Advertisment

କନିକା ଏବେ କରୋନା ନେଗେଟିଭ୍

ନୂଆଦିଲ୍ଲୀ:  ଲୋକପ୍ରିୟ ବଲିଉଡ୍ ଗାୟିକା କନିକା କପୁରଙ୍କ ନମୁନା ଲଗାତାର କରୋନା ପଜିଟିଭ୍ ଆସିବା ପରେ ବର୍ତ୍ତମାନ ଏହା ନେଗେଟିଭ୍ ଆସିଛି। ସେ ବର୍ତ୍ତମାନ ଲକ୍ଷ୍ନୌର ସଞ୍ଜୟ ଗାନ୍ଧି ପୋଷ୍ଟ ଗ୍ରାଜୁଏଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସେସ (ଏସଜିପିଆଇଏମଏସ)ରେ ଚିକିତ୍ସିତ ହେଉଛନ୍ତି। କନିକାଙ୍କ ଶେଷ କରୋନା ସଂକ୍ରମଣ ରିପୋର୍ଟ ନେଗେଟିଭ୍ ଆସିଥିଲେ ହେଁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ଡାକ୍ତରୀ ଟିମ ନଜର ରଖିଛନ୍ତି। ରିପୋର୍ଟ ନେଗେଟିଭ ସତ୍ତ୍ୱେ ସେ ଆଉ କିଛିଦିନ ହସ୍ପିଟାଲରେ ରହିବେ। ରିପୋର୍ଟ ଆଉଥରେ […]

author-image
Chinmayee Roy
ଅଦ୍ୟତନ ହୋଇଛି
କନିକା ଏବେ କରୋନା ନେଗେଟିଭ୍

kanika

ନୂଆଦିଲ୍ଲୀ:  ଲୋକପ୍ରିୟ ବଲିଉଡ୍ ଗାୟିକା କନିକା କପୁରଙ୍କ ନମୁନା ଲଗାତାର କରୋନା ପଜିଟିଭ୍ ଆସିବା ପରେ ବର୍ତ୍ତମାନ ଏହା ନେଗେଟିଭ୍ ଆସିଛି। ସେ ବର୍ତ୍ତମାନ ଲକ୍ଷ୍ନୌର ସଞ୍ଜୟ ଗାନ୍ଧି ପୋଷ୍ଟ ଗ୍ରାଜୁଏଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସେସ (ଏସଜିପିଆଇଏମଏସ)ରେ ଚିକିତ୍ସିତ ହେଉଛନ୍ତି। କନିକାଙ୍କ ଶେଷ କରୋନା ସଂକ୍ରମଣ ରିପୋର୍ଟ ନେଗେଟିଭ୍ ଆସିଥିଲେ ହେଁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ଡାକ୍ତରୀ ଟିମ ନଜର ରଖିଛନ୍ତି। ରିପୋର୍ଟ ନେଗେଟିଭ ସତ୍ତ୍ୱେ ସେ ଆଉ କିଛିଦିନ ହସ୍ପିଟାଲରେ ରହିବେ। ରିପୋର୍ଟ ଆଉଥରେ ନେଗେଟିଭ୍ ଆସିଲେ ତାଙ୍କୁ ଡିସଚାର୍ଜ କରାଯିବ ବୋଲି ଡାକ୍ତରଖାନା ସୂତ୍ରରୁ ଜଣାପଡ଼ିଛି।

Advertisment

https://www.instagram.com/p/B89BJWqFWwE/?utm_source=ig_web_copy_link

ମାର୍ଚ୍ଚ ୯ ରେ ଲଣ୍ଡନ୍‌ରୁ ଫେରିବା ପରେ କାନିକାଙ୍କଠାରେ ଫ୍ଲୁ ପରି ଲକ୍ଷଣ ଦେଖାଯାଇଥିଲା। ତଥାପି ସେ ଏହାକୁ ଅଣଦେଖା କରି ଲକ୍ଷ୍ନୌଠାରେ ପାର୍ଟି ଆଟେଣ୍ଡ କରିଥିଲେ। ଏହି ପାର୍ଟିରେ ରାଜସ୍ଥାନର ବିଜେପି ସାଂସଦ ଦୁଷ୍ୟନ୍ତ ସିଂହ, ପୂର୍ବତନ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ଏବଂ ଉତ୍ତରପ୍ରଦେଶ ସ୍ୱାସ୍ଥ୍ୟମନ୍ତ୍ରୀ ଜୟ ପ୍ରତାପ ସିଂହ ଆଦି ଯୋଗ ଦେଇଥିଲେ। ଏହା ପରେ ମାର୍ଚ୍ଚ ୨୦ରେ କନିକା କରୋନାରେ ଆକ୍ରାନ୍ତ ଥିବା ନେଇ ଘୋଷଣା କରିଥିଲେ। ତେବେ କରୋନା ସମ୍ପର୍କରେ ଜାଣି ମଧ୍ୟ ତଥ୍ୟ ଲୁଚାଇଥିବା ଓ ଚିକିତ୍ସାରେ ଡାକ୍ତରଙ୍କୁ ଅସହଯୋଗ କରିବା ଭଳି ଅଭିଯୋଗ କନିକାଙ୍କ ନାଁରେ ଆସିଛି।

https://www.instagram.com/p/B-VDEeLl5CO/?utm_source=ig_web_copy_link

ମାର୍ଚ୍ଚ ୨୦ରୁ କନିକା ହସ୍ପିଟାଲରେ ଆଇସୋଲେସନ ଓ୍ୱାର୍ଡରେ ଅଛନ୍ତି। ଏତେ ଦିନ ପରିବାରଠାରୁ ଅଲଗା ରହିଥିବାରୁ  ସେ ତାଙ୍କ ପିଲାମାନଙ୍କୁ ଓ ଘରକୁ ମିସ କରୁଥିବା ନିକଟରେ ସୋଶାଲ୍ ମିଡିଆରେ ଏକ ପୋଷ୍ଟ କରିଥିଲେ।

Advertisment