Advertisment

କଙ୍ଗନାଙ୍କୁ ଦୁଷ୍କର୍ମ ଓ ହତ୍ୟା ଧମକ

ମୁମ୍ବାଇ: ବିବାଦୀୟ ମନ୍ତବ୍ୟକୁ ନେଇ ସବୁବେଳେ ଚର୍ଚ୍ଚାରେ ରୁହନ୍ତି ବଲିଉଡ ଅଭିନେତ୍ରୀ ତଥା ପଙ୍ଗା କୁଇନ କଙ୍ଗନା ରଣାୱତ। ଗତ କିଛି ଦିନ ହେବ କୃଷକ ଆନ୍ଦୋଳନ ବିରୋଧରେ ସୋଶାଲ ମିଡିଆରେ ରଖିଥିବା ନିଜ ବିଚାରଧାରକୁ ନେଇ କଙ୍ଗନାଙ୍କୁ ଚାରିଆଡୁ ଟାର୍ଗେଟ କରାଯାଉଛି । ଏପରିକି ଟ୍ୱିଟରରେ ସେ ଅନେକ ସେଲିବ୍ରିଟିଙ୍କ ସହ ମୁହାଁମୁହିଁ ମଧ୍ୟ ହୋଇଛନ୍ତି । କୃଷକ ଆନ୍ଦୋଳନକୁ ବିରୋଧ କରୁଥିବା ଯୋଗୁଁ ଏବେ ତାଙ୍କୁ ହତ୍ୟା ଧମକ ମିଳିଛି । ଏପରିକି ଦୁଷ୍କର୍ମ […]

ଅଦ୍ୟତନ ହୋଇଛି
କଙ୍ଗନାଙ୍କୁ ଦୁଷ୍କର୍ମ ଓ ହତ୍ୟା ଧମକ

death-threat-to-kangan

Advertisment

ମୁମ୍ବାଇ: ବିବାଦୀୟ ମନ୍ତବ୍ୟକୁ ନେଇ ସବୁବେଳେ ଚର୍ଚ୍ଚାରେ ରୁହନ୍ତି ବଲିଉଡ ଅଭିନେତ୍ରୀ ତଥା ପଙ୍ଗା କୁଇନ କଙ୍ଗନା ରଣାୱତ। ଗତ କିଛି ଦିନ ହେବ କୃଷକ ଆନ୍ଦୋଳନ ବିରୋଧରେ ସୋଶାଲ ମିଡିଆରେ ରଖିଥିବା ନିଜ ବିଚାରଧାରକୁ ନେଇ କଙ୍ଗନାଙ୍କୁ ଚାରିଆଡୁ ଟାର୍ଗେଟ କରାଯାଉଛି । ଏପରିକି ଟ୍ୱିଟରରେ ସେ ଅନେକ ସେଲିବ୍ରିଟିଙ୍କ ସହ ମୁହାଁମୁହିଁ ମଧ୍ୟ ହୋଇଛନ୍ତି । କୃଷକ ଆନ୍ଦୋଳନକୁ ବିରୋଧ କରୁଥିବା ଯୋଗୁଁ ଏବେ ତାଙ୍କୁ ହତ୍ୟା ଧମକ ମିଳିଛି । ଏପରିକି ଦୁଷ୍କର୍ମ କରିବାକୁ ମଧ୍ୟ ଧମକ ମିଳିଥିବା ସେ ଅଭିଯୋଗ କରିଛନ୍ତି ।

Advertisment

ନିକଟରେ ଏକ ଭିଡିଓ  ସେଆର କରି କଙ୍ଗନା କହିଛନ୍ତି, କୃଷି ଆନ୍ଦୋଳନକୁ ନେଇ ରାୟ ରଖିଥିବାରୁ ମୋତେ ଦୁଷ୍କର୍ମ ଓ ଜୀବନରେ ମାରିଦେବାକୁ ଧମକ ଦିଆଯାଉଛି । ଗତ ୧୦ରୁ ୧୫ ଦିନ ହେବ ମୁଁ ଅନଲାଇନ ଲିଚିଙ୍ଗର ସାମ୍ନା କରୁଛି । ଏଥିଲାଗି ଦେଶବାସୀଙ୍କୁ ପ୍ରଶ୍ନ କରିବା ପାଇଁ ମୋର ହକ୍ ରହିଛି ବୋଲି ସେ କହିଛନ୍ତି ।

Advertisment


କଙ୍ଗନା ଆହୁରି କହିଛନ୍ତି, ‘କୃଷକ ଆନ୍ଦୋଳନ ପୁରା ରାଜନୀତି ଦ୍ୱାରା ପ୍ରେରିତ, ଏଥିରେ କୌଣସି ସନ୍ଦେହ ନାହିଁ । ଏହି ଆନ୍ଦୋଳନରେ ଏବେ ଆତଙ୍କବାଦୀମାନେ ମଧ୍ୟ ଭାଗ ନେବା ଆରମ୍ଭ କରି ସାରିଲେଣି । ମୁଁ ବି ପଞ୍ଜାବରେ ରହିଛି। ମୁଁ ଜାଣିଛି ସେମାନେ ଦେଶରେ ଦ୍ୱିତୀୟ ଖାଲିସ୍ଥାନ ଚାହୁଁ ନାହାନ୍ତି।’

ସେ ଆଗକୁ କହିଛନ୍ତି, ଯେଉଁମାନେ ଦେଶକୁ ଭାଙ୍ଗିବାକୁ ଚାହୁଁଛନ୍ତି ମୋର ତାଙ୍କ ପ୍ରତି କିଛି ଅଭିଯୋଗ ନାହିଁ, କିନ୍ତୁ ମୋର ଅଭିଯୋଗ ଆପଣମାନଙ୍କ ପ୍ରତି ଅଛି ଯେ ଆପଣମାନେ ଏତେ ସହଜରେ କିଭଳି ସେମାନଙ୍କ କଥାରେ ପଡିଯାଉଛନ୍ତି। ସେହି ଆତଙ୍କବାଦୀଙ୍କ ପାଇଁ ଆମେ ନିଜକୁ କିଭଳି ଏତେ ଦୁର୍ବଳ କରିପାରୁଛୁ। ମୋତେ ପ୍ରତିଦିନ ନିଜ ଉଦ୍ଦେଶ୍ୟରେ କାହିଁକି କହିବାକୁ ପଡୁଛି ବୋଲି ସେ ପ୍ରଶ୍ନ କରିଛନ୍ତି ।publive-image

ଭିଡିଓରେ କଙ୍ଗନା ଅଭିନେତା ଦିଳଜୀତ ଦୋସାଞ୍ଜ ଓ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କୁ ମଧ୍ୟ କଟାକ୍ଷ କରିଛନ୍ତି। ସେ କହିଛନ୍ତି, ଏମାନେ ମୋ ଉପରେ ଅଭିଯୋଗ ଉଠାଇଛନ୍ତି ଯେ ମୁଁ ରାଜନୀତି କରୁଛି। ଏମାନଙ୍କୁ ବି ପଚାର ଏମାନେ କ’ଣ କରୁଛନ୍ତି।

ସୂଚନାଯୋଗ୍ୟ ଯେ ଗତ କିଛି ଦିନ ହେବ କେନ୍ଦ୍ରର କୃଷି ଆଇନକୁ ବିରୋଧ କରି କୃଷକ ଆନ୍ଦୋଳନ ଜାରି ରହିଛି । ଏହି ଆନ୍ଦୋଳନକୁ  ପ୍ରଥମରୁ କଙ୍ଗନା ବିରୋଧ କରିଥିବା ବେଳେ ଏଥିରେ ସାମିଲ ହୋଇଥିବା ଜଣେ ବୟସ୍କ ମହିଳାଙ୍କୁ ନେଇ ଟିପ୍ପଣୀ କରିଥିଲେ । ଏହାପରେ ସୋଶାଲ ମିଡିଆରେ ତାଙ୍କୁ ଜୋରଦାର ଟାର୍ଗେଟ କରାଯାଇଥିଲା । ଏପରିକି ଅନେକ ସେଲିବ୍ରିଟିଙ୍କ ସହ ଟ୍ୱିଟରରେ ତାଙ୍କର ବାକ୍ ଯୁଦ୍ଧ ଆରମ୍ଭ ହୋଇଥିଲା ।

Bollywood Kangana Ranaut
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe