Advertisment

ମାଡାମ ତୁଷାଦ୍ ମ୍ୟୁଜିୟମରେ ରହିବ କାଜଲ୍ ଅଗ୍ରୱାଲ୍‌ଙ୍କ ପ୍ରତିମୂର୍ତ୍ତି

ମୁମ୍ବାଇ: ସିଙ୍ଗାପୁରର ମାଡାମ ତୁଷାଦ୍ ମ୍ୟୁଜିୟମରେ ରହିବ କାଜଲ୍ ଅଗ୍ରୱାଲ୍‌ଙ୍କ ମହମ ପ୍ରତିମୂର୍ତ୍ତି। ଦକ୍ଷିଣ ଭାରତୀୟ ଅଭିନେତ୍ରୀ ଭାବେ କାଜଲ୍ ପ୍ରଥମେ ଏହି ସମ୍ମାନ ଲାଭ କରିବାକୁ ଯାଉଛନ୍ତି। ଏ ସମ୍ପର୍କିତ ସୂଚନା ସେ ନିଜର ଇନ୍‌ଷ୍ଟାଗ୍ରାମରେ ଶେଆର୍ କରିଛନ୍ତି। ଆସନ୍ତା ବର୍ଷ ଫେବୃୟାରୀ ୫ରେ ତାଙ୍କ ମହମ ପ୍ରତିମୂର୍ତ୍ତିର ଲୋକାର୍ପିତ ହେବ। https://www.instagram.com/p/B6KR3bBHFH-/?utm_source=ig_web_copy_link ଏହି ଖୁସି ଖବରକୁ କାଜଲ୍ ଫ୍ୟାନ୍‌ମାନଙ୍କ ସହ ଶେୟାର କରି ବେଶ୍ ଉତ୍ସାହିତ ଥିବା କହିଛନ୍ତି। ସେ ଏକ ଫଟୋ ଶେଆର […]

author-image
Chinmayee Roy
ମାଡାମ ତୁଷାଦ୍ ମ୍ୟୁଜିୟମରେ ରହିବ କାଜଲ୍ ଅଗ୍ରୱାଲ୍‌ଙ୍କ ପ୍ରତିମୂର୍ତ୍ତି

kajal

ମୁମ୍ବାଇ: ସିଙ୍ଗାପୁରର ମାଡାମ ତୁଷାଦ୍ ମ୍ୟୁଜିୟମରେ ରହିବ କାଜଲ୍ ଅଗ୍ରୱାଲ୍‌ଙ୍କ ମହମ ପ୍ରତିମୂର୍ତ୍ତି। ଦକ୍ଷିଣ ଭାରତୀୟ ଅଭିନେତ୍ରୀ ଭାବେ କାଜଲ୍ ପ୍ରଥମେ ଏହି ସମ୍ମାନ ଲାଭ କରିବାକୁ ଯାଉଛନ୍ତି। ଏ ସମ୍ପର୍କିତ ସୂଚନା ସେ ନିଜର ଇନ୍‌ଷ୍ଟାଗ୍ରାମରେ ଶେଆର୍ କରିଛନ୍ତି। ଆସନ୍ତା ବର୍ଷ ଫେବୃୟାରୀ ୫ରେ ତାଙ୍କ ମହମ ପ୍ରତିମୂର୍ତ୍ତିର ଲୋକାର୍ପିତ ହେବ।

Advertisment

https://www.instagram.com/p/B6KR3bBHFH-/?utm_source=ig_web_copy_link

ଏହି ଖୁସି ଖବରକୁ କାଜଲ୍ ଫ୍ୟାନ୍‌ମାନଙ୍କ ସହ ଶେୟାର କରି ବେଶ୍ ଉତ୍ସାହିତ ଥିବା କହିଛନ୍ତି। ସେ ଏକ ଫଟୋ ଶେଆର କରି ଲେଖିଛନ୍ତି, ‘ଜଣେ ଫିଲ୍ମ ତାରକାଙ୍କ ଏହି ନିଆରା ଅନୁଭବକୁ ମୁଁ ଆପଣଙ୍କ ସହ ଶେଆର କରିବି ଯେବେ ମୋର ପ୍ରତିମୂର୍ତ୍ତିର ଲୋକାର୍ପଣ ହେବ।‘ ସେ ଆଉ ଏକ ପୋଷ୍ଟରେ ଲେଖିଛନ୍ତି, ‘ମୋର ମନେ ଅଛି ମୁଁ ଛୋଟବେଳେ ଏହି ମ୍ୟୁଜିୟମ୍‌ ଯାଇଥିଲି ଯେଉଁଠି ମୁଁ ବଡ଼ ବଡ଼ ହସ୍ତିମାନଙ୍କ ପ୍ରତିମୂର୍ତ୍ତି ଦେଖି ବେଶ୍ ଖୁସି ହେଉଥିଲି। ଆଜି ସେମାନଙ୍କ ଗହଣରେ ନିଜକୁ ପାଇ ମୁଁ ଗର୍ବ ଅନୁଭବ କରୁଛି।’ ଏହାବ୍ୟତୀତ ସେ ଏକ ଫଟୋ ଶେୟାର କରିଛନ୍ତି ଯେଉଁଥିରେ ସେ ନକଲି ଆଖି ଡୋଳା ସହ ନଜର ଆସିଛନ୍ତି। ଏହି ଡୋଳାଗୁଡ଼ିକ ତାଙ୍କ ପ୍ରତିମୂର୍ତ୍ତିରେ ଲାଗିବ।

https://www.instagram.com/p/B6KRfJpHgsp/?utm_source=ig_web_copy_link

ଦକ୍ଷିଣ ଭାରତୀୟ ନାୟକ ମହେଶ ବାବୁ ଏବଂ ପ୍ରଭାସଙ୍କ ମହମ ପ୍ରତିମୂର୍ତ୍ତି ମଧ୍ୟ ଏହି ମ୍ୟୁଜିୟମ୍‌ରେ ରହିଛି। ତେବେ ପ୍ରଥମ ଦକ୍ଷିଣ ଭାରତୀୟ ନାୟିକା ଭାବେ କାଜଲ୍ ଏହି ଗୌରବ ଅର୍ଜନ କରିଛନ୍ତି। ଏମାନଙ୍କ ବ୍ୟତୀତ ବଲିଉଡ୍‌ର ମହାନାୟକ ଅମିତାଭ ବଚ୍ଚନ, ଶାହରୁଖ୍ ଖାନ୍, ସଲମାନ ଖାନ୍, ଐଶ୍ୱର୍ଯ୍ୟା ରାଇ ବଚ୍ଚନ, କାଟ୍ରିନା କୈଫ ଏବଂ ହ୍ରିତିକ ରୋଶନଙ୍କ ଭଳି କଳାକାର ବିଶ୍ୱର ଭିନ୍ନ ଭିନ୍ନ ସ୍ଥାନରେ ଥିବା ଏହି ମ୍ୟୁଜିୟମରେ ସ୍ଥାନ ପାଇଛନ୍ତି। ଏମାନଙ୍କ ମଧ୍ୟରୁ ଅଧିକାଂଶ ପ୍ରତିମୂର୍ତ୍ତି ଲଣ୍ଡନ୍‌ର ମ୍ୟାଡମ୍‌ ତୁଷାଦ ମ୍ୟୁଜିୟମ୍‌ରେ ଅଛି।

Advertisment

https://www.instagram.com/p/B6KSToenbHk/?utm_source=ig_web_copy_link