Advertisment

ଶ୍ୱଶୁରଙ୍କ ଦେହାନ୍ତ ପରେ ଏବେ ହସ୍ପିଟାଲ୍‌ରେ କାଜଲ୍‌ଙ୍କ ମାଆ

ମୁମ୍ବାଇ: ବଲିଉଡର ଦେବଗନ ଫ୍ୟାମିଲି ଉପରେ ଏବେ କଳା ବାଦଲ ଛାଇ ଯାଇଛି। ଗୋଟିଏ ଦୁଃଖରୁ  ପରିବାର ଲୋକେ ବାହାରି ନ ଥିବା ବେଳେ ଆଉ ଗୋଟିଏ ଟେନସନ ଆସି ପହଞ୍ଚି ଗଲାଣି। କିଛି ଦିନ ପୂର୍ବେ  ଅଜୟ ଦେବଗନଙ୍କ ବାପା ତଥା ପ୍ରସିଦ୍ଧ ଆକ୍ସନ ଡାଇରେକ୍ଟର ବୀରୁ ଦେବଗନଙ୍କ ମୃତ୍ୟୁ ହୋଇଛି। ଏହି ଦୁଃଖକୁ ପରିବାର ଲୋକେ ଗ୍ରହଣ କରି ପାରି ନ ଥିବା ବେଳେ ଏବେ କାଜଲଙ୍କ ମା’ ତଥା ବିଗତ ଦିନର ପ୍ରସିଦ୍ଧ […]

author-image
Rosalin Rath
ଶ୍ୱଶୁରଙ୍କ ଦେହାନ୍ତ ପରେ ଏବେ ହସ୍ପିଟାଲ୍‌ରେ କାଜଲ୍‌ଙ୍କ ମାଆ

11

ମୁମ୍ବାଇ: ବଲିଉଡର ଦେବଗନ ଫ୍ୟାମିଲି ଉପରେ ଏବେ କଳା ବାଦଲ ଛାଇ ଯାଇଛି। ଗୋଟିଏ ଦୁଃଖରୁ  ପରିବାର ଲୋକେ ବାହାରି ନ ଥିବା ବେଳେ ଆଉ ଗୋଟିଏ ଟେନସନ ଆସି ପହଞ୍ଚି ଗଲାଣି। କିଛି ଦିନ ପୂର୍ବେ  ଅଜୟ ଦେବଗନଙ୍କ ବାପା ତଥା ପ୍ରସିଦ୍ଧ ଆକ୍ସନ ଡାଇରେକ୍ଟର ବୀରୁ ଦେବଗନଙ୍କ ମୃତ୍ୟୁ ହୋଇଛି। ଏହି ଦୁଃଖକୁ ପରିବାର ଲୋକେ ଗ୍ରହଣ କରି ପାରି ନ ଥିବା ବେଳେ ଏବେ କାଜଲଙ୍କ ମା’ ତଥା ବିଗତ ଦିନର ପ୍ରସିଦ୍ଧ ଅଭିନେତ୍ରୀ ତନୁଜା ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

Advertisment

publive-image

କାଜଲ୍‌ଙ୍କ ଶ୍ୱଶୁରଙ୍କ ଦେହାନ୍ତ ପରେ ଏବେ ତାଙ୍କ ମାଆ ତନୁଜା ମଧ୍ୟ ମେଡିକାଲ୍‌ରେ ଭର୍ତ୍ତି ହୋଇଛନ୍ତି। କାଜଲଙ୍କୁ ନିକଟରେ ମୁମ୍ବାଇର ଲୀଲାବତୀ ହସ୍ପିଟାଲ୍‌ ବାହାରେ ଦେଖାଯାଇଥିଲା। ସେ ଏବେ ଯାଏ ମଧ୍ୟ ଶ୍ୱଶୁରଙ୍କ ମୃତ୍ୟୁ ଦୁଃଖରୁ ବାହାରକୁ ଆସିପାରି ନାହାନ୍ତି। ଏବେ ପୁଣି ମା’ଙ୍କ ଅସୁସ୍ଥତା ତାଙ୍କ ଟେନସନ  ଆହୁରି ବଢାଇ ଦେଇଛି। ହସ୍ପିଟାଲ୍‌ ବାହାରେ ତାଙ୍କୁ ସ୍ପଟ୍‌ କରାଯାଇଥଥିବା ବେଳେ ସେ ଖୁବ୍‌ ଚିନ୍ତିତ ଥିବା ନଜର ଆସିଥିଲେ।

publive-image

କାଜଲ୍‌ଙ୍କ ମାଆଙ୍କର ବିଗତ କିଛି ଦିନରୁ ନିଶ୍ୱାସ ନେବାରେ ଅସୁବିଧା ହେଉଥିଲା। ଏଥିପାଇଁ ତାଙ୍କୁ ଲିଲାବତୀ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା।
publive-image

Advertisment

ଏଠାରେ ଆମେ କହି ରଖିବାକୁ ଚାହୁଁଛୁ ଯେ, ଅଜୟଙ୍କ ବାପା ବୀରୁ ଦେବ୍‌ଗନ୍‌ ୮୦ରୁ ଅଧିକ ଫିଲ୍ମରେ ଆକ୍ସନ କୋରିଓଗ୍ରାଫି କରିଛନ୍ତି। ଏହାସହ ବୀରୁ ଅଭିନେତା ଭାବେ ମଧ୍ୟ କିଛି ଫିଲ୍ମରେ କାମ କରିଛନ୍ତି। ଅଜୟ ଦେବଗନ ଅଭିନୟ କରିଥିବା ଫିଲ୍ମ ‘ଜିଗର’ର କାହାଣୀ ମଧ୍ୟ ବୀରୁ ଦେବଗନ ଲେଖିଥିଲେ।

publive-image