Advertisment

ଭଉଣୀ ହୋଇଥା'ନ୍ତେ ଅଭିନେତ୍ରୀ, କିନ୍ତୁ ଭାଗ୍ୟରେ ଲେଖାଥିଲା ଏମିତି

ମୁମ୍ବାଇ: ନିଜେ ଅଭିନେତ୍ରୀ ହେବା ପାଇଁ ଚାହିଁ ନଥିଲେ କି ଏନେଇ କୌଣସି ପ୍ରସ୍ତୁତି ବି ନଥିଲା। ସଂଯୋଗବଶତଃ ଅଭିନୟ ଦୁନିଆରେ ପାଦ ଥାପିଲେ ଏବଂ ନିଜ ଟ୍ୟାଲେଣ୍ଟ୍‌ ବଳରେ ଗତ ୨୫ ବର୍ଷ ଧରି ବଲିଉଡ୍‌ରେ ଏକ ସ୍ୱତନ୍ତ୍ର ଇମେଜ୍‌ ସୃଷ୍ଟି କରିଛନ୍ତି ଏଭରଗ୍ରୀନ୍‌ କାଜୋଲ୍‌। ନିଜ କ୍ୟାରିଅର୍‌ ଆରମ୍ଭର ସିକ୍ରେଟ୍‌ ଶେୟାର୍‌ କରି ଏହି ବଲିଉଡ୍‌ ସୁପର୍‌ଷ୍ଟାର୍‌ କହିଛନ୍ତି ଯେ ଫିଲ୍ମ ଲାଇନ୍‌କୁ ଆସିବା ତାଙ୍କ ପାଇଁ ଏକପ୍ରକାର ଅପ୍ରତ୍ୟାଶିତ ଥିଲା। ଅକ୍ଟୋବର ୧୨ରେ ରିଲିଜ୍‌ […]

ଭଉଣୀ ହୋଇଥା'ନ୍ତେ ଅଭିନେତ୍ରୀ, କିନ୍ତୁ ଭାଗ୍ୟରେ ଲେଖାଥିଲା ଏମିତି

kajol

Advertisment

ମୁମ୍ବାଇ: ନିଜେ ଅଭିନେତ୍ରୀ ହେବା ପାଇଁ ଚାହିଁ ନଥିଲେ କି ଏନେଇ କୌଣସି ପ୍ରସ୍ତୁତି ବି ନଥିଲା। ସଂଯୋଗବଶତଃ ଅଭିନୟ ଦୁନିଆରେ ପାଦ ଥାପିଲେ ଏବଂ ନିଜ ଟ୍ୟାଲେଣ୍ଟ୍‌ ବଳରେ ଗତ ୨୫ ବର୍ଷ ଧରି ବଲିଉଡ୍‌ରେ ଏକ ସ୍ୱତନ୍ତ୍ର ଇମେଜ୍‌ ସୃଷ୍ଟି କରିଛନ୍ତି ଏଭରଗ୍ରୀନ୍‌ କାଜୋଲ୍‌।

Advertisment

ନିଜ କ୍ୟାରିଅର୍‌ ଆରମ୍ଭର ସିକ୍ରେଟ୍‌ ଶେୟାର୍‌ କରି ଏହି ବଲିଉଡ୍‌ ସୁପର୍‌ଷ୍ଟାର୍‌ କହିଛନ୍ତି ଯେ ଫିଲ୍ମ ଲାଇନ୍‌କୁ ଆସିବା ତାଙ୍କ ପାଇଁ ଏକପ୍ରକାର ଅପ୍ରତ୍ୟାଶିତ ଥିଲା।

ଅକ୍ଟୋବର ୧୨ରେ ରିଲିଜ୍‌ ହେବାକୁ ଥିବା ନିଜ ଅଭିନୀତ ଫିଲ୍ମ ‘ହେଲିକପ୍ଟର ଇଲା’ର ପ୍ରମୋସନ୍‌ ପାଇଁ ଆୟୋଜିତ ଏକ କାର୍ଯ୍ୟକ୍ରମରେ କାଜୋଲ୍‌ ଏହା କହିଛନ୍ତି।

Advertisment

[caption id="attachment_285609" align="alignnone" width="1204"]tanisha image credit- daily-frontier.comi[/caption]

କାଜୋଲ କହିଛନ୍ତି, "ମୋର ଅଭିନେତ୍ରୀ ହେବାର କୌଣସି ଯୋଜନା ନଥିଲା। ମୋ ଭଉଣୀ(ତନୀଶା) ଫିଲ୍ମରେ ଆସିବାକୁ ଚାହୁଁଥିଲେ। ତେଣୁ ସେ ଫଟୋ ଶୁଟ୍‌ କରିବାକୁ ଯାଉଥିଲେ। ମୁଁ କେବଳ ତାଙ୍କ ସହ ଯାଏ। ତେବେ ମୁଁ ତାଙ୍କ ସହିତ ଯାଉଥିବାରୁ ମା’ ମୋତେ ବି ଫଟୋ ଶୁଟ୍‌ କରାଇବାକୁ କହୁଥିଲେ। ମା’ଙ୍କ କଥା ଅନୁସାରେ ମୁଁ ଫଟୋ ଶୁଟ୍‌ କରାଉଥିଲି। ଏହି ଫଟୋଗୁଡ଼ିକ ନିର୍ଦ୍ଦେଶକମାନଙ୍କ ପାଖକୁ ଯାଏ। ଥରେ ମୋତେ ଜଣେ ନିର୍ଦ୍ଦେଶକ କହିଥିଲେ କି ସେ ମୋତେ ନେଇ ଏକ ଫିଲ୍ମ କରିବାକୁ ଚାହୁଁଛନ୍ତି, ଆଉ ଫିଲ୍ମ ଶୁଟିଂ ପାଇଁ ୨ ମାସ କାନାଡ଼ା ଯିବାକୁ ପଡ଼ିବ। ସେ ସମୟରେ ମୋର ବି ଦୁଇ ମାସ ଛୁଟି ଥିଲା। ମୋତ୍ ଲାଗିଲା, ଏହା ମୋ ପାଇଁ ଏକ ଭଲ ସୁଯୋଗ । ତେଣୁ ମୁଁ ଚାଲିଯାଇଥିଲି। ଏହା ପରେ ମୁଁ ଅଭିନୟକୁ ଖୁବ୍‌ ଭଲ ପାଇ ବସିଲି ଏବଂ ଏହି ଲାଇନ୍‌ରେ ସେଟ୍‌ ହୋଇଗଲି।’’

ଏହି ଅବସରରେ ନିଜ କୋ-ଷ୍ଟାର୍‌ଙ୍କ ବିଷୟରେ କାଜୋଲ୍‌ କହିଥିଲେ, ତାଙ୍କୁ କୌଣସି ବି କୋ-ଷ୍ଟାର୍‌ଙ୍କ ସହ କାମ କରିବାରେ କେବେ ଅସୁବିଧା ହୋଇ ନଥାଏ। କିନ୍ତୁ ସେ ଯାହାକୁ ପସନ୍ଦ କରନ୍ତି ନାହିଁ, ତାଙ୍କ ସହ କାମ କରିବା କଷ୍ଟକର ହୋଇପଡ଼େ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe