Advertisment

ସୁଶାନ୍ତଙ୍କ ବିଷୟରେ କଙ୍ଗନାଙ୍କ ସହ ଏହି କଥା ଶେଆର କରିଛନ୍ତି ଅଙ୍କିତା

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ମାସେରୁ ଉର୍ଦ୍ଧ୍ୱ ସମୟ ବିତିଗଲାଣି। ପୁଲିସ୍‌ ତଦନ୍ତ ଜାରି ରଖିଛି। ସୁଶାନ୍ତଙ୍କ ମୃତ୍ୟୁକୁ ଏପର୍ଯ୍ୟନ୍ତ କିଛି ଲୋକ ଗ୍ରହଣ କରିପାରିନଥିବା ବେଳେସୁଶାନ୍ତ ଆତ୍ମହତ୍ୟା କରିନାହାନ୍ତି ତାଙ୍କର ହତ୍ୟା କରାଯାଇଛି କହି କିଛି ବଲିଉଡ୍‌ କଳାକାର ଏହାର ସିବିଆଇ ତଦନ୍ତ ହେଉ ବୋଲି ଦାବି କରିଛନ୍ତି। ତେବେ ସୁଶାନ୍ତ ମୃତ୍ୟୁ ପରେ ବଲିଉଡ୍‌ରେ ନେପୋଟିଜିମ୍‌ର ଶିକାର ହେଇ ସୁଶାନ୍ତ ଆତ୍ମହତ୍ୟା କରିଥିବା ନେଇ ଅଭିଯୋଗ କରୁଥିବା କଙ୍ଗନା ରଣାୱତ୍‌ […]

author-image
Biswobandita Swain
ସୁଶାନ୍ତଙ୍କ ବିଷୟରେ କଙ୍ଗନାଙ୍କ ସହ ଏହି କଥା ଶେଆର କରିଛନ୍ତି ଅଙ୍କିତା

kangna

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ମାସେରୁ ଉର୍ଦ୍ଧ୍ୱ ସମୟ ବିତିଗଲାଣି। ପୁଲିସ୍‌ ତଦନ୍ତ ଜାରି ରଖିଛି। ସୁଶାନ୍ତଙ୍କ ମୃତ୍ୟୁକୁ ଏପର୍ଯ୍ୟନ୍ତ କିଛି ଲୋକ ଗ୍ରହଣ କରିପାରିନଥିବା ବେଳେସୁଶାନ୍ତ ଆତ୍ମହତ୍ୟା କରିନାହାନ୍ତି ତାଙ୍କର ହତ୍ୟା କରାଯାଇଛି କହି କିଛି ବଲିଉଡ୍‌ କଳାକାର ଏହାର ସିବିଆଇ ତଦନ୍ତ ହେଉ ବୋଲି ଦାବି କରିଛନ୍ତି। ତେବେ ସୁଶାନ୍ତ ମୃତ୍ୟୁ ପରେ ବଲିଉଡ୍‌ରେ ନେପୋଟିଜିମ୍‌ର ଶିକାର ହେଇ ସୁଶାନ୍ତ ଆତ୍ମହତ୍ୟା କରିଥିବା ନେଇ ଅଭିଯୋଗ କରୁଥିବା କଙ୍ଗନା ରଣାୱତ୍‌ ସୁଶାନ୍ତଙ୍କୁ ନେଇ ଆଉ କିଛି ଖୁଲାସା କରିଛନ୍ତି।

Advertisment

କଙ୍ଗନା କହିଛନ୍ତି, ସୁଶାନ୍ତଙ୍କ ପୂର୍ବତନ‌ ପ୍ରେମିକା ଅଙ୍କିତା ତାଙ୍କୁ ଅନେକ ଥର ସୁଶାନ୍ତଙ୍କ ବିଷୟରେ କହିଛନ୍ତି। ସେ ତାଙ୍କୁ କହିଛନ୍ତି ଯେ, ବଲିଉଡ୍‌ରେ ସୁଶାନ୍ତଙ୍କୁ ସମସ୍ତେ ଭିନ୍ନ ନଜରରେ ଦେଖୁଥିଲେ। ତାଙ୍କୁ ଅପମାନିତ କରୁଥିଲେ।

publive-imageନିକଟରେ ଏକ ସାକ୍ଷାତକାରରେ କଙ୍ଗନା କହିଛନ୍ତି, ପ୍ରଥମରୁ ହିଁ ସୁଶାନ୍ତଙ୍କ ସହ ବଲିଉଡ୍‌ରେ ଭଲ ବ୍ୟବହାର କରାଯାଉନଥିଲା, ଯାହାକୁ ନେଇ ସେ ଖୁବ୍ ଚିନ୍ତାରେ ରହୁଥିଲେ ବୋଲି ତାଙ୍କୁ ଅଙ୍କିତା କହିଥିଲେ।

Advertisment

କଙ୍ଗନା ଆହୁରି କହିଛନ୍ତି, ସୁଶାନ୍ତ ବାରମ୍ବାର ଅଡିସନ୍‌ ଦେଇ, ବାରମ୍ବାର ରିଜେକ୍ଟ ହେବା ପରେ ବଲିଉଡ୍‌ରେ କାମ କରିବାର ସୁଯୋଗ ପାଇଥିଲେ।
ସୂଚନାଯୋଗ୍ୟ, ଜୁନ୍‌ ୧୪ ତାରିଖରେ ମୁମ୍ବାଇର ବାନ୍ଦ୍ରା ସ୍ଥିତ ବାସଭବନରେ ଫାଶୀ ଲଗାଇ ସୁଶାନ୍ତ ଆତ୍ମହତ୍ୟା କରିଥିଲେ। ଡିପ୍ରେସନ୍‌ ପାଇଁ ସୁଶାନ୍ତ ଆତ୍ମହତ୍ୟା କରିଥିବା ସନ୍ଦେହ ହେଉଛି।