Advertisment

ଟିପ୍ପଣୀ ଦେବେନି କହି ବହୁତ କିଛି କହିଦେଲେ !

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାୱତ୍‌ଙ୍କୁ ବି-ଟାଉନ୍‌ର କଣ୍ଟ୍ରୋଭର୍ସି କ୍ୱିନ୍‌ ବୋଲି କୁହାଯାଏ। ସେ ଅନେକ ସମୟରେ ଅନେକ ଅଭିନେତା ଓ ଅଭିନେତ୍ରୀଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥା’ନ୍ତି। ତେବେ ବର୍ତ୍ତମାନ ସେ ଦୀପିକା ପାଦୁକୋନ୍‌ଙ୍କ ଜେଏନ୍‌ୟୁ ଗସ୍ତକୁ ନେଇ ହୋଇଥିବା ବିବାଦ ଉପରେ ନିଜର ପ୍ରତିକ୍ରିୟା ରଖି ଚର୍ଚ୍ଚାରେ ଅଛନ୍ତି। କଙ୍ଗନା ‘ସ୍ପଟବୟ’କୁ ଦେଇଥିବା ଏକ ସାକ୍ଷାତ୍‌କାର୍‌ରେ କହିଛନ୍ତି, “ନିଜର ପସନ୍ଦ ନାପସନ୍ଦ ବାଛିବା ଦୀପିକାଙ୍କ ଗଣତାନ୍ତ୍ରିକ ଅଧିକାର। ସେ ଭଲଭାବେ ଜାଣିଛନ୍ତି ଯେ ସେ […]

ଅଦ୍ୟତନ ହୋଇଛି
ଟିପ୍ପଣୀ ଦେବେନି କହି ବହୁତ କିଛି କହିଦେଲେ !

kangna-deepika

Advertisment

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାୱତ୍‌ଙ୍କୁ ବି-ଟାଉନ୍‌ର କଣ୍ଟ୍ରୋଭର୍ସି କ୍ୱିନ୍‌ ବୋଲି କୁହାଯାଏ। ସେ ଅନେକ ସମୟରେ ଅନେକ ଅଭିନେତା ଓ ଅଭିନେତ୍ରୀଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥା’ନ୍ତି। ତେବେ ବର୍ତ୍ତମାନ ସେ ଦୀପିକା ପାଦୁକୋନ୍‌ଙ୍କ ଜେଏନ୍‌ୟୁ ଗସ୍ତକୁ ନେଇ ହୋଇଥିବା ବିବାଦ ଉପରେ ନିଜର ପ୍ରତିକ୍ରିୟା ରଖି ଚର୍ଚ୍ଚାରେ ଅଛନ୍ତି।

Advertisment

କଙ୍ଗନା ‘ସ୍ପଟବୟ’କୁ ଦେଇଥିବା ଏକ ସାକ୍ଷାତ୍‌କାର୍‌ରେ କହିଛନ୍ତି, “ନିଜର ପସନ୍ଦ ନାପସନ୍ଦ ବାଛିବା ଦୀପିକାଙ୍କ ଗଣତାନ୍ତ୍ରିକ ଅଧିକାର। ସେ ଭଲଭାବେ ଜାଣିଛନ୍ତି ଯେ ସେ କ’ଣ କରୁଛନ୍ତି କ’ଣ ନାହିଁ। ତେଣୁ ସେହି ବିଷୟରେ ମୁଁ ଟିପ୍ପଣୀ ଦେବା ଅନୁଚିତ।”

ସେ ଆହୁରି କହିଛନ୍ତି, “ମୁଁ କେବେ ହେଲେ ଦେଶକୁ ଭାଗ ଭାଗ କରିବାକୁ ଚାହୁଁଥିବା ଗ୍ୟାଙ୍ଗ୍ ପଛରେ ଯାଇ ଛିଡ଼ା ହେବି ନାହିଁ। ମୁଁ ସେମାନଙ୍କ ସମର୍ଥନ କରିବି ନାହିଁ ଯେଉଁମାନେ ଦେଶର ବିକାଶ କଥା ଚିନ୍ତା କରନ୍ତି ନାହିଁ। ଯେଉଁମାନେ ଦେଶର ଯବାନ ଶହୀଦ୍ ହେଲେ ଖୁସି ମନାନ୍ତି, ସେମାନଙ୍କୁ ମୁଁ କୌଣସି ପରିସ୍ଥିତିରେ ସମର୍ଥନ କରିବି ନାହିଁ। ମୁଁ ମୋ ନିଜ ବିଷୟରେ କହିପାରିବି। ହେଲେ ଏନେଇ ଆଉ କିଏ କ’ଣ କରିବା ଉଚିତ୍, ତା’ ଉପରେ ଟିପ୍ପଣୀ ଦେବାର ଅଧିକାର ମୋର ନାହିଁ।”

Advertisment

publive-imageଦୀପିକାଙ୍କ ଫିଲ୍ମକୁ ବର୍ଜନ କରିବା ନେଇ ଟ୍ୱିଟରରେ ଚାଲିଥିବା ଅଭିଯାନ ଉପରେ ମଧ୍ୟ ସେ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, “ଟ୍ୱିଟରରେ ଫିଲ୍ମକୁ ବର୍ଜନ କରିବା ଅଭିଯାନ କିଛି କାମ କରିବନି। ଯଦି ଫିଲ୍ମର କାହାଣୀ ଭଲ ଥିବ, ତା’ହେଲେ ତାକୁ ଆପଣଙ୍କ ଶତ୍ରୁ ମଧ୍ୟ ଦେଖିବାକୁ ଯିବେ। ଗୋଟିଏ ଫିଲ୍ମକୁ ବିରୋଧ କରିବା ପୂର୍ବରୁ ଏହା ଦେଖିବା ଉଚିତ୍‌ ଯେ ଫିଲ୍ମର ମୂଳ ଉଦ୍ଦେଶ୍ୟ କ’ଣ ରହିଛି।”

ଭିଡଓ ସୌଜନ୍ୟ: ସ୍ପଟବୟ

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe