Advertisment

ପୁଣି ବିବାହ କରିବେ କାମ୍ୟା

ମୁମ୍ବାଇ : ଛୋଟ ପରଦାର ଲୋକପ୍ରିୟ ଅଭିନେତ୍ରୀ କାମ୍ୟା ପଞ୍ଜାବୀ ପୁଣିଥରେ ବିବାହ ବନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି। କାମ୍ୟା ତାଙ୍କ ପୁରୁଷ ବନ୍ଧୁ ସଲଭ ଡ଼ାଙ୍ଗଙ୍କ ସହ ବିବାହ କରିବାକୁ ଯାଉଛନ୍ତି। ଦ୍ୱିତୀୟ ଥର ପାଇଁ ସେ ବିବାହ କରୁଛନ୍ତି। ଛାଡ଼ପତ୍ର ଦେବାର ୭ ବର୍ଷ ପରେ ଦ୍ୱିତୀୟ ବିବାହ କରୁଥିବାର କାମ୍ୟା ନର୍ଭସ ଅଛନ୍ତି ବୋଲି କହିଛନ୍ତି। ଖଳନାୟିକା ଚରିତ୍ର ପାଇଁ ବେଶ୍‌ ଜଣାଶୁଣା କାମ୍ୟା। ବିଗ୍‌ ବସ୍‌ ସିଜିନ୍‌-୭ରେ ନଜର ଆସିବା ପରେ ତାଙ୍କ […]

ପୁଣି ବିବାହ କରିବେ କାମ୍ୟା

kamya-p

Advertisment

ମୁମ୍ବାଇ : ଛୋଟ ପରଦାର ଲୋକପ୍ରିୟ ଅଭିନେତ୍ରୀ କାମ୍ୟା ପଞ୍ଜାବୀ ପୁଣିଥରେ ବିବାହ ବନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି। କାମ୍ୟା ତାଙ୍କ ପୁରୁଷ ବନ୍ଧୁ ସଲଭ ଡ଼ାଙ୍ଗଙ୍କ ସହ ବିବାହ କରିବାକୁ ଯାଉଛନ୍ତି। ଦ୍ୱିତୀୟ ଥର ପାଇଁ ସେ ବିବାହ କରୁଛନ୍ତି। ଛାଡ଼ପତ୍ର ଦେବାର ୭ ବର୍ଷ ପରେ ଦ୍ୱିତୀୟ ବିବାହ କରୁଥିବାର କାମ୍ୟା ନର୍ଭସ ଅଛନ୍ତି ବୋଲି କହିଛନ୍ତି।

Advertisment

ଖଳନାୟିକା ଚରିତ୍ର ପାଇଁ ବେଶ୍‌ ଜଣାଶୁଣା କାମ୍ୟା। ବିଗ୍‌ ବସ୍‌ ସିଜିନ୍‌-୭ରେ ନଜର ଆସିବା ପରେ ତାଙ୍କ ଲୋକପ୍ରିୟତା ବଢ଼ିଯାଇଥିଲା। ପ୍ରଥମ ବିବାହ ୨୦୧୩ରେ ଭାଙ୍ଗିବା ପରେ ସେ ଏକଦମ୍‌ ଏକା ହୋଇଯାଇଥିଲେ। ବିବାହ ଉପରୁ ଭରସା ତୁଟିଯାଇଥିବା ବେଳେ ଏବେ ସେ ନିଜକୁ ବହୁତ କଷ୍ଟରେ ବିବାହ ପାଇଁ ପ୍ରସ୍ତୁତ କରେଇ ପାରିଛନ୍ତି।

publive-imageବମ୍ବେ ଟାଇମ୍ସକୁ ସାକ୍ଷତକାର ଦେଇ କାମ୍ୟା କହିଛନ୍ତି, ସଲଭଙ୍କ ସହ ଚଳିତ ବର୍ଷ ଫେବୃଆରୀରେ ମୋର ଦେଖା ହୋଇଥିଲା। ସ୍ୱାସ୍ଥ୍ୟ ସମସ୍ୟା ନେଇ ମୋର ଜଣେ ବନ୍ଧୁ ସଲଭଙ୍କୁ ଭେଟିବାକୁ ମୋତେ  ପରାମର୍ଶ ଦେଇଥିଲେ। ଏହାପରେ ଆମେ ଦୁହେଁ କଥା ହୋଇଥିଲୁ। କିଛି ଦିନ କଥା ହେବା ପରେ ସେ ମୋତେ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ। କିନ୍ତୁ ମୋର ପ୍ରଥମ ବିବାହ ଭାଙ୍ଗିବା ପରେ ମୁଁ ବିବାହ କରିବାକୁ ରାଜି ନ ଥିଲି। ବିବାହ ଉପରୁ ମୋର ବିଶ୍ୱାସ ତୁଟି ଯାଇଥିବା ବେଳେ ସଲଭ ମୋତେ ପୁଣି ଥରେ ବିବାହ ଉପରେ ବିଶ୍ୱାସ କରିବାକୁ ବାଧ୍ୟ କରିଥିଲେ। ଆମେ ଦୁହେଁ ଆସନ୍ତା ବର୍ଷ ବିବାହ କରିବାକୁ ଯାଉଛୁ ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe