Advertisment

ବଲିଉଡ ବିରୋଧରେ ପୁଣି ବିଷ ଓଗାରିଲେ କଙ୍ଗନା

ଦୀର୍ଘ ଦୁଇ ବର୍ଷ ପରେ କଙ୍ଗନାଙ୍କ ଟ୍ୱିଟର ଆକାଉଣ୍ଟ ରି-ଷ୍ଟୋର୍‌ ହୋଇଛି। ଏହାର ଦିନକ ପରେକଙ୍ଗନା ଲଗାତର ତିନୋଟି ଟ୍ୱିଟ୍‌ କରି ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରି ଉପରେ ଜୋରଦାର ବର୍ଷିଛନ୍ତି।

ଅଦ୍ୟତନ ହୋଇଛି
Kangana ranaut

Kangana ranaut

Advertisment

ବଲିଉଡ ବିରୋଧରେ ପୁଣି ବିଷ ଓଗାରିଲେ ପଙ୍ଗା କୁଇନ୍‌ କଙ୍ଗନା ରଣାଓ୍ୱତ। ଦୀର୍ଘ ଦିନ ପରେ ସେ ଟ୍ୱିଟର୍‌କୁ ଫେରିଛନ୍ତି। ଟ୍ୱିଟର ଆକାଉଣ୍ଟ ରି-ଷ୍ଟୋର ହେବା ପରେ ସେ ପୁଣି ଥରେ ଦେଖାଇଛନ୍ତି ନିଜ ରୁବାବ। ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରି ଉପରେ ସେ ଜୋରଦାର ବର୍ଷିଛନ୍ତି।

Advertisment

ଦୀର୍ଘ ଦୁଇ ବର୍ଷ ପରେ କଙ୍ଗନାଙ୍କ ଟ୍ୱିଟର ଆକାଉଣ୍ଟ ରି-ଷ୍ଟୋର୍‌ ହୋଇଛି। ଏହାର ଦିନକ ପରେ ଅର୍ଥାତ ବୁଧବାର କଙ୍ଗନା ଲଗାତର ତିନୋଟି ଟ୍ୱିଟ୍‌ କରିଛନ୍ତି। ସେ ଏହି ଟ୍ୱିଟ୍‌ ଜରିଆରେ ବଲିଉଡକୁ ଅଶୁଭ ବୋଲି କହିଛନ୍ତି।

Advertisment

କଙ୍ଗନା କହିଛନ୍ତି, 'ଯେତେବେଳେ ବି ମୁଁ କଳାକୁ ଦର୍ଶାଇବା ପାଇଁ କୌଣସି ପ୍ରୟାସ କରିବାକୁ ଚାହୁଁଛି, ସେତେବେଳେ ମୋ ମୁହଁ ଉପରକୁ ଟଙ୍କା ମାଡ଼ ହେଉଛି। ଯେପରି କଳାର ଟଙ୍କା ଛଡ଼ା ଆଉ କୌଣସି ଉଦ୍ଦେଶ୍ୟ ନାହିଁ। ଏଭଳି କରିବା ଦ୍ୱାରା ସେମାନେ କେତେ ତଳସ୍ତରକୁ ଖସିଛନ୍ତି ତା'ର ଖୁଲାସା ହେଉଛି।'

ଆଉ ଏକ ଟ୍ୱିଟ୍‌ରେ କଙ୍ଗନା କହିଛନ୍ତି, 'ପ୍ରାଚୀନ କାଳରେ କଳା ମନ୍ଦିରରେ ଫୁଟିଥିଲା ଏବଂ ପରେ ସାହିତ୍ୟ ଓ ଥିଏଟର ମାଧ୍ୟମରେ ଏହା ଧୀରେ ଧୀରେ ସିନେମା ଘରେ ପହଞ୍ଚିଲା ... ଏହା ନିଶ୍ଚିତ ଭାବରେ ଏକ ଶିଳ୍ପ, କିନ୍ତୁ ଏହାକୁ ବଡ ବଡ ବ୍ୟବସାୟୀଙ୍କ ଭଳି ଆର୍ଥିକ ଲାଭ ପାଇଁ ପ୍ରସ୍ତୁତ କରାଯାଇ ନାହିଁ। ସେଥିପାଇଁ କଳା ଓ କଳାକାରଙ୍କୁ ପୂଜା କରାଯାଏ, ଶିଳ୍ପପତି କିମ୍ବା କୋଟିପତିଙ୍କୁ ନୁହେଁ! ... '

ନିଜର ଅଭିନୟ ପାଇଁ ୪ଥର ଜାତୀୟ ଫିଲ୍ମ ପୁରସ୍କାର ପାଇଥିବା କଙ୍ଗନା ସବୁବେଳେ ସରକାରୀ ଦଳର ଓକିଲାତି କରି ଚର୍ଚ୍ଚାରେ ରହି ଆସୁଥିଲେ। ଗୋଟିଏ ଗଣମାଧ୍ୟମରେ ସେ ପ୍ରତିକ୍ରିୟା ଦେବା ବେଳେ କହିଥିଲେ ଯେ ୨୦୧୪ ପରେ ହିଁ ଦେଶକୁ ପ୍ରକୃତ ସ୍ୱାଧୀନତା ମିଳିଛି। ଏହାକୁ ନେଇ ବେଶ ବିବାଦ ସୃଷ୍ଟି ହୋଇଥିଲା।

୨୦୨୧ରେ ଏକାଧିକ ବିବଦୀୟ ପୋଷ୍ଟ ପାଇଁ ନିୟମ ଉଲ୍ଲଙ୍ଘନ କରିଥିବା ଅଭିଯୋଗରେ କମ୍ପାନୀ ପକ୍ଷରୁ ତାଙ୍କ ଆକାଉଣ୍ଟକୁ ସ୍ଥାୟୀ ଭାବେ ସସପେଣ୍ଡ କରି ଦିଆଯାଇଥିଲା। ଏହାକୁ ନେଇ କଙ୍ଗନା ଟ୍ୱିଟର ଉପରେ ପ୍ରବଳ ବର୍ଷିଥିଲେ। ହେଲେ ଏବେ ତାଙ୍କ ଆକାଉଣ୍ଟକୁ କମ୍ପାନୀ ରିଷ୍ଟୋର ବା ସଚଳ କରି ଦେଇଥିବାରୁ କଙ୍ଗନା ବେଶ ଉତ୍ସାହିତ ହୋଇ ପଡ଼ିଛନ୍ତି।

Bollywood News Kangana Ranaut
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe