Advertisment

କଙ୍ଗନାଙ୍କ ପ୍ରଶ୍ନ: ସୁଶାନ୍ତ ଓ ରିୟାଙ୍କ ସମ୍ପର୍କକୁ ନେଇ ମହେଶ କାହିଁକି ଏତେ ଆଗ୍ରହୀ

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ବଲିଉଡରେ ‘ନେପୋଟିଜମ୍’କୁ ନେଇ ଏକ ବଡ଼ ବିତର୍କ ଆରମ୍ଭ ହୋଇଛି। ଏହି ବିତର୍କରେ ପ୍ରାୟ ସମସ୍ତେ ଆଗକୁ ଆସୁଛନ୍ତି ଏବଂ ନିଜର ମତ ରଖୁଛନ୍ତି। ଏଭଳି ପରିସ୍ଥିତିରେ ଇଣ୍ଡଷ୍ଟ୍ରି ମଧ୍ୟ ଦୁଇ ଭାଗ ହୋଇଯାଇଛି। କିଛି ଏହାର ସମର୍ଥନ କରୁଥିବାବେଳେ କିଛି ବିରୋଧ କରୁଛନ୍ତି। ବର୍ତ୍ତମାନ ଅନେକ ବଲିଉଡ୍ ଷ୍ଟାର ପରସ୍ପର ଉପରେ ଆରୋପ ପ୍ରତ୍ୟାରୋପ ଲଗାଉଛନ୍ତି। ତେବେ ଏହି କ୍ରମରେ ପୂଜା ଭଟ୍ଟ ଏବଂ […]

ଅଦ୍ୟତନ ହୋଇଛି
କଙ୍ଗନାଙ୍କ ପ୍ରଶ୍ନ: ସୁଶାନ୍ତ ଓ ରିୟାଙ୍କ ସମ୍ପର୍କକୁ ନେଇ ମହେଶ କାହିଁକି ଏତେ ଆଗ୍ରହୀ

kangana2

Advertisment

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ବଲିଉଡରେ 'ନେପୋଟିଜମ୍'କୁ ନେଇ ଏକ ବଡ଼ ବିତର୍କ ଆରମ୍ଭ ହୋଇଛି। ଏହି ବିତର୍କରେ ପ୍ରାୟ ସମସ୍ତେ ଆଗକୁ ଆସୁଛନ୍ତି ଏବଂ ନିଜର ମତ ରଖୁଛନ୍ତି। ଏଭଳି ପରିସ୍ଥିତିରେ ଇଣ୍ଡଷ୍ଟ୍ରି ମଧ୍ୟ ଦୁଇ ଭାଗ ହୋଇଯାଇଛି। କିଛି ଏହାର ସମର୍ଥନ କରୁଥିବାବେଳେ କିଛି ବିରୋଧ କରୁଛନ୍ତି। ବର୍ତ୍ତମାନ ଅନେକ ବଲିଉଡ୍ ଷ୍ଟାର ପରସ୍ପର ଉପରେ ଆରୋପ ପ୍ରତ୍ୟାରୋପ ଲଗାଉଛନ୍ତି। ତେବେ ଏହି କ୍ରମରେ ପୂଜା ଭଟ୍ଟ ଏବଂ କଙ୍ଗନା ରାଣାୱତ୍ ମଧ୍ୟ ତର୍କ ବିତର୍କ ଆରମ୍ଭ କରିଦେଇଛନ୍ତି।

Advertisment

https://twitter.com/KanganaTeam/status/1280814957244735494?s=20

ନିକଟରେ  ଫିଲ୍ମ ନିର୍ମାତା ମହେଶ ଭଟ୍ଟଙ୍କ ଝିଅ ପୂଜା ଭଟ୍ଟ ଟ୍ୱିଟ୍ କରି ଏ ସମ୍ପର୍କ ନିଜର ରାୟ ରଖିଥିଲେ। ସେ କହିଥିଲେ ଯେ ହାସ୍ୟାସ୍ପଦ ଯେ ସେହି ପରିବାରକୁ ଟାର୍ଗେଟ କରାଯାଉଛି ଯାହା ଏତେଗୁଡ଼ିଏ ନୂଆ ପ୍ରତିଭାବାନ କଳାକାର, ସଂଗୀତଜ୍ଞ ଏବଂ ଟେକ୍ନିସିଆନଙ୍କୁ ସୁଯୋଗ ଦେଇଛି ଯାହା ସମଗ୍ର ଇଣ୍ଡଷ୍ଟ୍ରି ବି ମିଶି କରିନାହାନ୍ତି। ସେ ଏହା ମଧ୍ୟ ଲେଖିଛନ୍ତି ଯେ କଙ୍ଗନାଙ୍କୁ ମଧ୍ୟ ମୁକେଶ ଭଟ୍ଟ ଏବଂ ମହେଶ ଭଟ୍ଟଙ୍କ ମାଲିକାନାରେ ଥିବା ବିଶେଷ ଫିଲ୍ମସ୍' ହିଁ ଲଞ୍ଚ୍ କରିଛି। ଏହି ଫିଲ୍ମର ନାମ ହେଲା ‘ଗ୍ୟାଙ୍ଗଷ୍ଟର’।

ପୂଜାଙ୍କ ଏହି ଟ୍ୱିଟରେ କଙ୍ଗନାଙ୍କ ଅଫିସିଆଲ୍ ଟ୍ୱିଟର୍ ହ୍ୟାଣ୍ଡେଲ୍‌ରୁ ଅନେକ ଟ୍ୱିଟ୍ କରାଯାଇଛି। ଟୁଇଟ୍‌ରେ କଙ୍ଗନାଙ୍କ ପକ୍ଷରୁ ଲେଖାଯାଇଛି, "ପ୍ରିୟ ପୂଜା, ଅନୁରାଗ ବାସୁଙ୍କ ତୀକ୍ଷ୍ଣ ଆଖି କଙ୍ଗନା ରାନାୱତଙ୍କୁ ଦେଖିଛି। ସମସ୍ତେ ଜାଣନ୍ତି ଯେ ମୁକେଶ ଭଟ୍ଟ କଳାକାରଙ୍କୁ ଦରମା ଦେବାକୁ ପସନ୍ଦ କରନ୍ତି ନାହିଁ,  ପ୍ରାୟ ସମସ୍ତ ଷ୍ଟୁଡିଓ ଦକ୍ଷ କଳାକାରଙ୍କୁ ମାଗଣାରେ କାଷ୍ଟ କରିବାକୁ ଚାହାଁନ୍ତି। କିନ୍ତୁ ଏହା ତୁମ ବାପାଙ୍କୁ ଚପଲ ପକାଇବାକୁ ଲାଇସେନ୍ସ ଦେଉନି।"

Advertisment

https://twitter.com/KanganaTeam/status/1280821884012003328?s=20

ଆଉ ଏକ ଟୁଇଟରେ ଟିମ୍ କଙ୍ଗନା ଲେଖିଛି, 'ତୁମର ସୂଚନା ପାଇଁ ପୂଜା, କଙ୍ଗନା ଗ୍ୟାଙ୍ଗଷ୍ଟର ବ୍ୟତୀତ ସାଉଥ  ଫିଲ୍ମ ‘ପୋକ୍ରି ପାଇଁ ଏକ ଅଡିସନ ଦେଇଥିଲେ। ଯେଉଁଥିରେ ସେ ସିଲେକ୍ଟ ମଧ୍ୟ ହୋଇଥିଲେ।  ‘ପୋକ୍ରି’  ଏକ ବ୍ଲକବଷ୍ଟର  ଫିଲ୍ମ ଭାବେ ପ୍ରମାଣିତ ହୋ’ଇଥିଲା। ତେଣୁ ଯଦି ଆପଣ ଭାବୁଛନ୍ତି ଯେ କଙ୍ଗନା ‘ଗ୍ୟାଙ୍ଗଷ୍ଟର୍’ ପାଇଁ ସପଳତା ପାଇଛନ୍ତି ତେବେ ଏହା ସମ୍ପୁର୍ଣ୍ଣ ଭୁଲ। ପାଣି ଆପେ ଆପେ ନିଜ ରାସ୍ତା ତିଆରି କରିଦିଏ।’

https://twitter.com/KanganaTeam/status/1280815612852240387?s=20

ଟିମ୍ କଙ୍ଗନାର ପରବର୍ତ୍ତୀ ଟ୍ୱିଟରେ ଅଭିଯୋଗ ହୋଇଛି ଯେ ମହେଶ ଭଟ୍ଟ କଙ୍ଗନାଙ୍କୁ ପାଗଳ ବୋଲି କହି, ତାଙ୍କୁ ଅପମାନିତ କରିଛନ୍ତି। ଏହା ବ୍ୟତୀତ ଏଥିରେ ଲେଖାଯାଇଛି ଯେ ସୁଶାନ୍ତ ସିଂ ରାଜପୁତ ଏବଂ ରିୟା ଚକ୍ରବର୍ତ୍ତୀଙ୍କ ମାମଲାରେ ମହେଶ ଭଟ୍ଟ କାହିଁକି ଏତେ ଆଗ୍ରହୀ? ସେମାନେ ମଧ୍ୟ ନିଜ ପିତାଙ୍କୁ କିଛି ପ୍ରଶ୍ନ ପଚାରିବା ଉଚିତ୍।  କଙ୍ଗନାଙ୍କ ଏଭଳି ଟ୍ୱିଟ୍ ସୋଶାଲ୍‌ ମିଡିଆରେ ଚାଲିଥିବା ମହେଶ ଓ ରିୟାଙ୍କ ସମ୍ପର୍କ  ବିବାଦକୁ ଆହୁରୀ ତୀବ୍ର କରିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe