କାର୍ତ୍ତିକଙ୍କୁ ପ୍ରଶଂସାରେ ପୋତି ପକାଇଲେ କଙ୍ଗନା

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତା କାର୍ତ୍ତିକ ଆର୍ଯ୍ୟନଙ୍କୁ ଖୁବ୍ ପ୍ରଶଂସା କରିଛନ୍ତି ଅଭିନେତ୍ରୀ କଙ୍ଗନା ରାଣାୱତ। ସେଥିପାଇଁ ଏବେ ଚର୍ଚ୍ଚାରେ ରହିଛନ୍ତି କାର୍ତ୍ତିକ। ନିକଟରେ ଏକ ସାକ୍ଷାତକାରରେ କଙ୍ଗନା ତାଙ୍କର ପ୍ରଶଂସା କରିଥିଲେ। ଏ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ସେ କାର୍ତ୍ତିକଙ୍କ ନାଁ ନେଇଥିଲେ। ସେ କହିଥିଲେ, “ପ୍ୟାର୍ କା ପଞ୍ଚନାମା’ର ଅଭିନେତା କାର୍ତ୍ତିକ ଆର୍ଯ୍ୟନ ବହୁତ ପ୍ରତିଭାବାନ। ଯଦିଓ ମୁଁ ତାଙ୍କର ସବୁ ଫିଲ୍ମ ଦେଖିନାହିଁ, ତଥାପି ତାଙ୍କର ନିଜର ଏକ ବିଶେଷତ୍ୱ ରହିଛି।” ସେ […]

kangana-kartik

Biswobandita Swain
  • Published: Thursday, 02 April 2020
  • , Updated: 03 April 2020, 08:43 AM IST

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତା କାର୍ତ୍ତିକ ଆର୍ଯ୍ୟନଙ୍କୁ ଖୁବ୍ ପ୍ରଶଂସା କରିଛନ୍ତି ଅଭିନେତ୍ରୀ କଙ୍ଗନା ରାଣାୱତ। ସେଥିପାଇଁ ଏବେ ଚର୍ଚ୍ଚାରେ ରହିଛନ୍ତି କାର୍ତ୍ତିକ। ନିକଟରେ ଏକ ସାକ୍ଷାତକାରରେ କଙ୍ଗନା ତାଙ୍କର ପ୍ରଶଂସା କରିଥିଲେ। ଏ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ସେ କାର୍ତ୍ତିକଙ୍କ ନାଁ ନେଇଥିଲେ।

ସେ କହିଥିଲେ, “ପ୍ୟାର୍ କା ପଞ୍ଚନାମା’ର ଅଭିନେତା କାର୍ତ୍ତିକ ଆର୍ଯ୍ୟନ ବହୁତ ପ୍ରତିଭାବାନ। ଯଦିଓ ମୁଁ ତାଙ୍କର ସବୁ ଫିଲ୍ମ ଦେଖିନାହିଁ, ତଥାପି ତାଙ୍କର ନିଜର ଏକ ବିଶେଷତ୍ୱ ରହିଛି।”

ସେ ଆହୁରି କହିଥିଲେ, ଅକ୍ଷୟ କୁମାର ଜଣେ ଆକ୍ସନ ହିରୋ। ତାଙ୍କୁ ଆମୀର ଖାନ ହେବାର ଆବଶ୍ୟକତା ନାହିଁ। ସେ ‘ଅକ୍ଷୟ କୁମାର’ ହୋଇ ରହିଲେ ଓ ବର୍ତ୍ତମାନ ତାଙ୍କର ନିଜର ଏକ ପରିଚୟ ରହିଛି। ପ୍ରତ୍ୟେକ ବ୍ୟକ୍ତି ନିଜର ଦକ୍ଷତାକୁ ଚିହ୍ନିବା ଆବଶ୍ୟକ। ଯଦି କେହି କାର୍ତ୍ତିକଙ୍କୁ ଅନୁକରଣ କରିବାକୁ ଚାହାନ୍ତି, ତା’ହେଲେ ସେ ତାହା କରିପାରିବେ ନାହିଁ। ସେ ନିଆରା। ସେମିତି ଗୋବିନ୍ଦାଙ୍କୁ ମଧ୍ୟ କେହି ଅନୁକରଣ କରିପାରିବ ନାହିଁ। କାରଣ ତାଙ୍କର ନିଜର ଏକ ଦକ୍ଷତା ରହିଛି। ତେଣୁ ସମସ୍ତେ ନିଜ ମୂଳ ପ୍ରତିଭାକୁ ଭଲ ପାଇବା ଉଚିତ୍।

ସୂଚନାଯୋଗ୍ୟ, ନିକଟରେ କାର୍ତ୍ତିକ କରୋନା ମୁକାବିଲା ଲାଗି ସହଯୋଗର ହାତ ବଢ଼ାଇ ପ୍ରଧାନମନ୍ତ୍ରୀଙ୍କ ‘ପିଏମ୍ କେୟାର୍‌ସ ଫଣ୍ଡ’କୁ ୧କୋଟି ଟଙ୍କା ଦାନ କରିଛନ୍ତି।

Related story