Advertisment

ଏଥର ବାଇଡେନଙ୍କୁ ଟାର୍ଗେଟ୍ କଲେ କଙ୍ଗନା

ମୁମ୍ବାଇ: ଆମେରିକା ନିର୍ବାଚନ ଉପରେ ସାରା ଦୁନିଆର ନଜର ଥିଲା। ବିଶେଷ କରି ଭାରତୀୟମାନେ ନିର୍ବାଚନର ଫଳାଫଳକୁ ନେଇ ବେଶ ଉତ୍ସାହିତ ଥିବାର ଦେଖିବାକୁ ମିଳିଥିଲା। ତେବେ ସବୁ କଳ୍ପନାଜଳ୍ପନାକୁ ପଛରେ ପକାଇ ଜୋଏ ବାଇଡେନ୍ ଆମେରିକାର ନୂଆ ରାଷ୍ଟ୍ରପତି ଭାବେ ଦାୟିତ୍ୱ ନେଇଛନ୍ତି ଏବଂ ଡୋନାଲ୍ଡ ଟ୍ରମ୍ପଙ୍କୁ ହ୍ୱାଇଟହାଉସକୁ ବାଏ ବାଏ କହିବାକୁ ପଡ଼ିଛି। ଏତେ ବଡ଼ ପ୍ରସଙ୍ଗ ଆଉ ବଲିଉଡର କୁଇନ୍ କଙ୍ଗନା ରଣାଓ୍ୱତ ଚୁପ୍ ବସିବେ କିପରି! ସବୁଥର ଭଳି ଏହି ପ୍ରସଙ୍ଗରେ […]

ଅଦ୍ୟତନ ହୋଇଛି
କଙ୍ଗନାଙ୍କ ନାଁରେ ଥାନାରେ ଏଫ୍‌ଆଇଆର୍‌

kangana

Advertisment

ମୁମ୍ବାଇ: ଆମେରିକା ନିର୍ବାଚନ ଉପରେ ସାରା ଦୁନିଆର ନଜର ଥିଲା। ବିଶେଷ କରି ଭାରତୀୟମାନେ ନିର୍ବାଚନର ଫଳାଫଳକୁ ନେଇ ବେଶ ଉତ୍ସାହିତ ଥିବାର ଦେଖିବାକୁ ମିଳିଥିଲା। ତେବେ ସବୁ କଳ୍ପନାଜଳ୍ପନାକୁ ପଛରେ ପକାଇ ଜୋଏ ବାଇଡେନ୍ ଆମେରିକାର ନୂଆ ରାଷ୍ଟ୍ରପତି ଭାବେ ଦାୟିତ୍ୱ ନେଇଛନ୍ତି ଏବଂ ଡୋନାଲ୍ଡ ଟ୍ରମ୍ପଙ୍କୁ ହ୍ୱାଇଟହାଉସକୁ ବାଏ ବାଏ କହିବାକୁ ପଡ଼ିଛି। ଏତେ ବଡ଼ ପ୍ରସଙ୍ଗ ଆଉ ବଲିଉଡର କୁଇନ୍ କଙ୍ଗନା ରଣାଓ୍ୱତ ଚୁପ୍ ବସିବେ କିପରି! ସବୁଥର ଭଳି ଏହି ପ୍ରସଙ୍ଗରେ ମଧ୍ୟ କଙ୍ଗନା ନିଜ ପ୍ରତିକ୍ରିୟା ଦେଇ ଚର୍ଚ୍ଚାରେ ରହିଛନ୍ତି।

Advertisment

ଆମେରିକା ନୂଆ ରାଷ୍ଟ୍ରପତି ଜୋଏ ବାଇଡେନଙ୍କୁ କଡ଼ା ସମାଲୋଚନ କରିଛନ୍ତି କଙ୍ଗନା। ସେ ବାଇଡେନଙ୍କୁ 'ଗଜନୀ' ବୋଲି କହିଛନ୍ତି। ସେ ଏକ ଟ୍ୱିଟରେ ଲେଖିଛନ୍ତି, ଗଜନୀ ବାଇଡେନଙ୍କୁ ନେଇ ମୁଁ ନିଶ୍ଚିତ ହୋଇପାରୁନି। କାରଣ ଯାହାଙ୍କ ଡାଟା ପ୍ରତି 5 ମିନିଟରେ କ୍ରାଶ୍ ହୋଇଯାଇଥାଏ। ଏତେ ମାତ୍ରାରେ ଔଷଧ ଯାହାଙ୍କୁ ଦିଆଯାଇଛି, ସେ 1 ବର୍ଷରୁ ଅଧିକ ତିଷ୍ଠି ପାରିବେନି ବୋଲି କଙ୍ଗନା ଲେଖିଛନ୍ତି।

ତେବେ ଆମେରିକାର ଉପରାଷ୍ଟ୍ରପତି କମଲା ହେରିସଙ୍କୁ କିନ୍ତୁ କଙ୍ଗନା ଶୁଭେଚ୍ଛା ଜଣାଇଛନ୍ତି। ସେ ଲେଖିଛନ୍ତି, କମଲା ହେରିସ ହିଁ ଆଗକୁ ଶୋ' ଜାରି ରଖିବେ। ଯେତେବେଳେ ଜଣେ ମହିଳା ଆଗକୁ ବଢ଼ିଥାନ୍ତି, ସେତେବେଳେ ସେ ଅନ୍ୟ ମହିଳାମାନଙ୍କ ପାଇଁ ମଧ୍ୟ ରାସ୍ତା ତିଆରି କରନ୍ତି। ଏହାକୁ ଐତିହାସିକ ଦିନ ବୋଲି କହି କଙ୍ଗନା ଭାରତୀୟ ବଂଶୋଦ୍ଭବ କମଲା ହେରିସଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Advertisment

ଏଠାରେ କହି ରଖୁଛୁ ଯେ, ବାଇଡେନଙ୍କ ସ୍ମରଣ ଶକ୍ତିକୁ ନେଇ କଙ୍ଗନା ତାଙ୍କୁ ଗଜନୀ କହିଛନ୍ତି। ଫିଲ୍ମ ଗଜନୀରେ ଆମୀର ଖାନଙ୍କ ଭଳି ପ୍ରତି କ୍ଷଣ ସବୁକିଛି ଭୁଲିବା ଭଳି ବାଇଡେନଙ୍କ ବ୍ୟକ୍ତିତ୍ୱ ବୋଲି କଙ୍ଗନା କହିଛନ୍ତି।

US Election Kangana Ranaut Joe Biden
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe