Advertisment

‘ମୁମ୍ବାଇ ମୋ ସହର, ରହିବା ପାଇଁ ଅନୁମତି ଲୋଡା ନାହିଁ’

ମୁମ୍ବାଇ: ନିଜ ବିବାଦୀୟ ବୟାନକୁ ନେଇ ସର୍ବଦା ଚର୍ଚ୍ଚାରେ ରୁହନ୍ତି ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ। ନିକଟରେ ମୁମ୍ବାଇ ପହଞ୍ଚିଛନ୍ତି ପଙ୍ଗା କୁଇନ କଙ୍ଗନା। ମୁମ୍ବାଇ ପହଞ୍ଚିବା ପରେ ଆଜି କଡା ସୁରକ୍ଷା ବଳୟ ମଧ୍ୟରେ ସିଦ୍ଧି ବିନାୟକ ମନ୍ଦିର ଯାଇ ଗଣପତି ବପ୍ପାଙ୍କୁ ଦର୍ଶନ କରିଛନ୍ତି। ଏଥିସହ ମୁମ୍ବା ଦେବୀ ମନ୍ଦିରକୁ ଯାଇ ମଧ୍ୟ ମା’ଙ୍କ ଦର୍ଶନ କରିଛନ୍ତି। ଆଜି ସେ ତାଙ୍କ ପରିବାର ସହ ମୁମ୍ବାଇର ସିଦ୍ଧିବିନାୟକ ମନ୍ଦିର ଯାଇଥିଲେ। ନୀଳ ରଙ୍ଗର ଶଢ଼ୀ, […]

author-image
Madhupriya Mistry
ଅଦ୍ୟତନ ହୋଇଛି
‘ମୁମ୍ବାଇ ମୋ ସହର, ରହିବା ପାଇଁ ଅନୁମତି ଲୋଡା ନାହିଁ’

kangana-11

ମୁମ୍ବାଇ: ନିଜ ବିବାଦୀୟ ବୟାନକୁ ନେଇ ସର୍ବଦା ଚର୍ଚ୍ଚାରେ ରୁହନ୍ତି ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ। ନିକଟରେ ମୁମ୍ବାଇ ପହଞ୍ଚିଛନ୍ତି ପଙ୍ଗା କୁଇନ କଙ୍ଗନା। ମୁମ୍ବାଇ ପହଞ୍ଚିବା ପରେ ଆଜି କଡା ସୁରକ୍ଷା ବଳୟ ମଧ୍ୟରେ ସିଦ୍ଧି ବିନାୟକ ମନ୍ଦିର ଯାଇ ଗଣପତି ବପ୍ପାଙ୍କୁ ଦର୍ଶନ କରିଛନ୍ତି। ଏଥିସହ ମୁମ୍ବା ଦେବୀ ମନ୍ଦିରକୁ ଯାଇ ମଧ୍ୟ ମା’ଙ୍କ ଦର୍ଶନ କରିଛନ୍ତି।

Advertisment

ଆଜି ସେ ତାଙ୍କ ପରିବାର ସହ ମୁମ୍ବାଇର ସିଦ୍ଧିବିନାୟକ ମନ୍ଦିର ଯାଇଥିଲେ। ନୀଳ ରଙ୍ଗର ଶଢ଼ୀ, ମୁଣ୍ଡରେ ଗଜର ଲଗାଇ ନାକରେ ନୋଜ ପିନ ପିନ୍ଧି କଙ୍ଗନା ପୁରା ମରାଠୀ ଲୁକରେ ନଜର ଆସିଥିଲେ। ସିଦ୍ଧିବିନାୟକ ମନ୍ଦିରରେ ଭଉଣୀ ରଙ୍ଗୋଲୀ, ଭାଇ ଅକ୍ଷୟ ଓ ପତ୍ନର ରିତୁ ମଧ୍ୟ ତାଙ୍କ ସହ ଉପସ୍ଥିତ ଥିଲେ।publive-image

ଏହି ସମୟରେ କଙ୍ଗନା ଗଣମାଧ୍ୟମ ପ୍ରତିନିଧିଙ୍କୁ ଭେଟି ତାଙ୍କ ପ୍ରଶ୍ନ ଉତ୍ତର ରଖିଛନ୍ତି। ସେ ଶିବସେନାକୁ ତେର୍ଚ୍ଛା ବାଣ ମାରିଛନ୍ତି। କଙ୍ଗନା କହିଛନ୍ତି, ମୁମ୍ବାଇ ହେଉଛି ମୋ ସହର। ମୁମ୍ବାଇରେ ରହିବା ପାଇଁ କେବଳ ଗଣପତି ବପ୍ପାଙ୍କ ଅନୁମତି ଦରକାର, ଆଉ କାହାର ଅନୁମତି ନେବା ଦରକାର ନାହିଁ ବୋଲି ସେ କହିଛନ୍ତି।

Advertisment


ଏନେଇ କଙ୍ଗନା ଟ୍ୱିଟ କରି ମଧ୍ୟ ଜଣାଇଛନ୍ତି। ସେ ଟ୍ୱିଟ କରି ଲେଖିଛନ୍ତି ଯେ, ମୋ ପ୍ରିୟ ସହର ମୁମ୍ବାଇ ପାଇଁ ଠିଆ ହେବା ଲାଗି ମୋତେ ଯେତିକି ବରୋଧର ସାମ୍ନା କରିବାକୁ ପଡିଲା, ତାକୁ ଦେଖି ମୁଁ ଚକିତ। ଆଜି ମୁଁ ମୁମ୍ବା ଦେବୀ ଓ ସିଦ୍ଧିବିନାୟକ ମନ୍ଦିର ଯାଇ ଭଗବାନଙ୍କ ଆଶୀର୍ବାଦ ନେଇଛି। ଏହାପରେ ନିଜକୁ ସୁରକ୍ଷିତ ଅନୁଭବ କରୁଛି ବୋଲି ସେ କହିଛନ୍ତି।

ସୂଚନା ଯୋଗ୍ୟ ଯେ, କଙ୍ଗନା ଓ ଶିବସେନା ମଧ୍ୟରେ ଦୀର୍ଘ ଦିନ ଧରି ବିବାଦ ଜାରି ରହିଛି। କିଛି ଦିନ ତଳେ ବିଏମସି ତରବରିଆ ଭାବେ କଙ୍ଗନାଙ୍କ ମୁମ୍ବାଇ ସ୍ଥିତ ଅଫିସ ଭାଙ୍ଗି ଦେଇଥିଲା। ଯାହା ପରେ କଙ୍ଗନା କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କୋର୍ଟ ମଧ୍ୟ କଙ୍ଗନାଙ୍କ ସପକ୍ଷରେ ରାୟ ଶୁଣାଇ ବିଏମସିକୁ ଭର୍ତ୍ସନା କରିଥିଲେ।

Kangana Ranaut