Advertisment

ମନ୍ଦିର ତୋଳିବେ କଙ୍ଗନା

ମୁମ୍ବାଇ: ଚର୍ଚ୍ଚିତ ଅଭିନେତ୍ରୀ ତଥା ବଲିଉଡର ପଙ୍ଗା କୁଇନ କଙ୍ଗନା ରଣାୱତ । ସୋଶାଲ ମିଡିଆରେ ସେ ବେଶ ଆକ୍ଟିଭ। ଟ୍ୱିଟରରେ ବେଧଡକ ଭାବେ ମନ୍ତବ୍ୟ ଦେବାରେ କଙ୍ଗନା ବେଶ ମାହିର। ଏଥିପାଇଁ ସେ ସର୍ବଦା ବିବାଦ ଘେରକୁ ଟାଣି ହୋଇଥାନ୍ତି। ନିକଟରେ ପଙ୍ଗା କୁଇନ ମନ୍ଦିର ତୋଳିବା ପାଇଁ ମନ କରିଛନ୍ତି। ଏନେଇ ସେ ଟ୍ୱିଟ କରି ସୂଚନା ଦେଇଛନ୍ତି। ଏଥିସହ ନିଜ ପୈତୃକ ମନ୍ଦିରର ଏକ ଫଟୋକୁ ମଧ୍ୟ ସେଆର କରିଛନ୍ତି କଙ୍ଗନା । […]

ମନ୍ଦିର ତୋଳିବେ କଙ୍ଗନା

kangana

Advertisment

ମୁମ୍ବାଇ: ଚର୍ଚ୍ଚିତ ଅଭିନେତ୍ରୀ ତଥା ବଲିଉଡର ପଙ୍ଗା କୁଇନ କଙ୍ଗନା ରଣାୱତ । ସୋଶାଲ ମିଡିଆରେ ସେ ବେଶ ଆକ୍ଟିଭ। ଟ୍ୱିଟରରେ ବେଧଡକ ଭାବେ ମନ୍ତବ୍ୟ ଦେବାରେ କଙ୍ଗନା ବେଶ ମାହିର। ଏଥିପାଇଁ ସେ ସର୍ବଦା ବିବାଦ ଘେରକୁ ଟାଣି ହୋଇଥାନ୍ତି।

Advertisment

ନିକଟରେ ପଙ୍ଗା କୁଇନ ମନ୍ଦିର ତୋଳିବା ପାଇଁ ମନ କରିଛନ୍ତି। ଏନେଇ ସେ ଟ୍ୱିଟ କରି ସୂଚନା ଦେଇଛନ୍ତି। ଏଥିସହ ନିଜ ପୈତୃକ ମନ୍ଦିରର ଏକ ଫଟୋକୁ ମଧ୍ୟ ସେଆର କରିଛନ୍ତି କଙ୍ଗନା । କଙ୍ଗନା କହିଛନ୍ତି ଯେ, “ମା’ ଦୁର୍ଗା ମତେ ତାଙ୍କ ଭବ୍ୟ ମନ୍ଦିର ତୋଳିବା ପାଇଁ ବାଛିଛନ୍ତି । ଆମ ପୂର୍ବ ପୁରୁଷମାନେ ଆମ ପାଇଁ ଯାହା ଛାଡି ଯାଇଛନ୍ତି ତାହା ଆମ ପାଇଁ ବଡ ଉପଲବ୍ଧି। ମୁଁ ମା’ ଦୁର୍ଗାଙ୍କ ପାଇଁ ଭବ୍ୟ ମନ୍ଦିର ତିଆରି କରିବାକୁ ଚାହେଁ। ତାଙ୍କ ମୂର୍ତ୍ତିର ଉଚ୍ଚତା ଆମ ଭବ୍ୟ ସଭ୍ୟତା ସହ ସମାନ ହେବା ଉଚିତ । ଜୟ ମାତା ଦି।”

Advertisment


ନିକଟରେ କଙ୍ଗନା କୃଷକ ଆନ୍ଦୋଳନକୁ ନେଇ ଚର୍ଚ୍ଚାକୁ ଆସିଥିଲେ। କୃଷକ ଆନ୍ଦୋଳନକୁ ବିରୋଧ କରି ଏକ ବିବାଦୀୟ ମନ୍ତବ୍ୟ ଦେଇଥିଲେ କଙ୍ଗନା । ଯାହାକୁ ନେଇ ଆରମ୍ଭ ହୋଇଥିଲା ଟ୍ୱିଟ ୱାର। ସୋଶାଲ ମିଡିଆରେ ବଲିଉଡ ଅଭିନେତା ତଥା ଗାୟକ ଦିଲଜିତ ଦୋସାଞ୍ଜଙ୍କ ସହ ତାଙ୍କର ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା।

କଙ୍ଗନା ଏବେ ତାଙ୍କ ଅପକମିଂ ଫିଲ୍ମ ‘ଧାକଡ’ର ଶୁଟିଂରେ ବ୍ୟସ୍ତ ଅଛନ୍ତି। ସେପଟେ ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ବାୟୋପିକ ଉପରେ ତିଆରି ହୋଇଥିବା ଫିଲ୍ମ ‘ଥଲାଇଭି’ରେ ମଧ୍ୟ କଙ୍ଗନା ନଜର ଆସିବେ। ଏହାର ଶୁଟିଂ ମଧ୍ୟ ଶେଷ ହେବାକୁ ଆସିଲାଣି। ଖୁବଶୀଘ୍ର ଫିଲ୍ମଟି ପରଦାକୁ ଆସିବ।

Kangana Ranaut
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe