Advertisment

‘କଲଙ୍କ୍‌’ ଫ୍ଲପ୍‌ ହେବା ନେଇ ମୁହଁ ଖୋଲିଲେ ବରୁଣ, କହିଲେ ଏମିତି..

ମୁମ୍ବାଇ: ଲଗାତାର ୧୧ଟି ହିଟ୍‌ ଫିଲ୍ମ ଦେବା ପରେ ବଲିଉଡ୍‌ ଅଭିନେତା ବରୁଣ ଧାୱନ୍‌ ହାରର ସମ୍ମୁଖୀନ ହୋଇଛନ୍ତି।  ବରୁଣଙ୍କ ବହୁ ପ୍ରତିକ୍ଷୀତ  ଫିଲ୍ମ ‘କଲଙ୍କ୍‌’  ଦର୍ଶକଙ୍କୁ ପସନ୍ଦ ଆସି  ନଥିବା ବେଳେ ବକ୍ସ ଅଫିସ୍‌ରେ ମଧ୍ୟ ଫ୍ଲପ୍‌ ହୋଇଛି। ପୂର୍ବରୁ ରିଲିଜ୍‌ ହୋଇଥିବା ତାଙ୍କ ଫିଲ୍ମ ‘ସୁଇ ଧାଗା’ ଓ ଅକ୍ଟୋବର ବକ୍ସ ଅଫିସ୍‌ର ସୁପର ହିଟ୍‌ ନ ହୋଇଥିଲେ ମଧ୍ୟ ଠିକ୍‌ଠାକ୍‌ ବ୍ୟବସାୟ କରିଥିଲା। ଏବେ କିନ୍ତୁ ବରୁଣ ‘କଲଙ୍କ୍‌’ର ଫ୍ଲପ୍‌ ହେବାକୁ ନେଇ […]

ଅଦ୍ୟତନ ହୋଇଛି
‘କଲଙ୍କ୍‌’ ଫ୍ଲପ୍‌ ହେବା ନେଇ ମୁହଁ ଖୋଲିଲେ ବରୁଣ, କହିଲେ ଏମିତି..

b11

Advertisment

ମୁମ୍ବାଇ: ଲଗାତାର ୧୧ଟି ହିଟ୍‌ ଫିଲ୍ମ ଦେବା ପରେ ବଲିଉଡ୍‌ ଅଭିନେତା ବରୁଣ ଧାୱନ୍‌ ହାରର ସମ୍ମୁଖୀନ ହୋଇଛନ୍ତି।  ବରୁଣଙ୍କ ବହୁ ପ୍ରତିକ୍ଷୀତ  ଫିଲ୍ମ ‘କଲଙ୍କ୍‌’  ଦର୍ଶକଙ୍କୁ ପସନ୍ଦ ଆସି  ନଥିବା ବେଳେ ବକ୍ସ ଅଫିସ୍‌ରେ ମଧ୍ୟ ଫ୍ଲପ୍‌ ହୋଇଛି। ପୂର୍ବରୁ ରିଲିଜ୍‌ ହୋଇଥିବା ତାଙ୍କ ଫିଲ୍ମ ‘ସୁଇ ଧାଗା’ ଓ ଅକ୍ଟୋବର ବକ୍ସ ଅଫିସ୍‌ର ସୁପର ହିଟ୍‌ ନ ହୋଇଥିଲେ ମଧ୍ୟ ଠିକ୍‌ଠାକ୍‌ ବ୍ୟବସାୟ କରିଥିଲା।

Advertisment

ଏବେ କିନ୍ତୁ ବରୁଣ ‘କଲଙ୍କ୍‌’ର ଫ୍ଲପ୍‌ ହେବାକୁ ନେଇ ମୁହଁ ଖୋଲିଛନ୍ତି। ସେ କହିଛନ୍ତି ଯେ, ‘ଏହି ଫିଲ୍ମ ମୋତେ ବହୁତ ପ୍ରଭାବିତ କରିଛି। ଫିଲ୍ମକୁ ଦର୍ଶକ ପସନ୍ଦ କଲେ ନାହିଁ। ଆଉ ଏହା ଚାଲିବା ଯୋଗ୍ୟ ନଥିଲା। ଯଦି ଦର୍ଶକଙ୍କୁ ଫିଲ୍ମ ପସନ୍ଦ ଆସୁଛି ତାହାଲେ ଏହାକୁ ଚାଲାଇ ପାରୁଥିବା ଆବଶ୍ୟକ। ’

https://www.instagram.com/p/BwLro42BAgH/?utm_source=ig_web_copy_link

ସେ ଆହୁରି ମଧ୍ୟ କହିଛନ୍ତି ଯେ, କ୍ୟାରିଅରରେ ମୁଁ ପ୍ରଥମଥର ପାଇଁ ବିଫଳତାକୁ ସାମ୍ନା କଲି। ଏହା ମୋତେ ଭଲ ଶିକ୍ଷା ଦେଇଛି ଏବଂ ଏହାଦ୍ୱାରା ମୁଁ ପ୍ରଭାବିତ ମଧ୍ୟ ହୋଇଛି। ଯଦି ମୁଁ ବିଫଳତାକୁ ନେଇ ପ୍ରଭାବିତ ହୋଇ ନ ଥାନ୍ତି କି କିଛି ଶିକ୍ଷା କରି ନଥାନ୍ତି, ଏହାର ଅର୍ଥ ଏହା ନୁହେଁ  ଯେ, ମୁଁ ଫିଲ୍ମକୁ ଭଲ ପାଉ ନାହିଁ। ମୁଁ ମରିବା ପର୍ଯ୍ୟନ୍ତ ନିଜ ଫିଲ୍ମକୁ ଭଲ ପାଉଥିବି’।

Advertisment

https://www.instagram.com/p/BvvN5g1H-7c/?utm_source=ig_web_copy_link

ଏଠାରେ ଆପଣଙ୍କୁ କହି ରଖିବାକୁ ଚାହୁଁଛୁ ଯେ, ଧର୍ମା ପ୍ରଡକ୍ସନ ଦ୍ୱାରା ଏହି ଫିଲ୍ମଟି ନିର୍ମାଣ କରାଯାଇଥିଲା । ଫିଲ୍ମରେ ବରୁଣ ଧାୱନଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିଥିଲା। ଏହାସହ ସଞ୍ଜୟ ଦତ୍ତ, ଆଲିଆ ଭଟ୍ଟ, ଆଦିତ୍ୟ ରାୟ କପୁର, ସୋନାକ୍ଷି ସିହ୍ନା ଓ ମାଧୁରୀ ଦିକ୍ଷୀତ ମଧ୍ୟ ଅଭିନୟ କରିଥିଲେ। ପୂର୍ବରୁ ଫିଲ୍ମର ଷ୍ଟାର କାଷ୍ଟକୁ ନେଇ ବହୁତ ଚର୍ଚ୍ଚା ମଧ୍ୟ ହୋଇଥିଲା।

ଆଗକୁ ସଶାଙ୍କ ଖୈତାନ୍‌ଙ୍କ ଫିଲ୍ମ ‘ଋଣଭୂମୀ’ରେ ବରୁଣଙ୍କୁ ଦେଖିବାକୁ ମିଳିବ। ଫିଲ୍ମଟି ଆଗାମୀ ବର୍ଷ ଜାନୁୟାରି ୨୪ରେ ରିଲିଜ୍‌ ହେବାକୁ ଯାଉଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe