Advertisment

ଏଥିପାଇଁ ଭଙ୍ଗା ଅଫିସରେ କାମ କରିବେ କଙ୍ଗନା...

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତଙ୍କୁ ନ୍ୟାୟ ଦେବା ଲାଗି ସର୍ବପ୍ରଥମେ ବଲିଉଡ୍ କୁଇନ୍ କଙ୍ଗନା ରଣାଓ୍ୱତ ନିଜ ସ୍ୱର ଶାଣିତ କରିଥିଲେ । ପରେ ପରିସ୍ଥିତି ଏପରି ହେଲା ଯେ, ଗୋଟିଏ ପଟେ ସୁଶାନ୍ତ ମୃତ୍ୟୁ ମାମଲାରେ ସିବିଆଇ, ଏନସିବି ଭଳି ତଦନ୍ତକାରୀ ସଂସ୍ଥା ଜୋରଦାର୍ ଖୋଳତାଡ଼ କରୁଥିବା ବେଳେ ଏପଟେ ମହାରାଷ୍ଟ୍ର ସରକାର ବନାମ କଙ୍ଗନା ରଣାଓ୍ୱତ ହାଇଭୋଲଟେଜ୍ ଡ୍ରାମା ମଧ୍ୟ ଥମିବାର ନାଁ ଧରୁନାହିଁ । ଏହାରି ଭିତରେ ନିଜର ଆହ୍ୱାନ କ୍ରମେ କେନ୍ଦ୍ର […]

author-image
Pragnya Choudhury
ଅଦ୍ୟତନ ହୋଇଛି
ବଲିଉଡ୍‌ର ଡ୍ରଗସ୍‌ ଲିଙ୍କକୁ ନେଇ କଙ୍ଗନାଙ୍କ ଚାଞ୍ଚଲ୍ୟକର ବୟାନ, ମାଗିଲେ ସୁରକ୍ଷା

kangana

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତଙ୍କୁ ନ୍ୟାୟ ଦେବା ଲାଗି ସର୍ବପ୍ରଥମେ ବଲିଉଡ୍ କୁଇନ୍ କଙ୍ଗନା ରଣାଓ୍ୱତ ନିଜ ସ୍ୱର ଶାଣିତ କରିଥିଲେ । ପରେ ପରିସ୍ଥିତି ଏପରି ହେଲା ଯେ, ଗୋଟିଏ ପଟେ ସୁଶାନ୍ତ ମୃତ୍ୟୁ ମାମଲାରେ ସିବିଆଇ, ଏନସିବି ଭଳି ତଦନ୍ତକାରୀ ସଂସ୍ଥା ଜୋରଦାର୍ ଖୋଳତାଡ଼ କରୁଥିବା ବେଳେ ଏପଟେ ମହାରାଷ୍ଟ୍ର ସରକାର ବନାମ କଙ୍ଗନା ରଣାଓ୍ୱତ ହାଇଭୋଲଟେଜ୍ ଡ୍ରାମା ମଧ୍ୟ ଥମିବାର ନାଁ ଧରୁନାହିଁ । ଏହାରି ଭିତରେ ନିଜର ଆହ୍ୱାନ କ୍ରମେ କେନ୍ଦ୍ର ସରକାରଙ୍କ ପ୍ରଦତ୍ତ  ଓ୍ୱାଇ ସିକ୍ୟୁରିଟି ନେଇ କଙ୍ଗନା ମୁମ୍ବାଇ ତ ପହଞ୍ଚିଗଲେ । ହେଲେ ବିଏମସି କଙ୍ଗନାଙ୍କ ଅଫିସକୁ ବେଆଇନ୍ ଦର୍ଶାଇ ବୁଲଡୋଜର୍ ଲଗାଇ ଭଙ୍ଗାରୁଜା କରି ନିଜର ଶକ୍ତି ପ୍ରଦର୍ଶନ କରିବାକୁ ମଧ୍ୟ ଭୁଲି ନ ଥିଲା ।

Advertisment

ତେବେ ବିଏମସି ପକ୍ଷରୁ କଙ୍ଗନାଙ୍କ ମଣିକର୍ଣ୍ଣିକା ଅଫିସ ଭଙ୍ଗାରୁଜାକୁ ସ୍ଥଗିତ ରଖିବାକୁ ବମ୍ୱେ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ଅନେକ ତାରକା ସୋଶାଲ ମିଡିଆରେ କଙ୍ଗନାଙ୍କ ପାଇଁ ନିଜ ସମର୍ଥନ ଜଣାଇବା ସହ ବିଏମସି ଓ ମହାରାଷ୍ଟ୍ର ସରକାର ଉପରେ କ୍ରୋଧବ୍ୟକ୍ତ କରିଛନ୍ତି । ଜଣେ ନିର୍ଭିକ ଓ ସାହସୀ ମହିଳାଙ୍କ କଷ୍ଟ ଅର୍ଜିତ ଧନରେ ନିର୍ମିତ ଅଫିସ ଚକ୍ରାନ୍ତ କରି ଭାଙ୍ଗି ଦେଇଥିବା ନେଇ ଏବେ ମହାରାଷ୍ଟ ଉଦ୍ଧବ ସରକାରଙ୍କ ଉପରେ ଅଭିଯୋଗ ଲାଗିବା ସହ ଜନଅସନ୍ତୋଷ ଦେଖାଦେଇଛି ।

ଏହି ପରିପ୍ରେକ୍ଷୀରେ କଙ୍ଗନା ଟ୍ୱିଟ୍ ମାଧ୍ୟରେ ନିଜର ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି, ମୁଁ ଜାନୁୟାରୀ 15ରେ ଅଫିସ୍ ଖୋଲିଥିଲି । ଏହାର କିଛି ଦିନ ମଧ୍ୟରେ କରୋନା ଆସିଗଲା । ଅନ୍ୟ ଲୋକମାନଙ୍କ ଭଳି ମୁଁ ମଧ୍ୟ ତା’ପରଠାରୁ କୌଣସି କାମ କରିନାହିଁ । ଏବେ ପୁଣି ଅଫିସ ମରାମତି କାମ କରିବା ଲାଗି ମୋ ପାଖରେ ଟଙ୍କା ନାହିଁ । ମୁଁ ମୋର ଭଙ୍ଗା ଅଫିସରୁ ହିଁ କାମ ଆରମ୍ଭ କରିବି । ଆଉ ଏହାକୁ ଏକ ପ୍ରତୀକ ଭଳି ରଖିବି, ଯାହା ଦୁନିଆ ସହ ଲଢ଼ିବାକୁ ସାହସ ଦେଖାଇଥିବାରୁ ଜଣେ ମହିଳାକୁ ପରିଣାମରେ ପ୍ରାପ୍ତ ହୋଇଛି । କିଛି ଏପରି ପ୍ରତିକ୍ରିୟା ରଖି କଙ୍ଗନା ହ୍ୟାସଟ୍ୟାଗ୍ କଙ୍ଗନା ବନାମ୍ ଉଦ୍ଧବ ବୋଲି ମଧ୍ୟ ଦେଇଛନ୍ତି ।

Advertisment

ପ୍ରକାଶଥାଉ କି, ସୁଶାନ୍ତଙ୍କ ମାମଲା ଚାଲିଥିବା ବେଳେ କଙ୍ଗନାଙ୍କ ମହାରାଷ୍ଟ୍ର ସରକାରଙ୍କ ସହ ପଙ୍ଗା ଉପରେ ମଧ୍ୟ ସମସ୍ତଙ୍କ ନଜର ରହିଛି । ହେଲେ ଏଭଳି ପରିସ୍ଥିତିରେ ହିମାଚଳ ସରକାର ସମେତ କଙ୍ଗନାଙ୍କ ପରିବାର ମଧ୍ୟ ତାଙ୍କୁ ସମ୍ପୂର୍ଣ୍ଣ ସମର୍ଥନ କରୁଛି । କଙ୍ଗନାଙ୍କ ମାଆ କହିଛନ୍ତି ଯେ, ସେ ତାଙ୍କ ଝିଅକୁ ନେଇ ଗର୍ବ ଅନୁଭବ କରୁଛନ୍ତି । କଙ୍ଗନା ସବୁବେଳେ ସତ୍ୟର ସାଥ ଦେଇଛନ୍ତି ଆଉ ଆଗକୁ ମଧ୍ୟ ଦେବେ । ଏହାସହ ସେ ଗୃହମନ୍ତ୍ର୍ରୀ ଓ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ମଧ୍ୟ ଦେଇ କହିଛନ୍ତି, ଯଦି ମୋ ଝିଅକୁ ସରକାର ସିକ୍ୟୁରିଟି ଦେଇ ନ ଥାନ୍ତେ, ତେବେ ତା’ସହ କିଛି ବି ହୋଇଯାଇଥାନ୍ତା ।

Maharashtra Govt Uddhav Thackeray Kangana Ranaut