/odisha-reporter/media/post_attachments/uploads/2019/12/kai-poche.jpg)
kai-poche
ମୁମ୍ବାଇ: ବଲିଉଡ୍ ଫିଲ୍ମ ‘କାଇ ପୋ ଚେ’ରେ ଚାଇଲ୍ଡ ଆର୍ଟିସ୍ ଭାବେ ଅଭିନୟ କରିଥିବା ଦିଗ୍ବିଜୟ ଦେଶମୁଖ୍ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (IPL) ୨୦୨୦ରେ ଖେଳିବେ। ଏଥିପାଇଁ ହୋଇଥିବା ନିଲାମୀରେ ମୁମ୍ବାଇ ଇଣ୍ଡିଆନ୍ସ ତାଙ୍କୁ କିଣିଛି। ଟିମ୍ ତାଙ୍କୁ ୨୦ ଲକ୍ଷ ଟଙ୍କାରେ କିଣିଛି।
ଦିଗ୍ବିଜୟ ଜଣେ ଡାହାଣହାତି ବ୍ୟାଟ୍ସମ୍ୟାନ୍ ଓ ରାଇଟ୍-ଆର୍ମ ଫାଷ୍ଟ୍ ମିଡିୟମ୍ ବୋଲର। ସେ ମହାରାଷ୍ଟ୍ର ପାଇଁ T20ରେ ୭ଟି ମ୍ୟାଚ୍ ଖେଳି ସାରିଛନ୍ତି। ସେ ୧୦୪ ରନ୍ କରିବା ସହିତ ୧୫ଟି ୱିକେଟ୍ ନେଇଛନ୍ତି। ଗତ ସିଜିନ୍ରେ ସେ ଜମ୍ମୁ-କଶ୍ମୀର ବିପକ୍ଷରେ ରାଜ୍ୟସ୍ତରୀୟ ମ୍ୟାଚ୍ ଖେଳିଥିଲେ। ଏଥିରେ ସେ ୬୧ ରନ୍ କରିବା ସହ ୬ଟି ୱିକେଟ୍ ନେଇଥିଲେ।
ଫିଲ୍ମ ‘କାଇ ପୋ ଚେ’ରେ ସୁଶାନ୍ତ ସିଂହ ରାଜପୁତ, ରାଜ୍ କୁମାର ରାଓ ଓ ଅମିତ ଶାଧ ପ୍ରମୁଖ ଅଭିନୟ କରିଥିଲେ। ଏଥିରେ ଦିଗ୍ବିଜୟ ଜଣେ କ୍ରିକେଟର୍ ଭୂମିକାରେ ଅଭିନୟ କରିଥିଲେ, ଯିଏ ଦେଶ ପାଇଁ ଖେଳିବାର ସ୍ୱପ୍ନ ଦେଖୁଥିଲେ। ଏଥିରେ ତାଙ୍କ ନାଁ ଅଲ୍ଲୀ ଥିଲା। ସେଠି ସିନା ଫିଲ୍ମରେ ସ୍ୱପ୍ନ ଦେଖିଥିଲେ, କିନ୍ତୁ ଏବେ ଆଇପିଏଲ୍ ପାଇଁ ଚୟନ ହେବା ପରେ ଲାଗୁଛି ବାସ୍ତବ ଜୀବନରେ ତାଙ୍କ ସ୍ୱପ୍ନ ସତ ହେବାରେ ବୋଧହୁଏ ସେ ଆଉ ପାଦେ ଆଗକୁ ବଢ଼ିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
