Advertisment

ଜାଭେଦ ଅଖତରଙ୍କ ବିରୋଧରେ ଏମିତି ଅଭିଯୋଗ ଆଣିଲେ କଙ୍ଗନା

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା କରିବା ପରେ ବଲିଉଡ୍‌ରେ ପ୍ରିୟାପ୍ରୀତି ତୋଷଣକୁ ନେଇ ଜୋରସୋର ଆଲୋଚନା ହେଉଛି। କୁହାଯାଉଛି, ଏହି ପ୍ରିୟାପ୍ରୀତି ତୋଷଣ ଓ କିଛି ନିର୍ଦ୍ଦିଷ୍ଟ ପ୍ରଯୋଜନା ସଂସ୍ଥାଙ୍କ ବୟକଟ ଯୋଗୁ ଚାପଗ୍ରସ୍ତ ହୋଇ ସୁଶାନ୍ତ ଆତ୍ମହତ୍ୟା କରିଛନ୍ତି। ଯେଉଁମାନେ ଏଭଳି ଯୁକ୍ତି ବାଢ଼ିଛନ୍ତି, ସେମାନଙ୍କ ମଧ୍ୟରେ ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରଣାୱତ ମଧ୍ୟ ଅଛନ୍ତି। ସେ ତ କହୁଛନ୍ତି, ଏହା ଆତ୍ମହତ୍ୟା ନୁହେଁ, ଯୋଜନାବଦ୍ଧ ହତ୍ୟା। ପ୍ରଥମ ଦିନରୁ ଏ କଥା […]

author-image
Biswobandita Swain
ଜାଭେଦ ଅଖତରଙ୍କ ବିରୋଧରେ ଏମିତି ଅଭିଯୋଗ ଆଣିଲେ କଙ୍ଗନା

javed

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା କରିବା ପରେ ବଲିଉଡ୍‌ରେ ପ୍ରିୟାପ୍ରୀତି ତୋଷଣକୁ ନେଇ ଜୋରସୋର ଆଲୋଚନା ହେଉଛି। କୁହାଯାଉଛି, ଏହି ପ୍ରିୟାପ୍ରୀତି ତୋଷଣ ଓ କିଛି ନିର୍ଦ୍ଦିଷ୍ଟ ପ୍ରଯୋଜନା ସଂସ୍ଥାଙ୍କ ବୟକଟ ଯୋଗୁ ଚାପଗ୍ରସ୍ତ ହୋଇ ସୁଶାନ୍ତ ଆତ୍ମହତ୍ୟା କରିଛନ୍ତି। ଯେଉଁମାନେ ଏଭଳି ଯୁକ୍ତି ବାଢ଼ିଛନ୍ତି, ସେମାନଙ୍କ ମଧ୍ୟରେ ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରଣାୱତ ମଧ୍ୟ ଅଛନ୍ତି। ସେ ତ କହୁଛନ୍ତି, ଏହା ଆତ୍ମହତ୍ୟା ନୁହେଁ, ଯୋଜନାବଦ୍ଧ ହତ୍ୟା। ପ୍ରଥମ ଦିନରୁ ଏ କଥା କହି ଆସୁଥିବା କଙ୍ଗନା ଏବେ ଏକ ନୂଆ ତଥା ଚାଞ୍ଚଲ୍ୟକର କଥା କହିଛନ୍ତି। ଏହି କଥାଟି ତାଙ୍କ ସଂପର୍କରେ। ଥରେ ବଲିଉଡ୍‌ର ପ୍ରଖ୍ୟାତ ଗୀତିକାର ଜାଭେଦ ଅଖତର ତାଙ୍କୁ କହିଥିଲେ ଯେ ସେ (କଙ୍ଗନା) ଆତ୍ମହତ୍ୟା କରିଦେବେ।

Advertisment

କଙ୍ଗନା କହିଛନ୍ତି,‘ଥରେ ଜାଭେଦ ଅଖତର ମୋତେ ତାଙ୍କ ଘରକୁ ଡାକି କହିଥିଲେ ଯେ ରାକେଶ ରୋଶନ ଓ ତାଙ୍କ ପରିବାରର ସଦସ୍ୟମାନେ ବହୁତ ବଡ଼ ଲୋକେ। ଯଦି ତୁମେ ସେମାନଙ୍କୁ କ୍ଷମା ନ ମାଗିବ, ତା’ହେଲେ କେଉଁଠି ବି ରହି ପାରିବ ନାହିଁ। ସେମାନେ ତୁମକୁ ଜେଲ୍‌ରେ ପୂରାଇ ଦେବେ। ତୁମେ ବର୍‌ବାଦ୍ ହୋଇଯିବ। ତୁମ ପାଖରେ ଆଉ କୌଣସି ଉପାୟ ରହିବ ନାହିଁ। ତୁମେ ଆତ୍ମହତ୍ୟା କରିଦେବ।’

ସେ ଆହୁରି କହିଛନ୍ତି ଯେ ଜାଭେଦ ଅଖତର ମୋ ଉପରେ ଚିତ୍କାର କରିଥିଲେ ଓ ଗାଳି ବି କରିଥିଲେ। ତାଙ୍କ ଭଳି ଲୋକ ମୋତେ ଘରକୁ ଡାକି ଏମିତି କହିବେ ବୋଲି କେବେ ଆଶା କରି ନଥିଲି। ସୁଶାନ୍ତଙ୍କୁ ବି କିଛି ଲୋକ ଡାକି ଏମିତି କଥାବାର୍ତ୍ତା କରିଥିଲେ କି? ସେମାନେ ତାଙ୍କ ମୁଣ୍ଡରେ ଆତ୍ମହତ୍ୟା ଭଳି ବିଚାର ପୂରାଉ ନ ଥିଲେ ତ? ମୁଁ ଏ ବିଷୟରେ ନିଶ୍ଚିତ ନୁହେଁ। କିନ୍ତୁ ସୁଶାନ୍ତ ଏଭଳି କିଛି ସ୍ଥିତିରେ ଥିଲେ।

Advertisment

କଙ୍ଗନା କହିଛନ୍ତି ଯେ ସୁଶାନ୍ତ ଆଦୌ ତାଙ୍କ ଭଳି ନଥିଲେ। ସେ ଯେତେବେଳେ ଯାହା ମନ ହୁଏ କହି ଦିଅନ୍ତି। କିନ୍ତୁ ସୁଶାନ୍ତ ନିଜ କଥାକୁ ନିଜ ଭିତରେ ଚାପି ରଖନ୍ତି।