Advertisment

ଲୋକାର୍ପିତ ହେଲା କାଜଲ୍ ଅଗ୍ରୱାଲ୍‌ଙ୍କ ମହମ ପ୍ରତିମୂର୍ତ୍ତି

ମୁମ୍ବାଇ: ସିଙ୍ଗାପୁରର ମ୍ୟାଡମ୍ ତୁଷାଦ୍ ମ୍ୟୁଜିୟମ୍‌ରେ ସ୍ଥାନ ପାଇଛି ଅଭିନେତ୍ରୀ କାଜଲ୍ ଅଗ୍ରୱାଲ୍‌ଙ୍କ ମହମ ପ୍ରତିମୂର୍ତ୍ତି। ପ୍ରଥମ ଦକ୍ଷିଣ ଭାରତୀୟ ଅଭିନେତ୍ରୀ ଭାବେ ସେ ପାଇଛନ୍ତି ଏହି ସମ୍ମାନ। ନିଜେ କାଜଲ ଏହାକୁ ଲୋକାର୍ପିତ କରିଥିଲେ। ତାଙ୍କ ସହିତ ତାଙ୍କ ପରିବାର ଲୋକେ ବି ଉପସ୍ଥିତ ଥିଲେ। https://www.instagram.com/p/B8LSFsqnWJc/?utm_source=ig_web_copy_link ଏହି ସମାରୋହର କିଛି ଫଟୋ ଓ ଭିଡିଓ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେଉଛି। ଏଥିରେ କାଜଲ୍‌ ନିଜ ମହମ ପ୍ରତିମୂର୍ତ୍ତି ସହ ଛିଡ଼ା ହୋଇଥିବା ଦେଖିବାକୁ […]

ଲୋକାର୍ପିତ ହେଲା କାଜଲ୍ ଅଗ୍ରୱାଲ୍‌ଙ୍କ ମହମ ପ୍ରତିମୂର୍ତ୍ତି

kajol

Advertisment

ମୁମ୍ବାଇ: ସିଙ୍ଗାପୁରର ମ୍ୟାଡମ୍ ତୁଷାଦ୍ ମ୍ୟୁଜିୟମ୍‌ରେ ସ୍ଥାନ ପାଇଛି ଅଭିନେତ୍ରୀ କାଜଲ୍ ଅଗ୍ରୱାଲ୍‌ଙ୍କ ମହମ ପ୍ରତିମୂର୍ତ୍ତି। ପ୍ରଥମ ଦକ୍ଷିଣ ଭାରତୀୟ ଅଭିନେତ୍ରୀ ଭାବେ ସେ ପାଇଛନ୍ତି ଏହି ସମ୍ମାନ। ନିଜେ କାଜଲ ଏହାକୁ ଲୋକାର୍ପିତ କରିଥିଲେ। ତାଙ୍କ ସହିତ ତାଙ୍କ ପରିବାର ଲୋକେ ବି ଉପସ୍ଥିତ ଥିଲେ।

Advertisment

https://www.instagram.com/p/B8LSFsqnWJc/?utm_source=ig_web_copy_link

ଏହି ସମାରୋହର କିଛି ଫଟୋ ଓ ଭିଡିଓ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେଉଛି। ଏଥିରେ କାଜଲ୍‌ ନିଜ ମହମ ପ୍ରତିମୂର୍ତ୍ତି ସହ ଛିଡ଼ା ହୋଇଥିବା ଦେଖିବାକୁ ମିଳିଛି। ଫଟୋରେ କାଜଲ୍‌ ପର୍ପଲ୍‌ ରଙ୍ଗର ଡ୍ରେସ୍‌ ପିନ୍ଧିଥିବାବେଳେ ତାଙ୍କ ପ୍ରତିମୂର୍ତ୍ତିକୁ ସିଲ୍‌ଭର୍‌ ଶିମରି ଆଉଟ୍‌ ଫିଟ୍‌ ପିନ୍ଧା ଯାଇଛି।

https://www.instagram.com/p/B8LR9W9HEsb/?utm_source=ig_web_copy_link

https://www.instagram.com/p/B8LRpgQnntu/?utm_source=ig_web_copy_link

ସାଉଥ୍ ଷ୍ଟାର୍ ମହେଶ ବାବୁ ଓ ପ୍ରଭାସଙ୍କ ମହମ ପ୍ରତିମୂର୍ତ୍ତି ମଧ୍ୟ ଏହି ମ୍ୟୁଜିୟମ୍‌ରେ ରହିଛି। ତେବେ ପ୍ରଥମ ଦକ୍ଷିଣ ଭାରତୀୟ ନାୟିକା ଭାବେ କାଜଲ୍ ଏହି ଗୌରବ ଅର୍ଜନ କରିଛନ୍ତି। ଏମାନଙ୍କ ବ୍ୟତୀତ ବଲିଉଡ୍‌ର ମହାନାୟକ ଅମିତାଭ ବଚ୍ଚନ, ଶାହରୁଖ୍ ଖାନ୍, ସଲମାନ ଖାନ୍, ଐଶ୍ୱର୍ଯ୍ୟା ରାୟ ବଚ୍ଚନ, କ୍ୟାଟ୍ରିନା କୈଫ ଓ ହ୍ରିତିକ ରୋଶନଙ୍କ ଭଳି କଳାକାରଙ୍କ ମହମ ପ୍ରତିମୂର୍ତ୍ତି ବିଶ୍ୱର ଭିନ୍ନ ଭିନ୍ନ ସ୍ଥାନରେ ଥିବା ଏହି ମ୍ୟୁଜିୟମ୍‌ରେ ସ୍ଥାନ ପାଇଛି। ସେଗୁଡ଼ିକ ମଧ୍ୟରୁ ଅଧିକାଂଶ ପ୍ରତିମୂର୍ତ୍ତି ଲଣ୍ଡନ୍‌ର ମ୍ୟାଡମ୍‌ ତୁଷାଦ ମ୍ୟୁଜିୟମ୍‌ରେ ଅଛି।

Advertisment

https://www.instagram.com/p/B8LUsF7Hj2W/?utm_source=ig_web_copy_link

କାଜଲ୍‌ ୨୦୦୪ରେ ବଲିଉଡ୍‌ ଫିଲ୍ମ ‘କ୍ୟୁଁ ହୋଗେୟା ନା’ରେ ଡେବ୍ୟୁ କରିଥିଲେ। ଏହି ଫିଲ୍ମରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଓ ବିବେକ ଓବରୟ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଏହା ପରେ କାଜଲ୍‌ ସାଉଥ୍‌ ଫିଲ୍ମ ଇଣ୍ଡଷ୍ଟ୍ରିରେ ବହୁତ ହିଟ୍‌ ଫିଲ୍ମ ଦେଇ ସାଉଥ କ୍ୱିନ୍‌ ହୋଇଯାଇଥିଲେ। ବଲିଉଡ୍‌ରେ ମଧ୍ୟ ସେ କିଛି ଫିଲ୍ମ କରିଛନ୍ତି। ବିଶେଷ କରି ଫିଲ୍ମ ‘ସିଙ୍ଘମ’ରେ ଅଜୟଙ୍କ ସହିତ ତାଙ୍କ ଯୋଡ଼ିକୁ ଦର୍ଶକ ବେଶ୍ ପସନ୍ଦ କରିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe