Advertisment

୧୩ ବର୍ଷ ସାନ ଏହି ଅଭିନେତାଙ୍କ ସହ ରୋମାନ୍ସ୍‌ କରିବାକୁ ଚାହୁଁଛନ୍ତି କାଜୋଲ୍‌!

ମୁମ୍ବାଇ: ବଲିଉଡ୍‌ ବ୍ଲାକ୍‌ ବିଉଟି କାଜୋଲ୍‌ ନିଜ ଅଭିନୟର ଯାଦୁରେ ଦର୍ଶକଙ୍କୁ ଏକଦମ୍‌ ବାନ୍ଧି ରଖନ୍ତି।  ‘ବାଜିଗର୍‌, ‘ଡିଡିଏଲ୍‌ଜେ’, ‘କୁଛ୍‌ କୁଛ୍‌ କୁଛ୍‌ ହୋତା ହୈ’, ‘ଦୁସ୍‌ମନ୍‌’ ଓ ‘ମାଇଁ ନେମ୍‌ ଇଜ୍‌ ଖାନ୍‌’ ଭଳି ଫିଲ୍ମରେ କାଜୋଲ୍‌ଙ୍କ ଅଭିନୟ ଏବେ ବି ଫ୍ୟାନ୍‌ଙ୍କ ହୃଦୟରେ ବସା ବାନ୍ଧି ରହିଛି। ବଲିଉଡ୍‌ରେ ତାଙ୍କ ସମସାମୟିକ ବହୁ ଅଭିନେତାଙ୍କ ସହ କାମ କରି ସାରିଥିବା ଏହି ଟ୍ୟାଲେଣ୍ଟେଡ୍‌ ଅଭିନେତ୍ରୀ ଏବେ ତାଙ୍କ ଠାରୁ କମ୍‌ ବୟସର ଅଭିନେତାଙ୍କ ସହ […]

author-image
Sangita Sahoo
୧୩ ବର୍ଷ ସାନ ଏହି ଅଭିନେତାଙ୍କ ସହ ରୋମାନ୍ସ୍‌ କରିବାକୁ ଚାହୁଁଛନ୍ତି କାଜୋଲ୍‌!

kajol

ମୁମ୍ବାଇ: ବଲିଉଡ୍‌ ବ୍ଲାକ୍‌ ବିଉଟି କାଜୋଲ୍‌ ନିଜ ଅଭିନୟର ଯାଦୁରେ ଦର୍ଶକଙ୍କୁ ଏକଦମ୍‌ ବାନ୍ଧି ରଖନ୍ତି।  ‘ବାଜିଗର୍‌, ‘ଡିଡିଏଲ୍‌ଜେ’, ‘କୁଛ୍‌ କୁଛ୍‌ କୁଛ୍‌ ହୋତା ହୈ’, ‘ଦୁସ୍‌ମନ୍‌’ ଓ ‘ମାଇଁ ନେମ୍‌ ଇଜ୍‌ ଖାନ୍‌’ ଭଳି ଫିଲ୍ମରେ କାଜୋଲ୍‌ଙ୍କ ଅଭିନୟ ଏବେ ବି ଫ୍ୟାନ୍‌ଙ୍କ ହୃଦୟରେ ବସା ବାନ୍ଧି ରହିଛି।

Advertisment

ବଲିଉଡ୍‌ରେ ତାଙ୍କ ସମସାମୟିକ ବହୁ ଅଭିନେତାଙ୍କ ସହ କାମ କରି ସାରିଥିବା ଏହି ଟ୍ୟାଲେଣ୍ଟେଡ୍‌ ଅଭିନେତ୍ରୀ ଏବେ ତାଙ୍କ ଠାରୁ କମ୍‌ ବୟସର ଅଭିନେତାଙ୍କ ସହ ଅନ୍‌ ସ୍କ୍ରିନ୍‌ ରୋମାନ୍ସ୍‌ ପାଇଁ ଖୁବ୍‌ ଆଗ୍ରହୀ।  ନିକଟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କମ୍‌ବୟସ୍କ ଅଭିନେତାଙ୍କ ସହ କାମ କରିବାକୁ ତାଙ୍କର ଆଗ୍ରହ ଅଛି କା ନାହିଁ ପଚରାଯିବାରୁ ସେ ଏହାର ଉତ୍ତରରେ ହଁ କହିଥିଲେ। କାଜୋଲ୍‌ କହିଥିଲେ,‘‘ ବୟସରେ ସାନ ଅଭିନେତାଙ୍କ ସହ କାମ କରିବାରେ ମୋ'ର କୌଣସି ଆପତ୍ତି ନାହିଁ। କିନ୍ତୁ ସ୍କ୍ରିପ୍ଟ୍‌ ଖୁବ୍‌ ଭଲ ହେବା ଦରକାର।  ଏହା ପରେ ତାଙ୍କୁ ପଚାରା ଯାଇଥିଲା ଯେ କେଉଁ କମ୍‌ ବୟସ୍କ କୋ ଆକ୍ଟରଙ୍କ ସହ ସେ କାମ କରିବାକୁ ଚାହୁଁଛନ୍ତି। ଏହାର ଉତ୍ତରରେ କୋଜୋଲ୍‌ ବରୁଣ ଧୱନ୍‌ଙ୍କ ନାଁ ନେଇଥିଲେ। ସେ କହିଥିଲେ, ‘‘ମୋତେ ବରୁଣ ଧୱନ୍‌ ଖୁବ୍‌ ପସନ୍ଦ। ମୁଁ ତାଙ୍କ ସହ କାମ କରିବାକୁ ଚାହିଁବି। ସେ ବହୁତ ଭଲ, ତାଙ୍କ ସହ କାମ କରିବା ମଜାଦାର୍‌ ରହିବ।’’

[caption id="attachment_286620" align="alignnone" width="1067"]varun image credit-Bollywoodlife.com[/caption]

Advertisment

କାଜୋଲ୍‌ ଏବେ ତାଙ୍କ ଅଭିନୀତ ଫିଲ୍ମ ‘ହେଲିକପ୍‌ଟର ଇଲା’ର ପ୍ରମୋସନ୍‌ରେ ବ୍ୟସ୍ତ ଅଛନ୍ତି।  ଏହି ଫିଲ୍ମ ଶୁକ୍ରବାର ରିଲିଜ୍‌ ହେବ । ଫିଲ୍ମରେ କାଜୋଲ୍‌ ମା’ ଭୂମିକାରେ ଅଭିନୟ କରୁଥିବା ବେଳେ  ଅଭିନେତା ରିଦ୍ଧି ସେନ୍‌ଙ୍କୁ ତାଙ୍କ ପୁଅ ଭୂମିକାରେ ଦେଖିବାକୁ ମିଳିବ।