Advertisment

'ତାନାଜୀ'ରେ ଦମ୍‌ଦାର୍‌ ଲୁକ୍‌ରେ କାଜୋଲ୍

ମୁମ୍ବାଇ: ଅଜୟ ଦେବଗନ୍‌ ଓ କାଜୋଲ୍‌ଙ୍କ ବାହାଘରକୁ ୨୦ ବର୍ଷ ହୋଇଗଲାଣି। କେବଳ ରିୟଲ ଲାଇଫ୍ ପରଫେକ୍ଟ କପଲ୍‌ ନୁହଁନ୍ତି, ପରଦାରେ ମଧ୍ୟ ଏହି କପଲ୍‌ଙ୍କର ଜବରଦସ୍ତ କେମେଷ୍ଟ୍ରି ଦେଖିବାକୁ ମିଳେ। ଦୀର୍ଘ ୯ ବର୍ଷ ପରେ ପୁଣି ଦୁହେଁ ଏକାଠି ପରଦାରେ ନଜର ଆସିବେ। ଫିଲ୍ମ ‘ତାନାଜୀ’ରେ ଦର୍ଶକ ପୁଣି ଥରେ ଅଜୟ ଓ କାଜୋଲ୍‌ଙ୍କୁ ଏକାଠି ଦେଖିବାକୁ ପାଇବେ। ଏହି ଫିଲ୍ମରେ ଅଜୟଙ୍କ ଲୁକ୍‌ ପୂର୍ବରୁ ସାମ୍ନାକୁ ଆସିଥିଲା। ଆଉ ଏବେ କାଜୋଲ୍‌ଙ୍କ ଲୁକ୍‌ […]

author-image
Chinmayee Roy
ଅଦ୍ୟତନ ହୋଇଛି
'ତାନାଜୀ'ରେ ଦମ୍‌ଦାର୍‌ ଲୁକ୍‌ରେ କାଜୋଲ୍

kajol

ମୁମ୍ବାଇ: ଅଜୟ ଦେବଗନ୍‌ ଓ କାଜୋଲ୍‌ଙ୍କ ବାହାଘରକୁ ୨୦ ବର୍ଷ ହୋଇଗଲାଣି। କେବଳ ରିୟଲ ଲାଇଫ୍ ପରଫେକ୍ଟ କପଲ୍‌ ନୁହଁନ୍ତି, ପରଦାରେ ମଧ୍ୟ ଏହି କପଲ୍‌ଙ୍କର ଜବରଦସ୍ତ କେମେଷ୍ଟ୍ରି ଦେଖିବାକୁ ମିଳେ। ଦୀର୍ଘ ୯ ବର୍ଷ ପରେ ପୁଣି ଦୁହେଁ ଏକାଠି ପରଦାରେ ନଜର ଆସିବେ। ଫିଲ୍ମ ‘ତାନାଜୀ’ରେ ଦର୍ଶକ ପୁଣି ଥରେ ଅଜୟ ଓ କାଜୋଲ୍‌ଙ୍କୁ ଏକାଠି ଦେଖିବାକୁ ପାଇବେ। ଏହି ଫିଲ୍ମରେ ଅଜୟଙ୍କ ଲୁକ୍‌ ପୂର୍ବରୁ ସାମ୍ନାକୁ ଆସିଥିଲା। ଆଉ ଏବେ କାଜୋଲ୍‌ଙ୍କ ଲୁକ୍‌ ମଧ୍ୟ ସାମ୍ନାକୁ ଆସିଛି।

Advertisment

https://www.instagram.com/p/B4_elC4JA4A/?utm_source=ig_web_copy_link

ଫିଲ୍ମ ‘ତାନାଜୀ’ରେ କାଜୋଲ୍ ମୁଖ୍ୟ ନାୟିକା ଭୂମିକାରେ ଅଭିନୟ କରିଛନ୍ତି। ଫିଲ୍ମରେ ତାଙ୍କ ଲୁକ୍‌କୁ ସେ ନିଜ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି। ଆଉ କ୍ୟାପସନରେ ଲେଖିଛନ୍ତି, ‘ମୁଁ ଆପଣଙ୍କୁ ହାରିବାକୁ ଦେବି ନାହିଁ।’ ଏହି ପୋଷ୍ଟର୍‌ରେ ସେ ଏକଦମ୍ ଇଣ୍ଟେନ୍ସ ଲୁକ୍‌ରେ ନଜର ଆସିଛନ୍ତି। ମରାଠି ବେଶରେ ମୁଣ୍ଡରେ ବଡ଼ ବିନ୍ଦି ସହ ନାକରେ ରିଙ୍ଗ ପିନ୍ଧି କାଜୋଲ ବେଶ୍ ଦମ୍‌ଦାର୍‌ ଲାଗୁଛନ୍ତି।

https://www.instagram.com/p/B4IWDtcpFxq/?utm_source=ig_web_copy_link

ଜଣାଇ ଦେବାକୁ ଚାହୁଁ ଯେ ଏହି ଫିଲ୍ମରେ ଅଜୟ 'ତାନାଜୀ ମାଲୁସରେ'ଙ୍କ ଭୂମିକାରେ ଅଭିନୟ କରିଥିବାବେଳେ କାଜୋଲ୍‌ ତାଙ୍କ ପତ୍ନୀ ସାବିତ୍ରୀବାଈ ମାଲୁସରେଙ୍କ ଭୂମିକାରେ ଅଭିନୟ କରିଛନ୍ତି। ଫିଲ୍ମଟି ୧୭ତମ ଶତାବ୍ଦୀର ମରାଠା ସାମ୍ରାଜ୍ୟର ମହାନ ଯୋଦ୍ଧା ତାନାଜୀ ମାଲୁସରେଙ୍କ ଉପରେ ତିଆରି ହୋଇଛି। ଏହି ଯୋଦ୍ଧାଙ୍କ ବିଷୟରେ ବହୁତ କମ୍‌ ଲୋକ ଜାଣିଛନ୍ତି। ତାନାଜୀ, ଛତ୍ରପତି ଶିବାଜୀ ମହାରାଜଙ୍କ ସୈନ୍ୟବାହିନୀରେ ଥିଲେ। ସେ ଛତ୍ରପତି ଶିବାଜୀ ମହାରାଜଙ୍କ ସହ ଅନେକ ଯୁଦ୍ଧରେ ସାମିଲ୍‌ ହୋଇଛନ୍ତି। ୧୬୭୦ ମସିହାରେ ହୋଇଥିବା ସିହ୍ନାଗଡ଼ ଯୁଦ୍ଧ ପାଇଁ ତାଙ୍କୁ ସ୍ମରଣ କରାଯାଏ।

Advertisment

https://www.instagram.com/p/B4tjIRuJmH0/?utm_source=ig_web_copy_link

ଏହି ଫିଲ୍ମଟିକୁ ଅଜୟ ଦେବଗନ୍‌ ଓ ଟି-ସିରିଜ୍‌ ମିଶି ପ୍ରଯୋଜନା କରୁଥିବା ବେଳେ ଓମ୍‌ ରାୱତ୍ ଏହାର ନିର୍ଦ୍ଦେଶନା ଦେଇଛନ୍ତି। ଫିଲ୍ମଟି ଆସନ୍ତା ବର୍ଷ ଜାନୁଆରୀ ୧୦ରେ ରିଲିଜ୍‌ ହେବ। କାଜୋଲ୍‌ ଓ ଅଜୟ ଏହି ଫିଲ୍ମ ଜରିଆରେ ଅନେକ ଦିନ ପରେ ପରଦାକୁ ଏକାଠି ଫେରୁଛନ୍ତି। ଶେଷଥର ପାଇଁ ଏମାନଙ୍କୁ ୨୦୦୮ରେ ଆସିଥିବା ଫିଲ୍ମ ‘ଟୁନ୍‌ପୁର୍‌’ରେ ଏକାଠି ଦେଖିବାକୁ ମିଳିଥିଲା। ଏମାନେ ଏକାଠି ‘ପ୍ୟାର୍‌ କିୟା ତୋ ଡରନା କ୍ୟା’, ‘ଇଶ୍କ’, ‘ହଲ୍‌ଚଲ୍‌’, ‘ଦିଲ୍‌ କ୍ୟା କରେ’ ଓ ‘ରାଜୁ ଚାଚା’ପରି ହିଟ୍‌ ଫିଲ୍ମ ଦେଇଛନ୍ତି। ତେଣୁ ଏହି ଫିଲ୍ମରେ ମଧ୍ୟ ଦର୍ଶକ ଦୁହିଁଙ୍କୁ ପସନ୍ଦ କରିବେ ବୋଲି ଆଶା କରାଯାଉଛି। ସୂଚନା ଅନୁଯାୟୀ, ଏହା ଅଜୟ ଦେବଗନ୍‌ଙ୍କର ୧୦୦ତମ ଫିଲ୍ମ।