Advertisment

ବାହା ହେଲେ କାଜଲ ଅଗ୍ରୱାଲ

ମୁମ୍ବାଇ: ଟଲିଉଡ ଓ ବଲିଉଡ ଅଭିନେତ୍ରୀ କାଜଲ ଅଗ୍ରୱାଲ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ସେ ତାଙ୍କ ପ୍ରେମିକ ଗୌତମ କିଟଚଲୁଙ୍କୁ ବୈଦିକ ରୀତିନୀତିରେ ବିବାହ କରିଛନ୍ତି। ମୁମ୍ବାଇର ପ୍ଲୁଶ ହୋଟେଲରେ ଏହି ହାଇପ୍ରୋଫାଇଲ ବିବାହ ସମ୍ପନ୍ନ ହୋଇଛି। ବିବାହ ଉତ୍ସବରେ କରୋନା କଟକଣା ଅନୁଯାୟୀ କେବଳ ଦମ୍ପତିଙ୍କ ପରିବାର ଓ ଅତି ନିକଟତମ ବନ୍ଧୁମାନେ ଯୋଗଦେଇଥିଲେ। ବିବାହ ଉତ୍ସବର ଫଟୋ ଗୁଡ଼ିକ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ବାହାଘର ପୂର୍ବରୁ କାଜଲ ଓ […]

ଅଦ୍ୟତନ ହୋଇଛି
ବାହା ହେଲେ କାଜଲ ଅଗ୍ରୱାଲ

u

Advertisment

ମୁମ୍ବାଇ: ଟଲିଉଡ ଓ ବଲିଉଡ ଅଭିନେତ୍ରୀ କାଜଲ ଅଗ୍ରୱାଲ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ସେ ତାଙ୍କ ପ୍ରେମିକ ଗୌତମ କିଟଚଲୁଙ୍କୁ ବୈଦିକ ରୀତିନୀତିରେ ବିବାହ କରିଛନ୍ତି। ମୁମ୍ବାଇର ପ୍ଲୁଶ ହୋଟେଲରେ ଏହି ହାଇପ୍ରୋଫାଇଲ ବିବାହ ସମ୍ପନ୍ନ ହୋଇଛି।

Advertisment

ବିବାହ ଉତ୍ସବରେ କରୋନା କଟକଣା ଅନୁଯାୟୀ କେବଳ ଦମ୍ପତିଙ୍କ ପରିବାର ଓ ଅତି ନିକଟତମ ବନ୍ଧୁମାନେ ଯୋଗଦେଇଥିଲେ। ବିବାହ ଉତ୍ସବର ଫଟୋ ଗୁଡ଼ିକ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Kajal agrwal wedding

ବାହାଘର ପୂର୍ବରୁ କାଜଲ ଓ ଗୌତମଙ୍କ ପାଇଁ ସଂଗୀତ ଉତ୍ସବ ଆୟୋଜନ କରାଯାଇଥିଲା। ନିଶା ଅଗ୍ରୱାଲ ଓ କାଜଲ ଏବଂ ଗୌତମଙ୍କ ବନ୍ଧୁମାନେ ଏଥିରେ ସାମିଲ ହୋଇଥିଲେ। ସଂଗୀତ ଉତ୍ସବ ପରେ ଉଭୟ ବାହାଘର ପାଇଁ ପ୍ରସ୍ତୁତ ହୋଇଥିଲେ। ବାହାଘର ବେଳେ ଗୌତମ ଅଫ ହ୍ୱାଇଟ ଓ ସିଲଭର ସେରୱାନି ପିନ୍ଧିଥିବା ବେଳେ କାଜଲ ନାଲି ଲେହେଙ୍ଗାରେ ବେଶ ଆକର୍ଷଣୀୟ ଲାଗୁଥିଲେ।

Advertisment

ଆଜି ବାହାଘର ଶେଷ ହେବା ପରେ ଗୌତମ ଓ କାଜଲ ଖୁବଶୀଘ୍ର ମୁମ୍ବାଇ ସ୍ଥିତ ସେମାନଙ୍କ ନୂଆ ଘରକୁ ଚାଲିଯିବେ। କିଛି ଦିନ ପୂର୍ବେ କାଜଲ ଇନଷ୍ଟାଗ୍ରାମରେ ନୂଆ ଘରର ବେଡ୍‌ ରୁମ୍‌ ଫଟୋ ଶେୟାର କରି ଏହାକୁ କେମିତି ଡେକୋରେଟ୍‌ କରାଯିବ ସେକଥା ପଚାରିଥିଲେ। ଏବେ ସେହି ଘରେ କାଜଲ ଓ ଗୌତମ ରହିବେ।

ଲୌହମାନବଙ୍କ ସ୍ମୃତିରେ ବାପୁଜୀ, ଚାଚାଜୀଙ୍କୁ ନେଇ ଏଭଳି ଟିପ୍ପଣୀ କଲେ କଙ୍ଗନା

Entertainment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe