Advertisment

ସର୍ଜରୀ ପରେ ଏପରି ଦେଖାଯାଉଛନ୍ତି କାଜଲ୍‌ଙ୍କ ମା’

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କାଜଲ୍‌ ଏବେ ଖରାପ ସମୟ ଦେଇ ଗତି କରୁଛନ୍ତି। ୧୭ ମେ’ରେ ତାଙ୍କ ଶ୍ୱଶୁର ବୀରୁ ଦେବ୍‌ଗନ୍‌ଙ୍କ ଦେହାନ୍ତ ପରେ ତାଙ୍କ ମା’ ତନୁଜା ମୁଖାର୍ଜି ଅଚାନକ ଅସୁସ୍ଥ ହୋଇପଡିଥିଲେ। ଚିକିତ୍ସା ପାଇଁ ସେ ମେଡିକାଲ୍‌ରେ ଭର୍ତ୍ତି ହୋଇଥିଲେ।। କିଛି ଦିନ ପୂର୍ବରୁ କାଜଲ୍‌ଙ୍କୁ ମୁମ୍ବାଇର ଲୀଲାବତି ହସ୍ପିଟାଲ୍‌ ବାହାରେ ଚିନ୍ତିତ ଥିବା ଦେଖାଯିବା ପରେ ଏ ସମ୍ପର୍କରେ ଜଣାପଡିଥିଲା। ତନୁଜାଙ୍କର ନିଶ୍ୱାସ ପ୍ରଶ୍ୱାସ ନେବା ସମସ୍ୟା ଯୋଗୁ ସେ ମେଡିକାଲ୍‌ରେ ଭର୍ତ୍ତି […]

ସର୍ଜରୀ ପରେ ଏପରି ଦେଖାଯାଉଛନ୍ତି କାଜଲ୍‌ଙ୍କ ମା’

k11

Advertisment

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କାଜଲ୍‌ ଏବେ ଖରାପ ସମୟ ଦେଇ ଗତି କରୁଛନ୍ତି। ୧୭ ମେ’ରେ ତାଙ୍କ ଶ୍ୱଶୁର ବୀରୁ ଦେବ୍‌ଗନ୍‌ଙ୍କ ଦେହାନ୍ତ ପରେ ତାଙ୍କ ମା’ ତନୁଜା ମୁଖାର୍ଜି ଅଚାନକ ଅସୁସ୍ଥ ହୋଇପଡିଥିଲେ। ଚିକିତ୍ସା ପାଇଁ ସେ ମେଡିକାଲ୍‌ରେ ଭର୍ତ୍ତି ହୋଇଥିଲେ।। କିଛି ଦିନ ପୂର୍ବରୁ କାଜଲ୍‌ଙ୍କୁ ମୁମ୍ବାଇର ଲୀଲାବତି ହସ୍ପିଟାଲ୍‌ ବାହାରେ ଚିନ୍ତିତ ଥିବା ଦେଖାଯିବା ପରେ ଏ ସମ୍ପର୍କରେ ଜଣାପଡିଥିଲା।

Advertisment

ତନୁଜାଙ୍କର ନିଶ୍ୱାସ ପ୍ରଶ୍ୱାସ ନେବା ସମସ୍ୟା ଯୋଗୁ ସେ ମେଡିକାଲ୍‌ରେ ଭର୍ତ୍ତି ହୋଇଥିଲେ। ଏବେ ତାଙ୍କର ସର୍ଜରୀ ହୋଇଯାଇଛି। ସର୍ଜରି ପରେ କାଜଲ୍‌ ତାଙ୍କ ମାଆଙ୍କ ସହ ଏକ ଫଟୋ ତାଙ୍କ ଇଣ୍ଟାଗ୍ରାମ୍‌ ପେଜ୍‌ରେ ଶେଆର୍‌ କରିଛନ୍ତି। ଯେଉଁଥିରେ କି ସେ ବହୁତ ଦୁର୍ବଳ ଦେଖାଯାଉଛନ୍ତି।

https://www.instagram.com/p/Bye7eYCJcRK/?utm_source=ig_web_copy_link

ଫଟୋରେ କାଜଲ୍‌ ମା’ଙ୍କ କାନ୍ଧରେ ମୁଣ୍ଡ ରଖି ଫଟୋ ଉଠାଇଛନ୍ତି। ତନୁଜା ମଧ୍ୟ ଝିଅକୁ ପାଖରେ ପାଇ ହସି ଦେଇଛନ୍ତି। ତାଙ୍କୁ ଦେଖିକି ଲାଗୁଛି ଯେ, ତାଙ୍କ ଓଜନ ପୂର୍ବରୁ ବହୁତ କମି ଯାଇଛି।

Advertisment

କାଜଲ୍‌ ଫଟୋ ର କ୍ୟାପସନ୍‌ରେ ଲେଖିଛନ୍ତି, ‘ମୁଁ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ ଦେବାକୁ ଚାହୁଁଛି’। କାଜଲ୍‌ ହସ୍ପିଟାଲ୍‌ରେ ମା’ଙ୍କର ବହୁତ ଯତ୍ନ ନେଇଥିଲେ।

ତନୁଜାଙ୍କ ବୟସ ୭୫ ବର୍ଷ। ସେ ତାଙ୍କ ସାନ ଝିଅ ତନିଷାଙ୍କ ସହ ମୁମ୍ବାଇରେ ରହୁଛନ୍ତି। ତନୁଜା ବିଗତ ଦିନରେ ଲୋକପ୍ରିୟ ଅଭିନେତ୍ରୀ ଥିଲେ। ସେ ବଲିଉଡ୍‌କୁ ବହୁତ୍‌ ହିଟ୍‌ ଫିଲ୍ମ ଦେଇଛନ୍ତି।

https://www.instagram.com/p/BvQzkWQnMuK/?utm_source=ig_web_copy_link

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe