/odisha-reporter/media/post_attachments/uploads/2020/04/kanga.jpg)
kanga
ମୁମ୍ବାଇ: ପୁଣି ଚର୍ଚ୍ଚାରେ ଅଭିନେତ୍ରୀ କଙ୍ଗନା ରାନାୱତ୍। ଭଉଣୀ ରଙ୍ଗୋଲି ଚାନ୍ଦେଲଙ୍କ ସମର୍ଥନରେ ସେ ପୁଣିଥରେ ଆଗକୁ ଆସିଛନ୍ତି। ମୁରାଦାବାଦରେ ଡାକ୍ତରଙ୍କ ଉପରେ ହୋଇଥିବା ଆକ୍ରମଣକୁ ନେଇ ରଙ୍ଗୋଲି ଏକ ବିବାଦୀୟ ଟ୍ୱିଟ୍ କରିଥିଲେ। ଯେଉଁଥିପାଇଁ ତାଙ୍କ ଟ୍ୱିଟର ଆକାଉଣ୍ଟକୁ ନିଲମ୍ବନ କରି ଦିଆଯାଇଛି।
ଯାହାକୁ ନେଇ କଙ୍ଗନା କହିଛନ୍ତି, ମୋ ଭଉଣୀ ରଙ୍ଗୋଲି କହିଥିଲେ ଯେ ଯେଉଁମାନେ ଡାକ୍ତର ଓ ପୁଲିସଙ୍କ ଉପରେ ଆକ୍ରମଣ କରିଛନ୍ତି, ସେମାନଙ୍କୁ ଗୁଳି କରି ମାରିଦେବା ଉଚିତ। ଲୋକମାନେ ତାଙ୍କ କଥାକୁ ଭୁଲ ଅର୍ଥରେ ନେଉଛନ୍ତି। ଲୋକ ରଙ୍ଗୋଲିଙ୍କ ଟ୍ୱିଟରେ ସବୁ ମୁସଲମାନଙ୍କୁ ମାରିଦେବା କଥା କୁହାଯାଇଥିଲା ବୋଲି କହୁଛନ୍ତି। କିନ୍ତୁ କିଛି ଲୋକଙ୍କ ପାଇଁ ଆମେ ସବୁ ମୁସଲମାନଙ୍କୁ ଦୋଷ ଦେବୁନି। ସେମାନେ ରଙ୍ଗୋଲିଙ୍କ କଥାକୁ ଭୁଲ୍ ଅର୍ଥରେ ନେଇଛନ୍ତି। ଯଦି ମୋ ଭଉଣୀଙ୍କ ଟ୍ୱିଟ୍ରେ ସେମିତି କିଛି ଥିବ, ତେବେ ଆମେ କ୍ଷମା ମାଗିବୁ।
ଏଥିସହ କଙ୍ଗନା କହିଛନ୍ତି, ଟ୍ୱିଟର ଆମମାନଙ୍କ ଟ୍ୱିଟକୁ ନେଇ କୋଟି କୋଟି ଟଙ୍କା ଆଦାୟ କରୁଛି। ସମସ୍ତଙ୍କର କହିବାର ଅଧିକାର ଅଛି। ତେବେ ଏଥିପାଇଁ ଏମିତି ଯଦି ନିଲମ୍ବନ କରାଯାଉଛି, ତେବେ ଆମକୁ ନିଜର ପ୍ଲାଟଫର୍ମ ଆରମ୍ଭ କରିବା ଦରକାର।
ସୂଚନାଯୋଗ୍ୟ, ରଙ୍ଗୋଲିଙ୍କ ଟ୍ୱିଟ୍ ପରେ କିଛି ସେଲେବ୍ରିଟି ଓ ୟୁଜର୍ ତାଙ୍କ ଆକାଉଣ୍ଟ ରଦ୍ଦ କରିବାକୁ କହିଥିଲେ। ବିଶିଷ୍ଟ ଅଳଙ୍କାର ଡିଜାଇନର୍, ନିର୍ଦ୍ଦେଶକ ତଥା ଅଭିନେତା ଫରହା ଖାନ୍ ଅଲୀ ରଙ୍ଗୋଲିଙ୍କ ମନ୍ତବ୍ୟ ପରେ ଅସନ୍ତୋଷ ବ୍ୟକ୍ତ କରିଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
