Advertisment

ବଲିଉଡ଼୍‌ରେ କେଉଁମାନଙ୍କୁ ଗୁରୁ ମାନନ୍ତି କଙ୍ଗନା

ମୁମ୍ବାଇ: ବଲିଉଡ୍‌ର କଣ୍ଟ୍ରୋଭର୍ସି କୁଇନ୍‌ କଙ୍ଗନା ରାନାବତ୍ ହେଉଛନ୍ତି ଅନ୍ୟତମ ସଫଳ ଅଭିନେତ୍ରୀ। ତେବେ କଙ୍ଗନାଙ୍କ ବିଷୟରେ ଏକ ଖରାପ କଥା ଶୁଣାଯାଏ। କୁହାଯାଏ ଇଣ୍ଡଷ୍ଟ୍ରୀରେ ତାଙ୍କର କାହା ସହିତ ଭଲ ସଂପର୍କ ନାହିଁ। ଅନେକ ସମୟରେ ସେ କଳାକାରଙ୍କ ସମ୍ପର୍କରେ ବିବାଦୀୟ ମନ୍ତବ୍ୟ ବି ଦେବାର ଦେଖାଯାଇଛି। ହେଲେ ଇଣ୍ଡଷ୍ଟ୍ରୀରେ ଏମିତି କେତେ ଜଣ ବ୍ୟକ୍ତିତ୍ୱ ଅଛନ୍ତି, ଯେଉଁମାନଙ୍କୁ କଙ୍ଗନା ତାଙ୍କ ପ୍ରେରଣାର ଉତ୍ସ ତଥା ଗୁରୁ ବୋଲି ମାନନ୍ତି। https://www.instagram.com/p/B1tQyRyh9CV/?utm_source=ig_web_copy_link ଏକ ଟିଭି ଚ୍ୟାନେଲକୁ […]

ଅଦ୍ୟତନ ହୋଇଛି
ବଲିଉଡ଼୍‌ରେ କେଉଁମାନଙ୍କୁ ଗୁରୁ ମାନନ୍ତି କଙ୍ଗନା

kangana4

Advertisment

ମୁମ୍ବାଇ: ବଲିଉଡ୍‌ର କଣ୍ଟ୍ରୋଭର୍ସି କୁଇନ୍‌ କଙ୍ଗନା ରାନାବତ୍ ହେଉଛନ୍ତି ଅନ୍ୟତମ ସଫଳ ଅଭିନେତ୍ରୀ। ତେବେ କଙ୍ଗନାଙ୍କ ବିଷୟରେ ଏକ ଖରାପ କଥା ଶୁଣାଯାଏ। କୁହାଯାଏ ଇଣ୍ଡଷ୍ଟ୍ରୀରେ ତାଙ୍କର କାହା ସହିତ ଭଲ ସଂପର୍କ ନାହିଁ। ଅନେକ ସମୟରେ ସେ କଳାକାରଙ୍କ ସମ୍ପର୍କରେ ବିବାଦୀୟ ମନ୍ତବ୍ୟ ବି ଦେବାର ଦେଖାଯାଇଛି। ହେଲେ ଇଣ୍ଡଷ୍ଟ୍ରୀରେ ଏମିତି କେତେ ଜଣ ବ୍ୟକ୍ତିତ୍ୱ ଅଛନ୍ତି, ଯେଉଁମାନଙ୍କୁ କଙ୍ଗନା ତାଙ୍କ ପ୍ରେରଣାର ଉତ୍ସ ତଥା ଗୁରୁ ବୋଲି ମାନନ୍ତି।

Advertisment

https://www.instagram.com/p/B1tQyRyh9CV/?utm_source=ig_web_copy_link

ଏକ ଟିଭି ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରରେ କଙ୍ଗନା କହିଛନ୍ତି ଯେ ସେ ବିମଲ ରାୟ, ଗୁରୁ ଦତ୍ତ, ମେହବୁବୁ ଖାନ୍‌ ଓ ସଞ୍ଜୟ ଲୀଲା ଭଂଶାଲୀଙ୍କୁ ଗୁରୁ ଭାବେ ମାନନ୍ତି ଓ ସେମାନଙ୍କ କାର୍ଯ୍ୟ ତାଙ୍କୁ ପ୍ରଭାବିତ କରିଛି।

ସେ ଆହୁରି କହିଛନ୍ତି, “ଅଭିନୟ ପାଇଁ ମୁଁ କାହାଠୁ କେବେ ପ୍ରଭାବିତ ହୋଇଛି ବୋଲି ଭାବୁନି। ମୋ ଆଖପାଖରେ ଥିବା ଲୋକଙ୍କଠୁ ମୋତେ ଅନେକ ପ୍ରେରଣା ମିଳିଥାଏ। ଏଠି ବହୁତ ଭଲ ଭଲ କଳାକାର ଅଛନ୍ତି, ହେଲେ ଆପଣ କାହାକୁ ନକଲ କରିପାରିବେ ନାହିଁ। ଆପଣଙ୍କୁ ନିଜର ଏକ ଶୈଳୀ ସୃଷ୍ଟି କରିବାକୁ ପଡ଼ିବ।”

Advertisment

https://www.instagram.com/p/B1uBNRQhFM5/?utm_source=ig_web_copy_link

କଙ୍ଗନା କହିଛନ୍ତି, ‘ସବୁଠୁ ଭଲ ପ୍ରେରଣା ଆମକୁ ପ୍ରକୃତିରୁ ମିଳେ। ସୃଜନଶୀଳତା ସବୁ ବେଳେ ନିଜର ହେବା ଉଚିତ୍। କିନ୍ତୁ କିଛି ଟେକ୍ନିକାଲ୍‌ କାମ ମୁଁ ସେମାନଙ୍କଠୁ ଶିଖିପାରିବି, ଯେଉଁମାନେ ଏ କ୍ଷେତ୍ରରେ ମୋ ପୂର୍ବରୁ କାମ କରୁଛନ୍ତି।’

https://www.instagram.com/p/B1JvHwvBhSZ/?utm_source=ig_web_copy_link

ସୂଚନାଯୋଗ୍ୟ, ଶେଷଥର ପାଇଁ କଙ୍ଗନାଙ୍କୁ ଫିଲ୍ମ ‘ଜଜ୍‌ମେଣ୍ଟାଲ ହେ କ୍ୟା’ରେ ଦେଖିବାକୁ ମିଳିଥିଲା। ଏଥିରେ କଙ୍ଗନା ଏକ ନିଆରା ଭୂମିକା (ମାନସିକ ଭାରସାମ୍ୟ ହରାଇଥିବା ଚରିତ୍ର)ରେ ଅଭିନୟ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲେ। ଫିଲ୍ମରେ ତାଙ୍କ ବିପକ୍ଷରେ ରାଜକୁମାର ରାଓ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe