Advertisment

ହ୍ରିତିକ୍‌ଙ୍କୁ ମଲା ଗାଈ ବୋଲି କହିଲେ ରଙ୍ଗୋଲି !

ମୁମ୍ୱାଇ : ହ୍ରିତିକ୍‌ ରୋଶନ ଓ କଙ୍ଗନା ରାଣାବତଙ୍କ ମଧ୍ୟରେ ଅତୀତରେ ହୋଇଥିବା ବିବାଦ ବିଷୟରେ ସମସ୍ତଙ୍କୁ ଜଣାଅଛି। କଙ୍ଗନାଙ୍କ ଭଉଣୀ ତଥା ପରାମର୍ଶଦାତା ଭାବରେ କାର୍ଯ୍ୟ କରୁଥିବା ରଙ୍ଗୋଲି ଚନ୍ଦେଲ୍‌ ପୁଣିଥରେ ପୁରୁଣା କଥାକୁ ନେଇ ହ୍ରିତିକ୍‌ଙ୍କ ଉପରକୁ ଆଙ୍ଗୁଳି ଉଠାଇଛନ୍ତି। ହ୍ରିତିକ୍‌ଙ୍କ ସହିତ ଉଠାଇଥିବା ଏକ ପୁରୁଣା ଫଟୋକୁ ରଙ୍ଗୋଲି ସୋଶାଲ ମିଡିଆରେ ଶେଆର୍‌ କରିଛନ୍ତି। ଫଟୋଟିକୁ ଶେଆର୍ କରି ସେ ଲେଖିଛନ୍ତି, ‘ପପୁ ବାବୁଙ୍କୁ ଦେଖ। ମୋ ଭଉଣୀର ଗୁଡ୍‌ ବୁକ୍ସରେ ଆସିବା […]

ଅଦ୍ୟତନ ହୋଇଛି
ହ୍ରିତିକ୍‌ଙ୍କୁ ମଲା ଗାଈ ବୋଲି କହିଲେ ରଙ୍ଗୋଲି !

r111

Advertisment

ମୁମ୍ୱାଇ : ହ୍ରିତିକ୍‌ ରୋଶନ ଓ କଙ୍ଗନା ରାଣାବତଙ୍କ ମଧ୍ୟରେ ଅତୀତରେ ହୋଇଥିବା ବିବାଦ ବିଷୟରେ ସମସ୍ତଙ୍କୁ ଜଣାଅଛି। କଙ୍ଗନାଙ୍କ ଭଉଣୀ ତଥା ପରାମର୍ଶଦାତା ଭାବରେ କାର୍ଯ୍ୟ କରୁଥିବା ରଙ୍ଗୋଲି ଚନ୍ଦେଲ୍‌ ପୁଣିଥରେ ପୁରୁଣା କଥାକୁ ନେଇ ହ୍ରିତିକ୍‌ଙ୍କ ଉପରକୁ ଆଙ୍ଗୁଳି ଉଠାଇଛନ୍ତି।

Advertisment

ହ୍ରିତିକ୍‌ଙ୍କ ସହିତ ଉଠାଇଥିବା ଏକ ପୁରୁଣା ଫଟୋକୁ ରଙ୍ଗୋଲି ସୋଶାଲ ମିଡିଆରେ ଶେଆର୍‌ କରିଛନ୍ତି। ଫଟୋଟିକୁ ଶେଆର୍ କରି ସେ ଲେଖିଛନ୍ତି, ‘ପପୁ ବାବୁଙ୍କୁ ଦେଖ। ମୋ ଭଉଣୀର ଗୁଡ୍‌ ବୁକ୍ସରେ ଆସିବା ପାଇଁ ପୂରା ଦିନ ମୋତେ ଇମ୍ପ୍ରେସ୍‌ କରିବା ପାଇଁ ଲାଗି ରହୁଥିଲା। ଆଉ ଆଜି କହୁଛି ଆମେ ତୁମର କିଏ ?’

Advertisment

ରଙ୍ଗୋଲିଙ୍କର ଏହି ଟ୍ୱିଟ୍ ପରେ ସୋଶାଲ ମିଡିଆରେ ଜଣେ ୟୁଜର ରଙ୍ଗୋଲି ହ୍ରିତିକ୍‌ଙ୍କୁ ହଇରାଣ କରୁଥିବା ବା ପଛରେ ଗୋଡ଼ାଉଥିବା ଅଭିଯୋଗ ଲଗାଇଥିଲେ। ଯାହାର ଉତ୍ତରରେ ରଙ୍ଗୋଲି କହିଛନ୍ତି, ‘ସେ ଜଣେ ଏପରି ବ୍ୟକ୍ତି ପଛରେ କାହିଁକି ଗୋଡ଼ାଇବେ, ଯିଏ ନିଜେ ଦିନେ ତାଙ୍କ ପଛରେ ପାଗଳ ଥିଲା। ବାପା ଟଙ୍କାରେ ଜୀବନ କାଟୁଥିବାରୁ ସ୍ତ୍ରୀକୁ ଛାଡ଼ି ପାରିଲା ନାହିଁ। କଙ୍ଗନା ପାଖରେ ବହୁତ ସମ୍ପତ୍ତି ଅଛି। କିନ୍ତୁ ହ୍ରିତ୍ୱିକ ଏପର୍ଯ୍ୟନ୍ତ ଘରଟିଏ ମଧ୍ୟ କିଣି ପାରିଲେ ନାହିଁ। ପପୁ ଜଣେ ନେପୋଟିଜିମ୍ ବା ବଂଶବାଦର ପ୍ରଡକ୍ଟ। ତା’ ପାଖରେ ଏମିତି କିଛି ଖାସ୍‌ ଗୁଣ ଅଛି କି ଯାହାକୁ ନେଇ ସେ ତାଙ୍କ ପଛରେ ଗୋଡ଼ାଇବେ? ମରି ଯାଇଥିବା ଗାଈଠାରୁ କ୍ଷୀର ମିଳେ ନାହିଁ।’

ସୂଚନାଯୋଗ୍ୟ, ରଙ୍ଗୋଲିଙ୍କର ଏପରି ବିବଦୀୟ ମନ୍ତବ୍ୟକୁ ନେଇ ହ୍ରିତିକ୍‌ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି। ମାର୍ଚ୍ଚ ୨୩ ତାରିଖରେ କଙ୍ଗନା ତାଙ୍କର ୩୩ତମ ଜନ୍ମଦିନ ପାଳନ କରିବାକୁ ଯାଉଛନ୍ତି। ଏଥିପାଇଁ ସେ ନିଜର ସହର ମନାଲିରେ ସମୟ ବିତାଉଛନ୍ତି। ନିକଟରେ ପୁତୁରା ପୃଥ୍ୱୀରାଜ ଓ ପରିବାର ସହିତ ସମୟ କାଟୁଥିବାର ଏକ ଫଟୋ କଙ୍ଗନା ଶେଆର୍‌ କରିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe