Advertisment

ମା' ହେଲେ କଲ୍‌କି

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କଲ୍‌କି କୋଏଚଲିନ୍‌ ମା’ ହୋଇଛନ୍ତି। ସେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। କଲ୍‌କି ନିଜ ପ୍ରେଗ୍‌ନେଣ୍ଟ ହେବା ଖବର ୨୦୧୯ର ଶେଷ ଆଡ଼କୁ ଘୋଷଣା କରିଥିଲେ।  ମା’ ହେବାକୁ ଯାଉଥିବାରୁ ସେ ବହୁତ ଖୁସି ଥିଲେ। ସେ ଲଗାତାର୍‌ ବେବିବମ୍ପ ସହ ଫଟୋଶୁଟ୍‌ କରି ସୋଶାଲ୍‌ ମିଡିଆରେ ପୋଷ୍ଟ କରିଥିଲେ। ସୂଚନା ଅନୁଯାୟୀ, ଗତ ଶୁକ୍ରବାର ତାଙ୍କର ଡେଲିଭରି ହୋଇଥିଲା। https://www.instagram.com/p/B54sHD-BEyn/?utm_source=ig_web_copy_link https://www.instagram.com/p/B0_MST2Bl5L/?utm_source=ig_web_copy_link ଜଣାଇଦେବାକୁ ଚାହୁଁ ଯେ କଲ୍‌କିଙ୍କ ଏ ସନ୍ତାନ […]

ମା' ହେଲେ କଲ୍‌କି

kalki

Advertisment

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କଲ୍‌କି କୋଏଚଲିନ୍‌ ମା’ ହୋଇଛନ୍ତି। ସେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। କଲ୍‌କି ନିଜ ପ୍ରେଗ୍‌ନେଣ୍ଟ ହେବା ଖବର ୨୦୧୯ର ଶେଷ ଆଡ଼କୁ ଘୋଷଣା କରିଥିଲେ।  ମା’ ହେବାକୁ ଯାଉଥିବାରୁ ସେ ବହୁତ ଖୁସି ଥିଲେ। ସେ ଲଗାତାର୍‌ ବେବିବମ୍ପ ସହ ଫଟୋଶୁଟ୍‌ କରି ସୋଶାଲ୍‌ ମିଡିଆରେ ପୋଷ୍ଟ କରିଥିଲେ। ସୂଚନା ଅନୁଯାୟୀ, ଗତ ଶୁକ୍ରବାର ତାଙ୍କର ଡେଲିଭରି ହୋଇଥିଲା।

Advertisment

https://www.instagram.com/p/B54sHD-BEyn/?utm_source=ig_web_copy_link

https://www.instagram.com/p/B0_MST2Bl5L/?utm_source=ig_web_copy_link

ଜଣାଇଦେବାକୁ ଚାହୁଁ ଯେ କଲ୍‌କିଙ୍କ ଏ ସନ୍ତାନ ତାଙ୍କ ଲଙ୍ଗ୍‌ଟାଇମ୍ ବୟଫ୍ରେଣ୍ଡ ଗାୟ ହର୍ଷବର୍ଗଙ୍କ ଔରସରୁ ଜନ୍ମ ହୋଇଛି। ସେମାନଙ୍କର ଏଯାଏ ବାହାଘର ହୋଇନାହିଁ। ପୂର୍ବରୁ କଲ୍‌କି କହିଥିଲେ ଯେ ଯେତେବେଳେ ସେ ଗର୍ଭବତୀ ବୋଲି ଜାଣିଲେ ସେତେବେଳେ ଖୁବ୍ ଡରିଯାଇଥିଲେ। ଏହାକୁ ଗ୍ରହଣ କରିବାକୁ ସେ ଦୁଇ ତିନି ଦିନ ସମୟ ନେଇଥିଲେ। ହେଲେ ଏ କଥା ଯେତେବେଳେ ତାଙ୍କ ବୟଫ୍ରେଣ୍ଡ ଜାଣିଲେ ସେ ବହୁତ ଖୁସି ହୋଇଯାଇଥିଲେ ଓ ପିଲାଟିକୁ ଜନ୍ମଦେବା ପାଇଁ ତାଙ୍କୁ କହିଥିଲେ।

publive-image

ସୂଚନାଯୋଗ୍ୟ, କଲ୍‌କି ୨୦୧୧ରେ ଫିଲ୍ମ ନିର୍ଦ୍ଦେଶକ ଅନୁରାଗ କଶ୍ୟପଙ୍କୁ ବିବାହ କରିଥିଲେ। ହେଲେ ବାହାଘରର ୪ବର୍ଷ ପର ସେମାନେ ପରସ୍ପରଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ। ଏହାପରେ ଗାୟ ହର୍ଷବର୍ଗଙ୍କୁ ଡେଟ୍‌ କରିବା ଆରମ୍ଭ କରିଥିଲେ କଲ୍‌କି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe