Advertisment

କଂଗ୍ରେସ ନେତାଙ୍କୁ ଟାର୍ଗେଟ କଲେ କଙ୍ଗନା

ମୁମ୍ବାଇ: ପୁଣି ଚର୍ଚ୍ଚାରେ ବଲିଉଡର ପଙ୍ଗା କୁଇନ୍‌ କଙ୍ଗନା ରଣାୱତ । ନିଜ ବିବାଦୀୟ ମନ୍ତବ୍ୟ ପାଇଁ ସର୍ବଦା ସେ ଲାଇମ ଲାଇଟ୍‌ରେ ରୁହନ୍ତି । ସୋଶାଲ ମିଡିଆରେ କଙ୍ଗନା ବେଶ୍‌ ଆକ୍ଟିଭ ରହୁନ୍ତି। ବିଭିନ୍ନ ମୁଦ୍ଦାକୁ ନେଇ ନିଜ ପ୍ରତିକ୍ରିୟା ରଖିବା ସହ ଅନ୍ୟକୁ ଟାର୍ଗେଟ ମଧ୍ୟ କରିଥା’ନ୍ତି। ବଲିଉଡ ଅଭିନେତା ଓ ଅଭିନେତ୍ରୀଙ୍କ ପରେ ଏବେ କଙ୍ଗନାଙ୍କ ହାବୁଡରେ ପଡିଛନ୍ତି ଜଣେ କଂଗ୍ରେସ ନେତା। କଂଗ୍ରେସ ପ୍ରବକ୍ତା ପବନ ଖେଡା ଏବଂ କଙ୍ଗନାଙ୍କ ମଧ୍ୟରେ […]

କଂଗ୍ରେସ ନେତାଙ୍କୁ ଟାର୍ଗେଟ କଲେ କଙ୍ଗନା

kangana

Advertisment

ମୁମ୍ବାଇ: ପୁଣି ଚର୍ଚ୍ଚାରେ ବଲିଉଡର ପଙ୍ଗା କୁଇନ୍‌ କଙ୍ଗନା ରଣାୱତ । ନିଜ ବିବାଦୀୟ ମନ୍ତବ୍ୟ ପାଇଁ ସର୍ବଦା ସେ ଲାଇମ ଲାଇଟ୍‌ରେ ରୁହନ୍ତି । ସୋଶାଲ ମିଡିଆରେ କଙ୍ଗନା ବେଶ୍‌ ଆକ୍ଟିଭ ରହୁନ୍ତି। ବିଭିନ୍ନ ମୁଦ୍ଦାକୁ ନେଇ ନିଜ ପ୍ରତିକ୍ରିୟା ରଖିବା ସହ ଅନ୍ୟକୁ ଟାର୍ଗେଟ ମଧ୍ୟ କରିଥା'ନ୍ତି। ବଲିଉଡ ଅଭିନେତା ଓ ଅଭିନେତ୍ରୀଙ୍କ ପରେ ଏବେ କଙ୍ଗନାଙ୍କ ହାବୁଡରେ ପଡିଛନ୍ତି ଜଣେ କଂଗ୍ରେସ ନେତା। କଂଗ୍ରେସ ପ୍ରବକ୍ତା ପବନ ଖେଡା ଏବଂ କଙ୍ଗନାଙ୍କ ମଧ୍ୟରେ ଆରମ୍ଭ ହଉଛି ଶୀତଳ ଯୁଦ୍ଧ। ସୋଶାଲ ମିଡିଆରେ ଦୁହିଁଙ୍କ ମଧ୍ୟରେ ବାକ୍‌ ଯୁଦ୍ଧ ସୃଷ୍ଟି ହୋଇଛି।

Advertisment

ସୂଚନାଯୋଗ୍ୟ ଯେ, ନୂଆବର୍ଷ ଅବସରରେ କଙ୍ଗନା ରଣାୱତ ନିଜକୁ ଜବରଦସ୍ତ ଢ଼ଙ୍ଗରେ ପ୍ରଶଂସା କରି ଏକ ଟୁଇଟ୍‌ କରିଥିଲେ । ସେ କହିଥିଲେ ''ସବୁ ବିଷୟରେ ଲୋକଙ୍କ ସହ ଯୁକ୍ତି କରିପାରିବାର ମୋର ସାହାସ ଓ ସକ୍ଷମ ଅଛି, ସବୁ ବିଷୟକୁ ମୁଁ ବେଶ ସହଜ ଢ଼ଙ୍ଗରେ ବିସ୍ତାର ରୂପେ ବିରୋଧ କରିବା ସହ ଘଟଣାର ପୁରା ଏକ୍ସ-ରେ କରିପାରୁଛି, କିନ୍ତୁ ଏହାକୁ ଦେଖି ଅନେକ ଲୋକ ମୋ ଉପରେ ଇର୍ଷା କରୁଛନ୍ତି।''

Advertisment


କଙ୍ଗନାଙ୍କ ଏହି ଟୁଇଟ୍‌କୁ ନେଇ କଂଗ୍ରେସ ନେତା ପବନ ଖେଡା ରି-ଟୁଇଟ୍‌ କରିଛନ୍ତି। ପବନ ଖେଡା କହିଛନ୍ତି, ''ବର୍ଷ ୨୦୨୧ ହସ ଖୁସିରେ ଭରପୁର ହେବ, ଏହା ପ୍ରତିଶୃତି ଦେଇଛି।'' କଂଗ୍ରେସ ନେତାଙ୍କ ଏହି ଟୁଇଟ୍‌କୁ ନେଇ କଙ୍ଗନା କଡା ଜବାବ ଦେଇ ଆଉ ଏକ ଟୁଇଟ୍‌ କରିଛନ୍ତି, ଯାହା ସୋଶାଲ ମିଡିଆରେ ଭାଇରାଲ ହୋଇଛି।


କଙ୍ଗନା ଲେଖିଛନ୍ତି, ମୋ ଉପରେ ହସନ୍ତୁ, ଯେତେବେଳେ ମୁଁ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରବେଶ କରିଥିଲି, ସେତେବେଳେ ସମସ୍ତେ ମୋ ଉପରେ ହସୁଥିଲେ।  ପ୍ରଥମେ ହସୁଥିଲେ...ପରେ କାନ୍ଦିଲେ..ଆଉ ଏବେ ଯାଏ କାନ୍ଧୁଛନ୍ତି। କଙ୍ଗନା କରିଥିବା ଏହି ମଜାଳି ଢ଼ଙ୍ଗରେ ଟୁଇଟ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।  ସୂଚନା ଯୋଗ୍ୟ ଯେ, ଏହାପୂର୍ବରୁ ମଧ୍ୟ କଙ୍ଗନା ବରିଷ୍ଠ କଂଗ୍ରେସ ନେତା ଶଶି ଥରୁରଙ୍କୁ ଟୁଇଟ ଜରିଆରେ ଟାର୍ଗେଟ କରିସାରିଛନ୍ତି ।

Bollywood Kangana Ranaut
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe