Advertisment

ଟ୍ୱିଟରକୁ ଫେରିଲେ କଙ୍ଗନା, ୨୦୨୧ରେ ଆକାଉଣ୍ଟ ହୋଇଥିଲା ସସପେଣ୍ଡ

୨୦୨୧ରେ ଏକାଧିକ ବିବଦୀୟ ପୋଷ୍ଟ ପାଇଁ କମ୍ପାନୀ ପକ୍ଷରୁ ତାଙ୍କ ଆକାଉଣ୍ଟକୁ ସ୍ଥାୟୀ ଭାବେ ସସପେଣ୍ଡ କରି ଦିଆଯାଇଥିଲା।

Kangana Ranaut

Kangana Ranaut

Advertisment

ନିଜର ବିବାଦୀୟ ତୁଣ୍ଡ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ଟ୍ୱିଟର ଆକାଉଣ୍ଟ ସଚଳ ହୋଇଛି। ୨୦୨୧ରେ ଏକାଧିକ ବିବଦୀୟ ପୋଷ୍ଟ ପାଇଁ କମ୍ପାନୀ ପକ୍ଷରୁ ତାଙ୍କ ଆକାଉଣ୍ଟକୁ ସ୍ଥାୟୀ ଭାବେ ସସପେଣ୍ଡ କରି ଦିଆଯାଇଥିଲା। ଏହାକୁ ନେଇ କଙ୍ଗନା ଟ୍ୱିଟର ଉପରେ ପ୍ରବଳ ବର୍ଷିଥିଲେ। ହେଲେ ଏବେ ତାଙ୍କ ଆକାଉଣ୍ଟକୁ କମ୍ପାନୀ ରିଷ୍ଟୋର ବା ସଚଳ କରି ଦେଇଥିବାରୁ କଙ୍ଗନା ବେଶ ଉତ୍ସାହିତ ହୋଇପଡ଼ିଛନ୍ତି। ଏଥିସହ ସେ ନିଜ ଆକାଉଣ୍ଟରୁ ଟ୍ୱିଟ କରି ସେ ଏହି ସୋଶାଲ ମିଡିଆ ଆକାଉଣ୍ଟକୁ ଫେରିଥିବା ସୂଚନା ଦେଇଛନ୍ତି।

Advertisment

କଙ୍ଗନାଙ୍କ ଟ୍ୱିଟର ଆକାଉଣ୍ଟ ସଚଳ ହେବାରୁ ସେ ଏକାଧିକ ପୋଷ୍ଟ କରିଛନ୍ତି। ସେ ପ୍ରଥମ ଟ୍ୱିଟରେ ଲେଖିଛନ୍ତି ଯେ “ହ୍ୟାଲୋ ଏଭରିୱାନ। ଏଠାକୁ ଫେରିଥିବାରୁ ଭଲ ଲାଗୁଛି।” ଏହାପରେ ସେ ନିଜର ଆଗାମୀ ଫିଲ୍ମ ଏମର୍ଜେନ୍ସିର କାମ କେମତି ଦ୍ରୁତଗତିରେ ଆଗେଇ ଚାଲିଛି, ତା’ର ଭିଡିଓ ପୋଷ୍ଟ କରିଛନ୍ତି। ସେ ଭିଡିଓ ପୋଷ୍ଟ କରି କହିଛନ୍ତି ଯେ ଚଳିତ ବର୍ଷ ୨୦ ଅକ୍ଟୋବରରେ ଏହି ଫିଲ୍ମ ରିଲିଜ ହେବ। ଫିଲ୍ମ କାମ ବର୍ତ୍ତମାନ ଶେଷ ହୋଇ ସାରିଥିବା ମଧ୍ୟ କଙ୍ଗନା କହିଛନ୍ତି।

ନିଜର ଅଭିନୟ ପାଇଁ ୪ଥର ଜାତୀୟ ଫିଲ୍ମ ପୁରସ୍କାର ପାଇଥିବା କଙ୍ଗନା ସବୁବେଳେ ସରକାରୀ ଦଳର ଓକିଲାତି କରି ଚର୍ଚ୍ଚାରେ ରହି ଆସୁଥିଲେ। ଗୋଟିଏ ଗଣମାଧ୍ୟମରେ ସେ ପ୍ରତିକ୍ରିୟା ଦେବା ବେଳେ କହିଥିଲେ ଯେ ୨୦୧୪ ପରେ ହିଁ ଦେଶକୁ ପ୍ରକୃତ ସ୍ୱାଧୀନତା ମିଳିଛି। ଏହାକୁ ନେଇ ବେଶ ବିବାଦ ସୃଷ୍ଟି ହୋଇଥିଲା।

Advertisment

କଙ୍ଗନାଙ୍କ ଅପକମିଂ ଫିଲ୍ମ ଏମରର୍ଜେନ୍ସରେ ସେ ଇନ୍ଦିରା ଗାନ୍ଧିଙ୍କ ଭୂମିକାରେ ନଜର ଆସିବେ। ଏହି ସିନେମାରେ ଅନୁପମ ଖେର, ସତୀଶ କୌଶିକ, ଶ୍ରେୟସ ତାଲପଡେ ଓ ମିଲିନ୍ଦସ ସୋମାନ ରହିଛନ୍ତି। ଏହାପରେ କଙ୍ଗନାଙ୍କ ତେଜାସ ଫିଲ୍ମ ଆସିବ ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe