Advertisment

କାଜୋଲ୍‌ଙ୍କୁ ଏମିତି କାହିଁକି କହିଲେ ଅଜୟ?

ମୁମ୍ବାଇ: ବଲିଉଡ୍‌ର ପରଫେକ୍ଟ୍‌ ତଥା ସଫଳ ଦମ୍ପତିଙ୍କ କଥା ପଡ଼ିଲେ ଅଜୟ ଦେବେଗନ୍‌ ଓ କାଜୋଲ୍‌ଙ୍କ ନାଁ ନିଶ୍ଚୟ ଆସେ। ଦୁହିଁଙ୍କ କେମେଷ୍ଟ୍ରିକୁ ସବୁବେଳେ ଦର୍ଶକ ପସନ୍ଦ କରିଛନ୍ତି। ଦୁହେଁ ଖୁବ୍‌ ଷ୍ଟ୍ରେଟ୍‌ ଫରୱାର୍ଡ୍‌। ଦୁହିଁଙ୍କୁ ନେଇ ବିଭିନ୍ନ ସମୟରେ ଚର୍ଚ୍ଚା ହୋଇଥାଏ।  କିଛି ଦିନ ପୂର୍ବରୁ ଅଜୟ କାଜୋଲ୍‌ଙ୍କ ଫୋନ୍‌ ନମ୍ବର ସୋଶାଲ୍‌ ମିଡିଆରେ ପୋଷ୍ଟ୍‌ କରି ଚର୍ଚ୍ଚାକୁ ଆସିଥିଲେ। ଏବେ ସେ କାଜୋଲଙ୍କୁ ନେଇ ଆଉ ଗୋଟିଏ କଥା କହିଛନ୍ତି। ଏ କଥାଟି ଶୁଣି […]

author-image
Sangita Sahoo
କାଜୋଲ୍‌ଙ୍କୁ ଏମିତି କାହିଁକି କହିଲେ ଅଜୟ?

kajol

ମୁମ୍ବାଇ: ବଲିଉଡ୍‌ର ପରଫେକ୍ଟ୍‌ ତଥା ସଫଳ ଦମ୍ପତିଙ୍କ କଥା ପଡ଼ିଲେ ଅଜୟ ଦେବେଗନ୍‌ ଓ କାଜୋଲ୍‌ଙ୍କ ନାଁ ନିଶ୍ଚୟ ଆସେ। ଦୁହିଁଙ୍କ କେମେଷ୍ଟ୍ରିକୁ ସବୁବେଳେ ଦର୍ଶକ ପସନ୍ଦ କରିଛନ୍ତି। ଦୁହେଁ ଖୁବ୍‌ ଷ୍ଟ୍ରେଟ୍‌ ଫରୱାର୍ଡ୍‌।

Advertisment

ଦୁହିଁଙ୍କୁ ନେଇ ବିଭିନ୍ନ ସମୟରେ ଚର୍ଚ୍ଚା ହୋଇଥାଏ।  କିଛି ଦିନ ପୂର୍ବରୁ ଅଜୟ କାଜୋଲ୍‌ଙ୍କ ଫୋନ୍‌ ନମ୍ବର ସୋଶାଲ୍‌ ମିଡିଆରେ ପୋଷ୍ଟ୍‌ କରି ଚର୍ଚ୍ଚାକୁ ଆସିଥିଲେ। ଏବେ ସେ କାଜୋଲଙ୍କୁ ନେଇ ଆଉ ଗୋଟିଏ କଥା କହିଛନ୍ତି। ଏ କଥାଟି ଶୁଣି କାଜୋଲ ନିହାତି ରାଗି ଯାଇଥିବେ ବୋଲି ଆମେ ଭାବୁଛୁ।

ଅଜୟ ଓ କାଜୋଲ୍‌ ଦୁହେଁ ନିଜ ଫିଲ୍ମ ‘ହେଲିକପ୍‌ଟର ଇଲା’ର ପ୍ରମୋସନ୍‌ କରିବା ପାଇଁ ଏକ ମ୍ୟୁଜିକ୍‌ ରିଅଲିଟି ଶୋ’କୁ ଯାଇଥିଲେ। ସେଠାରେ ଅଜୟ କାଜୋଲ୍‌ଙ୍କୁ କଞ୍ଜୁସ୍‌ ବୋଲି କହିଥିଲେ।

Advertisment

[caption id="attachment_284585" align="alignnone" width="750"]aaaa image credit-aajtak[/caption]

ଅଜୟ କହିଥିଲେ,“କାଜୋଲ୍‌ ଅଧିକ ଖର୍ଚ୍ଚ କରିବାକୁ ପସନ୍ଦ କରନ୍ତି ନାହିଁ। ସେ ବହୁତ କଞ୍ଜୁସ୍‌। ଏମିତି କି ସେ ଅଧିକ ସପିଂ କରିବାକୁ ବି ଭଲ ପାଆନ୍ତି ନାହିଁ। ମୁଁ ଭାଗ୍ୟବାନ୍‌ ଯେ ମୋତେ ଏଭଳି ପତ୍ନୀ ମିଳିଛି।”

ସେ କହିଥିଲେ,‘‘ଆମ ଘରେ ମୁଁ ହିଁ ଏକମାତ୍ର ଲୋକ ଯିଏ ଖୁବ୍‌ ଅଧିକ ଖର୍ଚ୍ଚ କରେ।”

ଅନ୍ୟପକ୍ଷରେ କାଜୋଲ କହିଥିଲେ,“ଘରେ ଅଜୟ ପ୍ରକୃତ ସିଙ୍ଘମ। ଘରେ ସେ ଯାହା କୁହନ୍ତି, ତାହା ହିଁ ହୁଏ।”

‘ହେଲିକପ୍ଟର ଇଲା’ରେ ନିର୍ଦ୍ଦେଶନା ଦେଇଛନ୍ତି ପ୍ରଦୀପ୍‌ ସରକାର। ଅଜୟ ଦେବଗନ୍‌ ଏହାର ପ୍ରଡ୍ୟୁସର। ଏଥିରେ କାଜୋଲ୍‌ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ଫିଲ୍ମଟି ଅକ୍ଟୋବର ୧୨ରେ ରିଲିଜ୍‌ ହେବ।