Advertisment

ପୁଣି ଏକାଠି ହେବେ ସାଉଥ୍‌ର ଦୁଇ ଟାଇଗର୍

ଚେନ୍ନାଇ: ଦୀର୍ଘ ୩୫ ବର୍ଷ ପରେ ପୁଣିଥରେ ଏକାଠି ହେବାକୁ ଯାଉଛନ୍ତି ସାଉଥ୍‌ ଫିଲ୍ମ ଇଣ୍ଡଷ୍ଟ୍ରୀର ଦୁଇ ଟାଇଗର୍। ଖୁବ୍‌ଶୀଘ୍ର ରଜନୀକାନ୍ତ ଓ କମଲ ହାସନ ଏକାସାଙ୍ଗରେ ପରଦା ଉପରକୁ ଆସୁଛନ୍ତି। ସୂଚନା ଅନୁଯାୟୀ, ନିର୍ଦ୍ଦେଶକ ଲୋକେଶ କନଗରାଜ ଦୁଇଜଣଙ୍କୁ ଗେଟିଏ ଫିଲ୍ମରେ ଏକାଠି କାମ କରିବାକୁ ରାଜି କରାଇଛନ୍ତି। ତେବେ ଏ ନେଇ କୌଣସି ଅନୁଷ୍ଠାନିକ ଘୋଷଣା କରାଯାଇ ନହିଁ। କିନ୍ତୁ କୁହାଯାଉଛି ଯେ ଆଗାମୀ କିଛି ମାସ ଭିତରେ ନିର୍ମାତା ଏନେଇ ଘୋଷଣା କରିଦେବେ। ସୂଚନା ଅନୁୟାୟୀ, ନିର୍ଦ୍ଦେଶକ ଦୁଇ ସୁପରଷ୍ଟାରଙ୍କୁ ତାଙ୍କ ଫିଲ୍ମର କାହାଣୀ ଶୁଣାଇ ସାରିଛନ୍ତି ଓ […]

author-image
Biswobandita Swain
ଅଦ୍ୟତନ ହୋଇଛି
ପୁଣି ଏକାଠି ହେବେ ସାଉଥ୍‌ର ଦୁଇ ଟାଇଗର୍

kamal

ଚେନ୍ନାଇଦୀର୍ଘ ୩୫ ବର୍ଷ ପରେ ପୁଣିଥରେ ଏକାଠି ହେବାକୁ ଯାଉଛନ୍ତି ସାଉଥ୍‌ ଫିଲ୍ମ ଇଣ୍ଡଷ୍ଟ୍ରୀର ଦୁଇ ଟାଇଗର୍। ଖୁବ୍‌ଶୀଘ୍ର ରଜନୀକାନ୍ତ ଓ କମଲ ହାସନ ଏକାସାଙ୍ଗରେ ପରଦା ଉପରକୁ ଆସୁଛନ୍ତି। ସୂଚନା ଅନୁଯାୟୀନିର୍ଦ୍ଦେଶକ ଲୋକେଶ କନଗରାଜ ଦୁଇଜଣଙ୍କୁ ଗେଟିଏ ଫିଲ୍ମରେ ଏକାଠି କାମ କରିବାକୁ ରାଜି କରାଇଛନ୍ତି। ତେବେ ଏ ନେଇ କୌଣସି ଅନୁଷ୍ଠାନିକ ଘୋଷଣା କରାଯାଇ ନହିଁ। କିନ୍ତୁ କୁହାଯାଉଛି ଯେ ଆଗାମୀ କିଛି ମାସ ଭିତରେ ନିର୍ମାତା ଏନେଇ ଘୋଷଣା କରିଦେବେ।
ସୂଚନା ଅନୁୟାୟୀ, ନିର୍ଦ୍ଦେଶକ ଦୁଇ ସୁପରଷ୍ଟାରଙ୍କୁ ତାଙ୍କ ଫିଲ୍ମର କାହାଣୀ ଶୁଣାଇ ସାରିଛନ୍ତି ଓ ଦୁହିଁଙ୍କୁ କାହାଣୀ ପସନ୍ଦ ମଧ୍ୟ ଆସିଛି। ଉଭୟ ରଜନୀକାନ୍ତ ଓ କମଲ ଫିଲ୍ମ କରିବାକୁ ହଁ ମଧ୍ୟ କରିଦେଇଛନ୍ତି। ଏମାନେ ଶେଷଥର ପାଇଁ ହିନ୍ଦୀ ଫିଲ୍ମ ଗିରଫତାର୍‌ରେ ଏକାଠି ନଜର ଆସିଥିଲେ। ଏହି ଫିଲ୍ମରେ ଭାରତୀୟ ସିନେମାର ତିନିଜଣ ବଡ଼ ବଡ଼ କଳାକାର ଏକାଠି କାମ କରିଥିଲେ। ରଜନୀକାନ୍ତ ଓ କମଲ୍‌ ହାସନ୍‌ଙ୍କ ବ୍ୟତୀତ ବିବଗ୍‌ ବିଅମିତାଭ ବଚ୍ଚନ ମଧ୍ୟ ଏଥିରେ ଥିଲେ।

Advertisment

ସୂଚନାଯୋଗ୍ୟ କମଲ୍‌ ଏବେ ଇଣ୍ଡିଆନ୍‌ ୨’ ଫିଲ୍ମର ଶୁଟିଂରେ ବ୍ୟସ୍ତ ଅଛନ୍ତି। ଅନ୍ୟପଟେ ରଜନୀକାନ୍ତ ତାଙ୍କ ଅପକମିଂ ଫିଲ୍ମ ଦରବାର୍ର ଶୁଟିଂ ଶେଷ କରିଦେଇଛନ୍ତି। ଏହି ଫିଲ୍ମ ଆସନ୍ତା ବର୍ଷ ଜାନୁଆରୀ ୧୫ରେ ରିଲିଜ୍‌ ହେବ। ସୁପରଷ୍ଚାର ରଜନୀକାନ୍ତଙ୍କୁ ଆସନ୍ତା ୧୨ ତାରିଖରେ ୬୮ ବର୍ଷର ହୋଇଯିବେ। ଏହି ଅବସରରେ ତାଙ୍କ ଫ୍ୟାନ୍‌ମାନେ ୭୦ ଦିନ ଧରି ଜନ୍ମଦିନ ପାଳିବେ ଓ ଏହାର ସେଲିବ୍ରେସନ୍‌ ଆରମ୍ଭ ମଧ୍ୟ କରିସାରିଲେଣି। ଗତ ଗୁରୁବାର ଫ୍ୟାନ୍‌ମାନେ ମନ୍ଦିର ଯାଇ ତାଙ୍କ ଦୀର୍ଘ ଆୟୁ ପାଇଁ ପ୍ରାର୍ଥନା କରିଛନ୍ତି। ପ୍ରଶଂସକ ଆଶା ରଖିଛନ୍ତି ୨୦୨୧ରେ ରଜନୀକାନ୍ତ ତାମିଲନାଡ଼ୁର ମୁଖ୍ୟମନ୍ତ୍ରୀ ହେବେ।