Advertisment

ନୂଆବର୍ଷରେ ପୁରୀ ଆସି ଜଗନ୍ନାଥ ଦର୍ଶନ କରିବେ କଙ୍ଗନା!

ମୁମ୍ବାଇ: ନୂଆବର୍ଷରେ ଓଡ଼ିଶା ଆସିବେ ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ। ସେ ପୁରୀ ଆସି ଜଗନ୍ନାଥ ଦର୍ଶନ କରିବେ। ଏନେଇ ସେ ନିଜେ କହିଛନ୍ତି। ନୂଆବର୍ଷର ପ୍ଲାନିଂ ବିଷୟରେ ସେ ଟୁଇଟ କରି ତାଙ୍କ ଫ୍ୟାନ୍ସମାନଙ୍କୁ ଏହି ସୂଚନା ଦେଇଛନ୍ତି। ସୋଶାଲ ମିଡିଆରେ ସର୍ବଦା ଆକ୍ଟିଭ ରହୁଥିବା ବଲିଉଡର ପଙ୍ଗା କୁଇନ ନିକଟରେ ନୂଆବର୍ଷରେ ସେ କ’ଣ କରିବେ ଓ କେଉଁଠାକୁ ଯିବେ ସେ ନେଇ ସବୁ ଯୋଜନା କରିଛନ୍ତି। ମଙ୍ଗଳବାର ଟୁଇଟ କରି ସେ କହିଛନ୍ତି, […]

author-image
Madhupriya Mistry
ନୂଆବର୍ଷରେ ପୁରୀ ଆସି ଜଗନ୍ନାଥ ଦର୍ଶନ କରିବେ କଙ୍ଗନା!

kangana

ମୁମ୍ବାଇ: ନୂଆବର୍ଷରେ ଓଡ଼ିଶା ଆସିବେ ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ। ସେ ପୁରୀ ଆସି ଜଗନ୍ନାଥ ଦର୍ଶନ କରିବେ। ଏନେଇ ସେ ନିଜେ କହିଛନ୍ତି। ନୂଆବର୍ଷର ପ୍ଲାନିଂ ବିଷୟରେ ସେ ଟୁଇଟ କରି ତାଙ୍କ ଫ୍ୟାନ୍ସମାନଙ୍କୁ ଏହି ସୂଚନା ଦେଇଛନ୍ତି।

Advertisment

ସୋଶାଲ ମିଡିଆରେ ସର୍ବଦା ଆକ୍ଟିଭ ରହୁଥିବା ବଲିଉଡର ପଙ୍ଗା କୁଇନ ନିକଟରେ ନୂଆବର୍ଷରେ ସେ କ'ଣ କରିବେ ଓ କେଉଁଠାକୁ ଯିବେ ସେ ନେଇ ସବୁ ଯୋଜନା କରିଛନ୍ତି। ମଙ୍ଗଳବାର ଟୁଇଟ କରି ସେ କହିଛନ୍ତି, କିଛି ବର୍ଷ ତଳେ ମୁଁ ମୋ ମା'ଙ୍କ ସହ କାଶୀ ବିଶ୍ବନାଥଜୀଙ୍କ ଦର୍ଶନ କରିଥିଲି। ସେଠାରେ ମୁଁ ୭ଟି ଜ୍ୟୋର୍ତିଲିଙ୍ଗ ଦର୍ଶନ କରିଥିଲି। ଏବେ ନୂଆବର୍ଷରେ ମୁଁ କେଦାରନାଥ ଯାଇ ସେଠାରେ ଆଠଟି ଜ୍ୟୋର୍ତିଲିଙ୍ଗର ଦର୍ଶନ କରିବାକୁ ଚାହୁଁଛି। ଏଥିସହ ଓଡ଼ିଶାର ପୁରୀ ଜଗନ୍ନାଥ ଧାମ ଯିବା ପାଇଁ ମଧ୍ୟ ଚାହୁଁଛି ବୋଲି କଙ୍ଗନା ତାଙ୍କ ଟୁଇଟରେ କହିଛନ୍ତି।

Advertisment


ଏଥିସହ ସେ ତାଙ୍କର ଏବଂ ତାଙ୍କ ମା'ଙ୍କର ଏକ ଫଟୋ ଶେଆର କରି ନିଜ ପ୍ରଶଂସକଙ୍କୁ ତାଙ୍କ ନୂଆବର୍ଷ ପ୍ଲାନିଂ ବିଷୟରେ ପଚାରିଛନ୍ତି। ସୋଶାଲ ମିଡିଆରେ ନିଜ ମନ୍ତବ୍ୟକୁ ନେଇ ସର୍ବଦା ଚର୍ଚ୍ଚାରେ ରହୁଥିବା କଙ୍ଗନା ବେଶ ଧାର୍ମିକ ମନୋଭାବ ରଖନ୍ତି। ଏହାପୂର୍ବରୁ ଗତ କିଛି ଦିନ ତଳେ କଙ୍ଗନା ଏକ ମନ୍ଦିର ତୋଳିବା ପାଇଁ କହିଥିଲେ। ମା' ଦୁର୍ଗା ତାଙ୍କୁ ତାଙ୍କ ମନ୍ଦିର ତିଆରି କରିବା ପାଇଁ ଚୟନ କରିଥିବା ସେ ଟୁଇଟ କରି କହିଥିଲେ।

ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ବାୟୋପିକ 'ଥଲାଇଭି'ର ଶୁଟିଂ ନିକଟରେ ଶେଷ କରି କଙ୍ଗନା ମୁମ୍ବାଇ ଫେରିଛନ୍ତି। ଏଥିରେ କଙ୍ଗନା ଜୟଲଳିତାଙ୍କ ଭୂମିକାରେ ନଜର ଆସିବେ। ସେହିପରି କଙ୍ଗନା ତାଙ୍କର ଆଉ ଏକ ଆକ୍ସନ ଫିଲ୍ମ 'ଧାକଡ'ର ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଏହାବ୍ୟତୀତ ସେ ଫିଲ୍ମ 'ତେଜସ୍‌'ରେ ମଧ୍ୟ ନଜର ଆସିବେ। ଏଥିରେ ତାଙ୍କୁ ଜଣେ ପାଇଲଟ ଭୂମିକାରେ ଦେଖିବାକୁ ମିଳିବ।

Kangana Ranaut