/odisha-reporter/media/post_attachments/uploads/2016/01/k2.jpg)
k
ଭୁବନେଶ୍ୱର: ଭୁବନେଶ୍ୱର ଜନତା ମଇଦାନରେ ଚାଲିଥିବା ଜାତୀୟ ପୁସ୍ତକ ଓ ବାଣିଜ୍ୟ ମେଳାର ମଙ୍ଗଳବାର ଥିଲା ଚତୁର୍ଥ ସଂଧ୍ୟା। ମେଳା ଅବସରରେ ଓଡ଼ିଶାର ସିନେ କଳାକାରଙ୍କୁ ପ୍ରୋତ୍ସାହିତ ଉଦ୍ଦେଶ୍ୟରେ କଳିଙ୍ଗ ସିନେ ଆୱାର୍ଡ ପ୍ରଦାନ କରାଯାଇଥିଲା। ଏଥିରେ ଓଲିଉଡର ବରିଷ୍ଠ ସିନେ କଳାକାର ଦେବୁ ବୋଷ, ବିଜୟ ମହାନ୍ତି, ସିନେ ନିର୍ଦ୍ଦେଶକ ରାଜୁ ମିଶ୍ରଙ୍କ ସହିତ ସବ୍ୟସାଚୀ ମିଶ୍ର, ବଲିଉଡ ସିନେ ତାରକା ଇପସିତା ପତି, ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ, ପପୁ ପମ୍ ପମ୍ ପ୍ରଭୃତି ୪୨ ଜଣ ବିଶିଷ୍ଠ ବ୍ୟକ୍ତିବିଶେଷଙ୍କୁ କଳିଙ୍ଗ ସିନେ ଆୱାର୍ଡ ପ୍ରଦାନ କରାଯାଇଛି। ଏହି ଅବସରରେ ଲୁବୁନ ଟୁବୁନ ଗୃପର ନୃତ୍ୟଶିଳ୍ପୀ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
