ’ ମାର୍ଚ୍ଚ ୧୪ ତାରିଖ ସୁଦ୍ଧା ବନ୍ଦ ହୋଇଯିବ। ଶୋ’କୁ ଭଲ ରେଟିଙ୍ଗ୍‌ସ ମିଳୁଛି। ଟିଆର୍‌ପି ଲିଷ୍ଟରେ ମଧ୍ୟ ଏହା ଭଲ ସ୍ଥାନ ହାସଲ କରିଛି। ତଥାପି ନର୍ମାତା ଏହାକୁ ଅଫ୍‌ଏୟାର୍‌ କରିବାକୁ ନିଷ୍ପତ୍ତି ନେଇଛନ୍ତି। କୁହାଯାଉଛି, ଆଗକୁ ଚ୍ୟାନେଲ୍‌ କିଛି ନୂଆ ଶୋ’ ଲଞ୍ଚ୍‌ କରିବାକୁ ଯାଉଛି। ତେଣୁ ସ୍ଲଟ୍‌ର ଅଭାବ ଯୋଗୁ ଏହି ଶୋ’କୁ ବନ୍ଦ କରାଯିବା ନେଇ ନିଷ୍ପତ୍ତି ହୋଇଛି। ଏହି ନୂଆ ସିରିଏଲ୍‌ ଗୁଡ଼ିକ ମଧ୍ୟରେ ‘ଦାଦି ଅମ୍ମା ଦାଦି ଆମ୍ମା ମାନଯାଓ’, ‘ଦିଲ୍‌ ଜେସେ ଧଡ଼କେ ଧଡ଼କନେ ଦୋ’ ପରି ସିରିଏଲ୍‌ ରହିଛି।

https://www.instagram.com/p/B8f4SnQBRNm/?utm_source=ig_web_copy_link

ସୂଚନାଯୋଗ୍ୟ, ‘କହାଁ ହମ୍‌ କହାଁ ତୁମ୍‌’ ଜଣେ ଟେଲି ଅଭିନେତ୍ରୀ ଓ ଜଣେ ହାର୍ଟ ସର୍ଜନଙ୍କ ପ୍ରେମ କାହାଣୀକୁ ନେଇ ଗତିଶୀଳ ହୋଇଛି। ଏଥିରେ ‘ବିଗ୍‌ ବସ୍‌ ୧୨’ର ବିଜେତା ଦୀପିକା କକ୍କଡ଼ ଓ କରଣ ଭି ଗ୍ରୋଭର୍‌ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି। ଏହି ସିରିଏଲ୍‌ଟି ଗତ ବର୍ଷ ଜୁନ୍‌ ମାସରେ ଆରମ୍ଭ ହୋଇଥିଲା। ଆରମ୍ଭରୁ ହିଁ ଶୋ’କୁ ଦର୍ଶକଙ୍କ ଭଲ ରେସପନ୍ସ ମିଳିଥିଲା। ତେଣୁ ଏହିଭଳି ହଠାତ୍‌ ଶୋ’ ବନ୍ଦ ହୋଇଗଲେ ଦର୍ଶକ ନିଶ୍ଚୟ ନିରାଶ ହେବେ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe