Advertisment

ଅଡ଼ୁଆରେ କଙ୍ଗନା ଏବଂ ରଙ୍ଗୋଲି : ୧୦ରେ ପଚରାଉଚରା କରିବ ମୁମ୍ବାଇ ପୁଲିସ୍

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାନାୱତ ଏବଂ ତାଙ୍କ ଭଉଣୀ ରଙ୍ଗୋଲି ଚାନ୍ଦେଲ ସୋଶାଲ୍‌ ମିଡିଆରେ ପ୍ରାୟ ସମୟରେ ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ରୁହନ୍ତି। ଏହି କାରଣରୁ ଅନେକ ଥର ଉଭୟଙ୍କୁ ଅସୁବିଧାର ମଧ୍ୟ ସମ୍ମୁଖୀନ ହେବାକୁ ପଡ଼େ। କିଛି ଦିନ ପୂର୍ବରୁ ଉଭୟଙ୍କ ବିରୋଧରେ ଧାର୍ମିକ ଭାବନାକୁ ଭଡ଼କେଇବା ଭଳି ବୟାନବାଜି ଦେବା ମାମଲାରେ ମୁମ୍ବାଇ ପୁଲିସ୍ ପକ୍ଷରୁ ଏକ ଏଫଆଇଆର ଦାଖଲ କରାଯାଇଥିଲା। ବର୍ତ୍ତମାନ ମୁମ୍ବାଇ ପୁଲିସ୍ ଉଭୟ ଭଉଣୀଙ୍କୁ ଏ ବାବଦରେ […]

author-image
Chinmayee Roy
ଅଦ୍ୟତନ ହୋଇଛି
କଙ୍ଗନା ରଣାଓ୍ୱତଙ୍କୁ ପୁଣି ସମନ୍ କଲା ମୁମ୍ୱାଇ ପୁଲିସ୍

kangna

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାନାୱତ ଏବଂ ତାଙ୍କ ଭଉଣୀ ରଙ୍ଗୋଲି ଚାନ୍ଦେଲ ସୋଶାଲ୍‌ ମିଡିଆରେ ପ୍ରାୟ ସମୟରେ ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ରୁହନ୍ତି। ଏହି କାରଣରୁ ଅନେକ ଥର ଉଭୟଙ୍କୁ ଅସୁବିଧାର ମଧ୍ୟ ସମ୍ମୁଖୀନ ହେବାକୁ ପଡ଼େ। କିଛି ଦିନ ପୂର୍ବରୁ ଉଭୟଙ୍କ ବିରୋଧରେ ଧାର୍ମିକ ଭାବନାକୁ ଭଡ଼କେଇବା ଭଳି ବୟାନବାଜି ଦେବା ମାମଲାରେ ମୁମ୍ବାଇ ପୁଲିସ୍ ପକ୍ଷରୁ ଏକ ଏଫଆଇଆର ଦାଖଲ କରାଯାଇଥିଲା। ବର୍ତ୍ତମାନ ମୁମ୍ବାଇ ପୁଲିସ୍ ଉଭୟ ଭଉଣୀଙ୍କୁ ଏ ବାବଦରେ ପଚରାଉଚରା ପାଇଁ ଡକାଇଛି।

Advertisment

https://twitter.com/ANI/status/1323525865204977665?s=20

ନଭେମ୍ବର ୧୦ରେ ମୁମ୍ବାଇ ପୁଲିସ୍ ଉଭୟ ଭଉଣୀଙ୍କୁ ପଚରାଉଚରା ପାଇଁ ସମନ କରିଛି। ଏହାପୂର୍ବରୁ ମଧ୍ୟ ଉଭୟଙ୍କୁ ନୋଟିସ୍ ପଠାଯାଇଥିଲା, କିନ୍ତୁ କଙ୍ଗନା କହିଥିଲେ ଯେ ଘରେ ବାହାଘର ଥିବାରୁ ସେମାନେ ସେମାନଙ୍କ ଉପସ୍ଥିତି ପଞ୍ଜିକରଣ କରିପାରିବେ ନାହିଁ। ବର୍ତ୍ତମାନ ଅଭିନେତ୍ରୀଙ୍କୁ ପଚରାଉଚରା ପାଇଁ ବାନ୍ଦ୍ରା ପୁଲିସ୍ ଏକ ନୂଆ ତାରିଖ ପାଇଛି। ଏହି ଆବେଦନରେ କଙ୍ଗନା ଧାର୍ମିକ ଭାବନାକୁ ଭଡ଼କାଇବା, କଳାକାରମାନଙ୍କୁ ହିନ୍ଦୁ-ମୁସଲମାନରେ ବିଭକ୍ତ କରିବା ଏବଂ ସାମାଜିକ ଏକତାକୁ ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି।

https://twitter.com/KanganaTeam/status/1323194561380806657?s=20

ସୂଚନାଯୋଗ୍ୟ, କିଛି ଦିନ ପୂର୍ବରୁ କଙ୍ଗନାଙ୍କ ଭାଇ କରଣଙ୍କ ବାହାଘର ହୋଇଥିଲା ଏବଂ ଶୀଘ୍ର କଙ୍ଗନାଙ୍କ ଆଉଜଣେ ଭାଇ ଅକ୍ଷତ ମଧ୍ୟ ବିବାହ କରିବାକୁ ଯାଉଛନ୍ତି। ଏହି ଅବସରରେ ସେ ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ଏବଂ କେନ୍ଦ୍ର ମନ୍ତ୍ରୀ ମହେନ୍ଦ୍ର ସିଂ ଠାକୁରଙ୍କୁ ଭେଟି ଭାଇଙ୍କ ବିବାହ ଉତ୍ସବରେ ଯୋଗଦେବାକୁ ନିମନ୍ତ୍ରଣ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କୁ ବାହାଘର କାର୍ଡ଼ ଦେବାବେଳେଳର କିଛି ଚିତ୍ର କଙ୍ଗନା ନିଜ ଟ୍ୱିଟରରେ ମଧ୍ୟ ଶେଆର୍‌ କରିଛନ୍ତି।

Advertisment