Advertisment

ରାମ ମନ୍ଦିରକୁ ନେଇ ଫିଲ୍ମ ନିର୍ମାଣ କରିବେ କଙ୍ଗନା, ନାଁ ରହିଛି ‘ଅପରାଜିତ ଅଯୋଧ୍ୟା’

ମୁମ୍ୱାଇ : ଚତ୍ମକାର ଅଭିନୟ ପାଇଁ ଲୋକପ୍ରିୟତା ହାସଲ କରିଥିବା ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାୱତ୍‌ କେଉଁ ଫିଲ୍ମରେ ଅଭିନୟ କରିବେ, ତାହା ନିଜେ ହିଁ ଚୟନ କରିଥା’ନ୍ତି। ଅଯୋଧ୍ୟା ମାମଲା ତାଙ୍କ ବ୍ୟକ୍ତିଗତ ଜୀବନ ଯାତ୍ରା ସହିତ ମଧ୍ୟ ମେଳ ଖାଉଥିବାରୁ  ଏବେ  ରାମ ମନ୍ଦିର ଉପରେ ଫିଲ୍ମ ନିର୍ମାଣ କରିବେ ବୋଲି ଘୋଷଣା କରିଛନ୍ତି କଙ୍ଗନା। ଏହି ଫିଲ୍ମର ନାମ ସେ ‘ଅପରାଜିତ ଅଯୋଧ୍ୟା’ ରଖିଛନ୍ତି। କଙ୍ଗନାଙ୍କ ପ୍ରଡକ୍ସନ୍ ହାଉସ୍‌ର ଏହା ହେଉଛି ପ୍ରଥମ […]

ଅଦ୍ୟତନ ହୋଇଛି
ରାମ ମନ୍ଦିରକୁ ନେଇ ଫିଲ୍ମ ନିର୍ମାଣ କରିବେ କଙ୍ଗନା, ନାଁ ରହିଛି ‘ଅପରାଜିତ ଅଯୋଧ୍ୟା’

kkkk

Advertisment

ମୁମ୍ୱାଇ : ଚତ୍ମକାର ଅଭିନୟ ପାଇଁ ଲୋକପ୍ରିୟତା ହାସଲ କରିଥିବା ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାୱତ୍‌ କେଉଁ ଫିଲ୍ମରେ ଅଭିନୟ କରିବେ, ତାହା ନିଜେ ହିଁ ଚୟନ କରିଥା’ନ୍ତି। ଅଯୋଧ୍ୟା ମାମଲା ତାଙ୍କ ବ୍ୟକ୍ତିଗତ ଜୀବନ ଯାତ୍ରା ସହିତ ମଧ୍ୟ ମେଳ ଖାଉଥିବାରୁ  ଏବେ  ରାମ ମନ୍ଦିର ଉପରେ ଫିଲ୍ମ ନିର୍ମାଣ କରିବେ ବୋଲି ଘୋଷଣା କରିଛନ୍ତି କଙ୍ଗନା। ଏହି ଫିଲ୍ମର ନାମ ସେ ‘ଅପରାଜିତ ଅଯୋଧ୍ୟା’ ରଖିଛନ୍ତି।

Advertisment

କଙ୍ଗନାଙ୍କ ପ୍ରଡକ୍ସନ୍ ହାଉସ୍‌ର ଏହା ହେଉଛି ପ୍ରଥମ ଫିଲ୍ମ। ଆସନ୍ତା ବର୍ଷ ଫିଲ୍ମର ଶୁଟିଂ ଆରମ୍ଭ ହେବ ଏବଂ ବାହୁବଳୀ ସିରିଜ୍‌ର ନିର୍ମାତା କେବି ବିଜୟେନ୍ଦ୍ର ପ୍ରସାଦ ଏହାର ନିର୍ଦ୍ଦେଶନା ଭାର ଗ୍ରହଣ କରିବେ।

ଏହି ଫିଲ୍ମକୁ ନେଇ କଙ୍ଗନା କହିଛନ୍ତି, ‘ଶହ ଶହ ବର୍ଷର ଚର୍ଚ୍ଚିତ ବିଷୟ ହେଉଛି ରାମ ମନ୍ଦିର। ୮୦ ଦଶକରେ ଜନ୍ମ ହେବା ପରେ ମୁଁ ଅଯୋଧ୍ୟା ବିଷୟରେ କେବଳ ନେଗେଟିଭ୍‌ କଥା ଶୁଣି ହିଁ ବଡ଼ ହୋଇଛି। ଏହି ମାମଲା ଭାରତୀୟ ରାଜନୀତିର ଚେହେରା ବଦଳାଇ ଦେଇଥିଲା ଏବଂ ଏହାର ନିଷ୍କର୍ସ  ଭାରତରେ ଲାଗିରହିଥିବା ବହୁବର୍ଷ ପୁରୁଣା ବିବାଦକୁ ସମାପ୍ତ କରିଛି। ଗୋଟିଏ ପକ୍ଷରୁ ଦେଖିଲେ ଏହି ମାମଲା  ଜୀବନ ଯାତ୍ରା ସହିତ ମଧ୍ୟ ମେଳ ଖାଉଛି। ଏଥିପାଇଁ ମୁଁ ନିଷ୍ପତ୍ତି ନେଇଛି ମୋ ପ୍ରଡକ୍ସନ୍‌ ହାଉସ୍‌ରେ ରାମମନ୍ଦିର ଏକ ଭଲ ବିଷୟ ହେବ।’

Advertisment

ସୂଚନାଯୋଗ୍ୟ, ବର୍ତ୍ତମାନ କଙ୍ଗନାଙ୍କ ଫିଲ୍ମ ‘ଥଲାଇଭି’ର ଫାଷ୍ଟ୍‌ ଲୁକ୍‌ର ଟିଜର୍‌ ରିଲିଜ୍‌ ହୋଇଛି। ଫିଲ୍ମଟି ତାମିଲନାଡୁର ଦିବଙ୍ଗତ ପୂର୍ବ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ଜୀବନକୁ ନେଇ ଆଧାରିତ ହୋଇଛି। ଫିଲ୍ମରେ କଙ୍ଗନା ଜୟଲଳିତାଙ୍କ ଭୂମିକାରେ ଅଭିନୟ କରିଛନ୍ତି। ୨୬ ଜୁନ୍‌ ୨୦୨୦ରେ ‘ଥଲାଇଭି’ ରିଲିଜ୍‌ ହେବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe