Advertisment

କାଜଲଙ୍କୁ ଦେଖା କରିବା ଇଚ୍ଛା ମହଙ୍ଗା ପଡ଼ିଲା; ୬୦ ଲକ୍ଷ ଚଳୁ

ମୁମ୍ବାଇ: ଫିଲ୍ମଷ୍ଟାର୍ ମାନଙ୍କ ପାଇଁ ସେମାନଙ୍କ ଫ୍ୟାନ୍‌ମାନେ କେତେ କ’ଣ ପାଗଳାମୀ କରିବସନ୍ତି। ଏବେ ଏମିତି ଏକ ପାଗଳାମୀ କଥା ସାମ୍ନାକୁ ଆସିଛନ୍ତି। ଦକ୍ଷିଣ ଭାରତର ଅନ୍ୟତମ ଲୋକପ୍ରିୟ ଅଭିନେତ୍ରୀ କାଜଲ ଅଗ୍ରୱାଲଙ୍କୁ ସାକ୍ଷାତ କରିବା ନିଶାରେ ଜଣେ ଯୁବକ ଠକେଇର ଶିକାର ହୋଇଛନ୍ତି। ତାଙ୍କର ୬୦ ଲକ୍ଷ ଟଙ୍କା ଚଳୁ ହୋଇଯାଇଛି। ତାମିଲନାଡୁର ରାମନାଥପୁରମ୍‌ର ଏହି ଯୁବକ ଜଣଙ୍କ କାଜଲଙ୍କର ଜଣେ ବହୁତ ବଡ଼ ଫ୍ୟାନ୍‌। କାଜଲଙ୍କୁ ଭେଟିବା ପାଇଁ ତାଙ୍କର ଭାରି ଇଚ୍ଛା ଥିଲା। […]

କାଜଲଙ୍କୁ ଦେଖା କରିବା ଇଚ୍ଛା ମହଙ୍ଗା ପଡ଼ିଲା; ୬୦ ଲକ୍ଷ ଚଳୁ

qq

Advertisment

ମୁମ୍ବାଇ: ଫିଲ୍ମଷ୍ଟାର୍ ମାନଙ୍କ ପାଇଁ ସେମାନଙ୍କ ଫ୍ୟାନ୍‌ମାନେ କେତେ କ’ଣ ପାଗଳାମୀ କରିବସନ୍ତି। ଏବେ ଏମିତି ଏକ ପାଗଳାମୀ କଥା ସାମ୍ନାକୁ ଆସିଛନ୍ତି। ଦକ୍ଷିଣ ଭାରତର ଅନ୍ୟତମ ଲୋକପ୍ରିୟ ଅଭିନେତ୍ରୀ କାଜଲ ଅଗ୍ରୱାଲଙ୍କୁ ସାକ୍ଷାତ କରିବା ନିଶାରେ ଜଣେ ଯୁବକ ଠକେଇର ଶିକାର ହୋଇଛନ୍ତି। ତାଙ୍କର ୬୦ ଲକ୍ଷ ଟଙ୍କା ଚଳୁ ହୋଇଯାଇଛି।

Advertisment

publive-imageତାମିଲନାଡୁର ରାମନାଥପୁରମ୍‌ର ଏହି ଯୁବକ ଜଣଙ୍କ କାଜଲଙ୍କର ଜଣେ ବହୁତ ବଡ଼ ଫ୍ୟାନ୍‌। କାଜଲଙ୍କୁ ଭେଟିବା ପାଇଁ ତାଙ୍କର ଭାରି ଇଚ୍ଛା ଥିଲା। ଦିନେ ଏମିତି ଇଣ୍ଟରନେଟ୍‌ରେ ସର୍ଚ୍ଚ କରୁ କରୁ ସେ ଏକ ୱେବ୍‌ପେଜ୍ ଦେଖିଥିଲେ। ସେହି ୱେବ୍‌ପେଜ୍‌ କାଜଲଙ୍କ ଫ୍ୟାନ୍‌ମାନଙ୍କୁ ତାଙ୍କ ସହିତ ସାକ୍ଷାତ କରାଇବାର ପ୍ରତିଶ୍ରୁତି ଦେଇଥିଲା। ଏହା ଦେଖି ଯୁବକ ଜଣଙ୍କ ବେଶ୍ ଖୁସି ହୋଇଯାଇଥିଲେ ଓ ସେଥିରେ ନିଜ ଇଚ୍ଛା ଜାହିର କରିଥିଲେ। ହେଲେ ସେ ଜାଣି ପାରି ନଥିଲେ ଯେ ସେ ଏକ ଠକ ଗ୍ୟାଙ୍ଗ୍ ହାବୁଡ଼ରେ ପଡ଼ି ଯାଇଛନ୍ତି।

ଏହି ଗ୍ୟାଙ୍ଗ୍ ତାଙ୍କୁ ପ୍ରଥମେ ୫୦ ହଜାର ଟଙ୍କା ଓ ତାଙ୍କର ବ୍ୟକ୍ତିଗତ ତଥ୍ୟ ଦେବାକୁ କହିଥିଲା। ଯୁବକ ଜଣଙ୍କ ଧନୀ ପରିବାରରୁ ଆସିଥିବାରୁ ସେମାନଙ୍କ ପ୍ରସ୍ତାବରେ ରାଜି ହୋଇଗଲେ ଏବଂ ଟଙ୍କା ଦେଇ ଦେଇଥିଲେ। ତା’ପରେ ଏହି ଗ୍ୟାଙ୍ଗ୍ ତାଙ୍କୁ ଆହୁରି ଟଙ୍କା ମାଗିଥିଲା। ଏମିତି କରି ସେମାନେ ତାଙ୍କଠାରୁ ୬୦ ଲକ୍ଷ ଟଙ୍କା ନେଇ ଯାଇଥିଲେ। ହେଲେ କେବେ ବି କାଜଲଙ୍କ ସହିତ ତାଙ୍କୁ ସାକ୍ଷାତ କରାଇ ଦେବା ଭଳି କିଛି କଥା କହି ନଥିଲେ। ଏହା ପରେ ଯାଇ ଯୁବକଙ୍କ ଚେତା ପଶିଥିଲା ଓ ସେ ଠକେଇର ଶିକାର ହୋଇଥିବା ଅନୁଭବ କରିଥିଲେ।

Advertisment

publive-imageସେ ତାଙ୍କ ଟଙ୍କା ଫେରି ପାଇବା ପାଇଁ ଚେଷ୍ଟା କରିଥିଲେ। ତେବେ ତାଙ୍କର କିଛି ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଲିକ୍ କରି ଦେବେ ବୋଲି ଉକ୍ତ ଗ୍ୟାଙ୍ଗର ସଦସ୍ୟମାନେ ତାଙ୍କୁ ଧମକ ଦେଇଥିଲେ। ଏହା ପରେ ସେ ପ୍ରବଳ ଚାପରେ ରହିଥିଲେ ଓ ଘର ଛାଡ଼ି ପଳାଇଥିଲେ। ପୁଲିସ୍ ତାଙ୍କୁ କୋଲକାତାରୁ ଉଦ୍ଧାର କରିବା ପରେ ପୂରା ଘଟଣା ସାମ୍ନାକୁ ଆସିଥିଲା। ଉକ୍ତ ଗ୍ୟାଙ୍ଗ୍ ତାଙ୍କଠାରୁ ୩ଟି କିସ୍ତିରେ ୬୦ ଲକ୍ଷ ଟଙ୍କା ନେଇଥିବା ଯୁବକ ଜଣଙ୍କ କହିଛନ୍ତି। ତାଙ୍କରି ଅଭିଯୋଗ କ୍ରମେ ପୁଲିସ୍ ଶ୍ରବଣ କୁମାର ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଥିବା ଜଣାପଡ଼ିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe